ETV Bharat / city

ଅସମ୍ଭାଳ କଲାଣି ‘ୟସ୍’: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା-ପବନ ଜାରି - cyclone live

ଓଡିଶା ଆସୁଛି ବାତ୍ୟା ‘ୟସ୍’
ଓଡିଶା ଆସୁଛି ବାତ୍ୟା ‘ୟସ୍’
author img

By

Published : May 25, 2021, 7:41 AM IST

Updated : May 25, 2021, 7:31 PM IST

19:17 May 25

ବାତ୍ୟା ୟସ ପାଇଁ ଚିଲିକାର କାଳିଜାଇ ପୀଠ ଶୂନଶାନ

ବାତ୍ୟା ୟସ ପାଇଁ ଚିଲିକାର କାଳିଯାଇ ପିଠ ଶୂନଶାନ

ଖୋର୍ଦ୍ଧା: ସମୁଦ୍ର ମଧ୍ୟରୁ ସ୍ଥଳଭାଗ ଆଡକୁ ମାଡି ଆସୁଛି ବାତ୍ୟା ୟସ । ଏହାର ପ୍ରଭାବ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି । ପବନର ବେଗ ଧିରେ ଧିରେ ବଢୁଛି । ବିଶେଷ କରି ଚିଲିକାରେ ଏହାର ସମ୍ପୂର୍ଣ୍ଣ ପ୍ରଭାବ ଦେଖିବାକୁ ମିଳିଛି ।  

ଚିଲିକା ଭିତରେ ଥିବା କାଳିଜାଇ ପୀଠର ଦୃଶ୍ୟ ଏବେ ଶୂନଶାନ । ପୀଠରେ କେହି ଲୋକ ନାହାଁନ୍ତି, କେବଳ ପୂଜାରୀ ଅଛନ୍ତି । ଚାରିପଟେ ଚିଲିକାର ଢେଉ କୂଳ ଲଙ୍ଘୁଛି । ପବନର ବେଗ ଯେତେ ଜୋର ବଢୁଛି, ଢେଉ ସେତିକି ବେଗରେ ମାଡ଼ ହେଉଛି । ପବନର ବେଗ ବଢ଼ିଲେ କାଳିଜାଇ ପୀଠର ଅବସ୍ଥା କ’ଣ ହେବ ତାହା ଅନୁମାନ କରିବା ମୁସ୍କିଲ । ଚିଲିକା ମଝିରେ ଥିବା ଏହି କାଳିଜାଇ ଠାକୁରାଣୀଙ୍କ ପୀଠ ଚାରିପଟର ଦୃଶ୍ୟ ଯେତିକି ମନୋରମ, ସେତିକି ଭୟଙ୍କର ହେବାରେ ଲାଗିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

18:48 May 25

କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ରନାଥ ସିହ୍ନାଙ୍କ ବାତ୍ୟା ସମୀକ୍ଷା

