ଭୁବନେଶ୍ବର: ଓଡିଶା ଉପକୂଳକୁ ମାଡି ଆସୁଛି ୟସ । ଆଉ କିଛି ଘଣ୍ଟା ପରେ ବାଲେଶ୍ବର ରେମୁଣା ଓ ବାହାନଗା ମଧ୍ୟରେ ବାତ୍ୟା ୟସ ଲ୍ୟାଣ୍ଡଫଲ କରିବ । 3 ଘଣ୍ଟା ଧରି ଏହି ପ୍ରକ୍ରିୟା ଚାଲୁ ରହିବା ସହ ବାଲେଶ୍ବର ଓ ଭଦ୍ରକରେ 130 ରୁ 150 କିମି ବେଗରେ ପବନ ବହିବ । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ହବିବୁର ରେହମାନ ବିଶ୍ବାସ ଏହି ସୂଚନା ଦେଇଛନ୍ତି ।
ସନ୍ଧ୍ୟା ପର୍ଯ୍ୟନ୍ତ ଭଦ୍ରକ ଓ ବାଲେଶ୍ବରରେ ବାତ୍ୟାର ପ୍ରଭାବ ରହିବ । ଏହାପରେ ବାତ୍ୟା ୟସ ବାଲେଶ୍ବରରୁ ମୟୂରଭଞ୍ଜ ଅତିକ୍ରମ କରି ଆସନ୍ତାକାଲି ସକାଳ ସୁଦ୍ଧା ଝାଡଖଣ୍ଡ ଚାଲିଯିବ । ବର୍ତ୍ତମାନ ଜଗତସିଂହପୁର ଓ କେନ୍ଦ୍ରାପଡାରେ ପବନର ବେଗ କମ୍ ରହିଛି । କେନ୍ଦୁଝର ଜିଲ୍ଲାରେ 60 ରୁ 90 କିମି ବେଗରେ ପବନ ବହୁଛି । ଆସନ୍ତାକାଲି(ଗୁରୁବାର) ସକାଳ ଯାଏଁ ସମୁଦ୍ର ଅଶାନ୍ତ ରହିବ । ଏହାପରେ କ୍ରମଶଃ ପାଗରେ ସୁଧାର ଆସିବ । ସେପଟେ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ବହୁ ସ୍ଥାନରେ ପ୍ରବଳ ବର୍ଷା ଛେଚିଛି । ମୟୂରଭଞ୍ଜ ଜିଲ୍ଲାର 304 ମିଲିମିଟର ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