ETV Bharat / city

Cyclone Jawad: ଆଜି ସ୍ପଷ୍ଟ ହେବ ବାତ୍ୟା ଜୱାଦ ଚିତ୍ର - ବାତ୍ୟା ଜୱାଦ ଖବର

ମାଡି ଆସୁଛି ସାମୁଦ୍ରିକ ଝଡ ବାତ୍ୟା ଜୱାଦ (Cyclone Jawad) । ଆଜି ସ୍ପଷ୍ଟ ହେବ ବାତ୍ୟା ଚିତ୍ର । ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ (Low pressure Area) କ୍ଷେତ୍ର ଆଜି ଅବପାତରେ ପରିଣତ ହେବ । ଅଧିକ ପଢନ୍ତୁ

ଆଜି ସ୍ପଷ୍ଟ ହେବ ବାତ୍ୟା ଜୱାଦ ଚିତ୍ର
ଆଜି ସ୍ପଷ୍ଟ ହେବ ବାତ୍ୟା ଜୱାଦ ଚିତ୍ର
author img

By

Published : Dec 2, 2021, 9:41 AM IST

ଭୁବନେଶ୍ବର: ମାଡି ଆସୁଛି ସାମୁଦ୍ରିକ ଝଡ ବାତ୍ୟା ଜୱାଦ (Cyclone Jawad) । ଆଜି ସ୍ପଷ୍ଟ ହେବ ବାତ୍ୟା ଚିତ୍ର । ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ (Low pressure Area) କ୍ଷେତ୍ର ଆଜି ଅବପାତରେ ପରିଣତ ହେବ । ଆସନ୍ତାକାଲି କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହା ବାତ୍ୟାର ରୂପ ନେଇପାରେ । ଏହାପରେ ଉପକୂଳ ଆଡ଼କୁ ମାଡ଼ି ଆସିବ ବାତ୍ୟା ‘ଜୱାଦ’ । ଆସନ୍ତା ୪ ତାରିଖରେ ଓଡ଼ିଶା ଉପରେ ଏହାର ପ୍ରଭାବ ଅଧିକ ପଡ଼ିବ ବୋଲି କହିଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ବାତ୍ୟା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ମଧ୍ୟରେ ସ୍ଥଳଭାଗ ଛୁଇଁବ। ଏହା ପ୍ରଭାବରେ ୩ ତାରିଖ ରାତିରୁ ବର୍ଷା ଆରମ୍ଭ ହୋଇଯିବ । ଓଡିଶା ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ଥିବାରୁ ୩ ରୁ ୫ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ସମୁଦ୍ର ମଧ୍ୟକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ଫେରି ଆସିବାକୁ ପରାମର୍ଶ ଦେଇଛନ୍ତି ଆଇଏମଡି ଜିଜି । ବାତ୍ୟା ପାଇଁ ଗଜପତି, ଗଞ୍ଜାମ, ପୁରୀ ଏବଂ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ବାତ୍ୟା ‘ଜୱାଦ’ର ଗତିପଥ ଜଣାପଡ଼ିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ତଳିଆ ଓ ମାଟିଘରେ ରହୁଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ସହ ସେମାନଙ୍କୁ ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କୁ ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ସଚେତନ କରାଇବାକୁ କୁହାଯାଇଛି ।

ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ଚିନ୍ତାରେ ପଡିଛି ଚାଷୀ । ପବନ ଓ ବର୍ଷା ଖବର ଶୁଣିବା ପରେ ସେମାନଙ୍କ ମନରେ ଛନକା ପଶିଛି । ଯାହା କିଛି ଫସଲ ହୋଇଛି ତାକୁ କାଟି ଖଳାକୁ ନେବା ଆରମ୍ଭ କରିଛି ଚାଷୀ । ମୁଣ୍ଡ ଉପରେ ବାତ୍ୟା ଭୟ ଏବେ ସବୁ କିଛି ଉଜାଡ଼ି ଦେବାକୁ ଯାଉଛି । ତେଣୁ ଅମଳ ଫସଲକୁ ସୁରକ୍ଷିତ ସ୍ଥାନକୁ ନେବାକୁ ଲାଗି ପଡ଼ିଛନ୍ତି ଚାଷୀ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ,ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.