କ୍ରାଇମ ବ୍ରାଞ୍ଚ ଆଇ.ଜି ଅମିତେନ୍ଦ୍ରନାଥ ସିହ୍ନାଙ୍କ ବାତ୍ୟା ସମୀକ୍ଷା

ଭଦ୍ରକ: କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ରନାଥ ସିହ୍ନା ଚାନ୍ଦବାଲିରେ ପହଞ୍ଚି ବାତ୍ୟା ୟସର ମୁକାବିଲା କରିବା ପାଇଁ ଜାରି ରହିଥିବା କାର୍ଯ୍ୟର ସମୀକ୍ଷା କରିଛନ୍ତି । ସୂଚନା ଅନୁଯାୟୀ ଯୁଦ୍ଧକାଳୀନ ଭିତ୍ତିରେ ଏହାର ମୁକାବିଲା କରିବା ପାଇଁ ଭଦ୍ରକ ଜିଲ୍ଲାରେ 10ଟି ଏନଡିଆରଏଫ ଟିମ, 4ଟି ଓଡ୍ରାଫ ଟିମ, 15 ପ୍ଲାଟୁନ ପୋଲିସ ଫୋର୍ସ ଓ 21ଟି ଅଗ୍ନିଶମ ବାହିନୀ ଟିମ ମୁତୟନ କରାଯାଇଛି । ଗତକାଲି(ସୋମବାର) ଭଦ୍ରକରେ ପୋଲିସ ଅତିରିକ୍ତ ମହାନିର୍ଦ୍ଦେଶକ (ଆଇନଶୃଙ୍ଖଳା ) ଯଶୱନ୍ତ ଜେଠୱା ମଧ୍ୟ ପହଞ୍ଚି ସମୀକ୍ଷା କରିଥିଲେ ।  

ତେବେ ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ ବାହିନୀ ଓ ପୋଲିସ ମଧ୍ୟରେ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବା ସହ ସଜାଗ ରହିବାକୁ କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ରନାଥ ସିହ୍ନା ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

15:47 May 25

ଧାମରା ଓ ଚାନ୍ଦବାଲିରେ ସ୍ଥିତି ଗମ୍ଭୀର, 70 ହଜାର ଲୋକ ସ୍ଥାନାନ୍ତର

ଧାମରା ଓ ଚାନ୍ଦବାଲିରେ ସ୍ଥିତି ଗମ୍ଭୀର, 70000 ଲୋକ ସ୍ଥାନାନ୍ତର

ଭଦ୍ରକ: ବାତ୍ୟା ୟସ ସ୍ଥଳଭାଗ ଆଡକୁ ଯେତେ ମୁହାଁଉଛି, ଭଦ୍ରକ ଜିଲ୍ଲାର ତଳିଆ ଅଞ୍ଚଳ ଭାବେ ପରିଚିତ ଧାମରା ଓ ଚାନ୍ଦବାଲିରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଏହାକୁ ନେଇ ଆଜି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଚାନ୍ଦବାଲିରେ ପହଞ୍ଚି ଭଦ୍ରକ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ସାଥିରେ ସ୍ଥିତି ସମୀକ୍ଷା କରି ଫେରିଛନ୍ତି ।  

ବିଶେଷ କରି ଏହି ଅଞ୍ଚଳର 60 ପ୍ରତିଶତ ଲୋକ ସମୁଦ୍ରର ତଟବର୍ତ୍ତୀ ଓ ନଦୀକୂଳରେ ବସବାସ କରିଥାନ୍ତି । ଏପରିସ୍ଥଳେ ସମସ୍ତ ତଳିଆ ଅଞ୍ଚଳର ଲୋକଙ୍କୁ ଯଥାଶୀଘ୍ର ବାତ୍ୟା ଆଶ୍ରୟସ୍ଥଳୀ ସମେତ ଉଚ୍ଚସ୍ଥାନକୁ ନେବା ପାଇଁ ପରାମର୍ଶ ଦେଇଥିଲେ । ତେବେ ଜିରୋ କାଜୁଆଲଟି କିପରି ହେବ, ସେନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିବା କହିଛନ୍ତି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ । ଅନ୍ୟ ପକ୍ଷରେ ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ଅଦ୍ୟାବଧି 70000 ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

15:33 May 25

ପାରାଦୀପରେ ୟସର ପ୍ରଭାବ, ଗଛ ଉପୁଡି ରାସ୍ତା ଅବରୋଧ

ପାରାଦୀପରେ ୟସର ପ୍ରଭାବ, ଗଛ ଉପିଡି ରାସ୍ତା ଅବରଧ

ଜଗତସିଂହପୁର: ପାରାଦୀପ, ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ୟସର ପ୍ରଭାବରେ ପ୍ରବଳ ପବନ ବହିବା ସାଙ୍ଗକୁ ଭାରି ବର୍ଷା ହେଉଛି । ଫଳରେ କଟକ-ପାରାଦୀପ ରାସ୍ତାରେ ଗଛ ଉପୁଡି ପଡିବା ସହ ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି ।  

