ଭୁବନେଶ୍ବର: ଆଜି ହେଉଛି ବିଶ୍ବ କର୍କଟ ଦିବସ । 1933 ମସିହାରେ ଜେନିଭାରେ ପ୍ରଥମେ ଏହି ଦିବସକୁ ପାଳନ କରାଯାଇଥିଲା ।ନିଜର ମୂଲ୍ୟବାନ ଜୀବନ ବଞ୍ଚାଇବାକୁ ହେଲେ ଜଣେ ବ୍ୟକ୍ତିଙ୍କୁ ଅଧିକ ସଚେତନତାର ଆବଶ୍ୟକ ରହିଛି। ଏହି ଉପଲକ୍ଷେ ଆପୋଲୋ ହସ୍ପିଟାଲ ପକ୍ଷରୁ ଏକ ସାଇକ୍ଲୋଥନ ଆୟୋଜନ କରାଯାଇଛି ।
ଲୋକମାନେ ଏହି ରୋଗର ନାଁ ଶୁଣିବା ମାତ୍ରେ ଡରି ଯାଇଥାନ୍ତି । ରୋଗୀକୁ ଦୃଢ଼ ମନୋବଳ ରହିବା ସହ ତାକୁ ଏହି ରୋଗର ପ୍ରାଥମିକ ଅବସ୍ଥାରୁ ଚିହ୍ନଟ କରିବା ସହ ସଠିକ ଚିକିତ୍ସା କରିବା ଦରକାର। ତାହାହେଲେ ଯାଇ ଏହି ରୋଗକୁ ଜିଣିପାରିବା । ଏହି ଉପଲକ୍ଷେ ଆପୋଲୋ ହସ୍ପିଟାଲ ପକ୍ଷରୁ ଗଣ ଦୌଡ ସହ ସାଇକ୍ଲୋଥନ ଆୟୋଜନ କରାଯିବା ସହ ମୁଖ୍ୟତଃ ଯୁବ ପିଢିମାନଙ୍କୁ ସଚେତନତା କରାଯାଇଛି । ଚଳିତଥର ଏହାର ଥିମ୍ ରହିଛି "ଏକାଠି କ୍ୟାନ୍ସର ଜିଣିବା ' ।
ଜନ ସଚେତନ ସୃଷ୍ଟି କରି ରୋଗକୁ ଶୀଘ୍ର ଚିହ୍ନଟ ଓ ଚିକିତ୍ସା ଦ୍ବାରା ଲକ୍ଷ ଲକ୍ଷ ଜୀବନ ବଞ୍ଚିପରିବ ବୋଲି ସଚେତନ କରାଯାଇଛି। ଏଥିପାଇଁ ଆପୋଲୋ ହସ୍ପିଟାଲ ଭୁବନେଶ୍ୱର କ୍ୟାନ୍ସର ସେଣ୍ଟର୍ ପରିସରରୁ ୧୦ କିଲୋମିଟର ଲମ୍ବା ମାରାଥନ୍ ଆୟୋଜନ କରାଯାଇଥିଲା । ଏହି ମାରାଥନ ବାଣୀବିହାର, ରୁପାଲି ସ୍କୋୟାର, ରାମମନ୍ଦିର ସ୍କୋୟାର, ହାଉସିଂ ବୋର୍ଡ ସ୍କୋୟାର, ଆଚାର୍ଯ୍ୟ ବିହାର ଓ ସହରର ପ୍ରମୁଖ ଛକ ଦେଇ ମାରାଥନ୍ ଆପୋଲୋ ହସ୍ପିଟାଲ ପରିସରରେ ଶେଷ ହୋଇଛି । ଆପୋଲୋ ହସ୍ପିଟାଲର ଅଧିକାରୀଙ୍କ ସହ ଅନ୍ୟାନ୍ୟ ଅତିଥିମାନେ ଯୋଗ ଦେଇ ଆଜିର ଏହି ସାଇକ୍ଲୋଥନକୁ ଉଦ୍ଘାଟନ କରିବା ସହ ସଚେତନତାର ବାର୍ତ୍ତା ଦେଇଛନ୍ତି।
ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