ବର୍ତ୍ତମାନ ସୁଦ୍ଧା କଟକ ପାରାଦୀପ ରାସ୍ତାରେ ଏକାଧିକ ଗଛ ଉପୁଡି ପଡିଥିବା ଖବର ମିଳିଛି । ତେବେ ଜିଲ୍ଲା ପ୍ରଶାସନ ଓ ଓଡ୍ରାଫ ଟିମ ପ୍ରସ୍ତୁତ ହୋଇ ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ଆଜି(ମଙ୍ଗଳବାର) ଓ ଆସନ୍ତା କାଲି ପର୍ଯ୍ୟନ୍ତ ଲୋକଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ପାରାଦ୍ବୀପର କେତେକ ବସ୍ତି ଅଞ୍ଚଳରେ ଘର ଛପର ଉଡି ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

15:18 May 25

ଯାଜପୁରରେ ବାତ୍ୟା ମୁକାବିଲା ପାଇଁ ପ୍ରଶାସନର ଘନ ଘନ ବୈଠକ

ଯାଜପୁର: ଜିଲାରେ ବାତ୍ୟା ୟସର ପ୍ରଭାବ ଅନୁଭୂତ ହୋଇଛି । ଗତକାଲି(ସୋମବାର) ଠାରୁ ଜିଲ୍ଲାରେ ଝିପି ଝିପି ବର୍ଷା ଲାଗି ରହିଛି । ଆଜି(ମଙ୍ଗଳବାର) ସକାଳ ସମୟରୁ ହାଲୁକା ପବନ ଜାରି ରହିଛି । ଯଦିଓ ଯାଜପୁର ଜିଲ୍ଲାରେ ପବନର ପ୍ରଭାବ ବେଶୀ ଅନୁଭୂତ ହେବ ନାହିଁ ବୋଲି ପୂର୍ବରୁ ପାଣିପାଗ ବିଭାଗ ସୂଚନା ଦେଇଛି । କେବଳ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।  

ଉଭୟ ବାତ୍ୟା ଓ ବର୍ଷାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଘନ ଘନ ବୈଠକ ବସୁଛି । ଜିଲ୍ଲାରେ ବାତ୍ୟାର ମୁକାବିଲା କରିବା ପାଇଁ ଉଭୟ ଏନଡିଆରଏଫ୍ ଏବଂ ଓଡ୍ରାଫ ଦଳକୁ ମୁତୟନ କରାଯାଇଛି । ଅଗ୍ନିଶମ ବାହିନୀ ପ୍ରତ୍ୟେକ ବ୍ଲକ ଅଞ୍ଚଳରେ ସଜାଗ ଅଛନ୍ତି । ଏନଡିଆରଏଫ ଦଳର ଅଧିକାରୀଙ୍କ ସହିତ ଯାଜପୁର ଜିଲ୍ଲାପାଳ ମଧ୍ୟ ଆଲୋଚନା କରି ବାତ୍ୟା ମୁକାବିଲା ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ।  

ଗତକାଲି ଠାରୁ କଚ୍ଚା ଘରେ ରହୁଥିବା ଏବଂ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ବାତ୍ୟା ଆଶ୍ରୟ ସ୍ଥଳୀରେ ସମସ୍ତ ବନ୍ଦୋବସ୍ତ କରିବା ସହିତ ସରକାରୀ ସ୍କୁଲ ଓ କାର୍ଯ୍ୟାଳୟ ଗୁଡିକୁ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ଭାବେ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଶ୍ରୟ ସ୍ଥଳୀକୁ ଆସୁଥିବା ବିପନ୍ନଙ୍କୁ ରନ୍ଧା ଖାଦ୍ୟ ସହିତ ମାସ୍କ ବଣ୍ଟନ କରାଯାଇଛି । ଅଧିକ ପରିମାଣ ବର୍ଷା ଯୋଗୁଁ ଜିଲ୍ଲାରେ ବନ୍ୟା ପରିସ୍ଥିତି ହେବାର ସମ୍ଭାବନା ରହିଥିବାରୁ ସେଥିପ୍ରତି ଏନଡିଆରଏଫ ଓ ଓଡ୍ରାଫ ଦଳ ପ୍ରସ୍ତୁତ ଥିବା ଜଣାପଡିଛି । ଆଜି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

14:49 May 25

ପୁରୀରେ ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରଶାସନ ତତ୍ପର, ପ୍ରାୟ ଦୁଇ ହଜାର ଲୋକ ସ୍ଥାନାନ୍ତର

ପୁରୀ: ଜିଲ୍ଲାର ଅସ୍ତରଙ୍ଗ ଓ କାକଟପୁର ବ୍ଲକର ତଳିଆ ଅଞ୍ଚଳର ଲୋକଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀରେ ଆଣି ରଖିଛି ପ୍ରଶାସନ । ବାତ୍ୟା ଆଶଙ୍କା ନେଇ ବ୍ଲକ ପ୍ରଶାସନ ପକ୍ଷରୁ ଅସ୍ତରଙ୍ଗ, କାକଟପୁର ଓ କୋଣାର୍କ ଅଞ୍ଚଳରୁ ପ୍ରାୟ ଦୁଇ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରିଛି ପ୍ରଶାସନ ।  

ଅପରାହ୍ନ ପରେ ପବନର ଗତି ବଢିବାର ଆଶା କରାଯାଉଥିବାବେଳେ କିଭଳି ଏହା ପୂର୍ବରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ନେଇ ରଖାଯିବ ସେଥିପାଇଁ ପ୍ରଶାସନ ସଜାଗ ରହିଛି । ବିଶେଷକରି ଅସ୍ତରଙ୍ଗ ବ୍ଲକର କେଉଟଜଙ୍ଗା, ଛେନୁଅ, ତଣ୍ଡାହାର, ଉଦୟକଣି ଅଞ୍ଚଳର ଲୋକ ମାନଙ୍କ ସହିତ କାକଟପୁର ବ୍ଲକର କୁରୁଜଙ୍ଗ, ଅବଦାନ, ବାଙ୍ଗୁରୀଗାଁ, ନାସିକେଶ୍ୱର, ସିଙ୍ଗାରପାଲ, କାଦୁଆ ପଞ୍ଚାୟତର ସମୁଦ୍ର କୂଳିଆ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ନେଇ ରଖାଯାଇଛି ।  

ସମସ୍ତଙ୍କୁ ମାସ୍କ ଯୋଗାଇ ଦିଆଯାଇଛି । ଏଠାରେ ସେମାନଙ୍କ ପାଇଁ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯିବା ସହିତ କୋଭିଡ ଗାଇଡ ଲାଇନ ଅନୁସାରେ କିଭଳି ଏମାନେ ରହିବେ, ତା’ ଉପରେ ବିଶେଷ ଧ୍ୟାନ ଦେଇଛି ପ୍ରଶାସନ । ସ୍ଥାନାନ୍ତରିତ ପ୍ରକ୍ରିୟାରେ ସ୍ଥାନୀୟ ବିଡିଓ, ତହସିଲଦାରଙ୍କ ସହିତ ବ୍ଲକ ଅଧକ୍ଷ ରହି ଲୋକଙ୍କୁ ସ୍ଥାନାନ୍ତରିତ କରିଥିବାବେଳେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳରେ ପରିଦର୍ଶନ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

10:10 May 25

ଭଦ୍ରକରେ ଆରମ୍ଭ ହେଲା ସ୍ଥାନାନ୍ତରଣ

ଭଦ୍ରକରେ ଆରମ୍ଭ ହେଲା ସ୍ଥାନାନ୍ତରଣ

ଭଦ୍ରକ: ବାତ୍ୟା ‘ୟସ୍’ର ମୁକାବିଲା ପାଇଁ ଭଦ୍ରକରେ ସ୍ଥାନାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଛି।  ଜିଲ୍ଲାର 54 କିଲୋମିଟର ସମୁଦ୍ର ଉପକୂଳରେ ଥିବା 5 ଟି ଥାନା, 3 ଟି ମେରାଇନ ଥାନା ଅଧୀନରେ ଥିବା 14 ଗୋଟି ପଞ୍ଚାୟତର 41 ଗୋଟି ଗ୍ରାମର 94 ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ କିପରି ଅଣାଯାଇପାରିବ, ସେଥିପାଇଁ NDRF ଓ ଓଡ୍ରାଫ୍ ମିଳିତ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି।  

ବିଭିନ୍ନ ସ୍ଥାନରେ ଥିବା 700 ଟି ସ୍କୁଲ ଓ 106 ଟି ବାତ୍ୟା ଆଶ୍ରୟସ୍ଥଳୀରେ ଏହି ଲୋକଙ୍କୁ ରଖାଯିବ ବୋଲି ଜଣାପଡିଛି। ଗତକାଲି ରାତିରେ ପାଖାପାଖି 100 ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା। ଏଥିସହ କିଛି ଲୋକ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଵତଃପୁତ ଭାବେ ଆସିଥିବା ବେଳେ ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତରଣ କାର୍ଯ୍ୟ ସମାପ୍ତ ହେବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଏହି କାର୍ଯ୍ୟରେ ଏବେ 4 ଟି NDRF ଓ 3 ଟି ଓଡ୍ରାଫ୍ ଟିମ ନିୟୋଜିତ ଥିବା ସୂଚନା ମିଳିଛି।

ଭଦ୍ରକରୁ ଦେବାଶିଷ ଦାସ, ଇଟିଭି ଭାରତ 

09:24 May 25

ବାଲେଶ୍ବରରେ ବାତ୍ୟା ‘ୟସ୍’ର ପ୍ରସ୍ତୁତି

ବାଲେଶ୍ବରରେ ବାତ୍ୟା ‘ୟସ୍’ର ପ୍ରସ୍ତୁତି

ବାଲେଶ୍ଵର: ଜିଲ୍ଲାରେ  ବାତ୍ୟା ‘ୟସ୍’ ପ୍ରଭାବ ଦେଖା ଦେଲାଣି। ସୋମବାର ଦ୍ବିପ୍ରହର ଠାରୁ ବର୍ଷା ଓ ପବନ ଲାଗି ରହିଛି। ବାତ୍ୟାରେ ସାଧାରଣ ଜନଜୀବନ ସୁରକ୍ଷାକୁ ଅଧିକ ଗୁରୁତ୍ବ ଦିଆଯାଇଛି। ସେଥିପାଇଁ ଜିଲ୍ଲାର ତଳିଆ ଅଞ୍ଚଳର ଲୋକ ତଥା କଚ୍ଚା ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି।  

140 ଟି ବାତ୍ୟା ଆଶ୍ରୟସ୍ଥଳୀରେ 1 ଲକ୍ଷ 20 ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବ। ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀରେ ସୁରକ୍ଷିତ ଭାବେ ଲୋକଙ୍କୁ ରଖାଯାଇଛି। ସେଠାରେ ଶୁଖିଲା ଖାଦ୍ୟ ଦିଆଯାଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ 

06:41 May 25

କଟକରେ ‘ୟସ୍’ର ପ୍ରଭାବ, ବଢୁଛି ପବନର ବେଗ

କଟକରେ ପଡିଲା ‘ୟସ୍’ର ପ୍ରଭାବ

କଟକ: ବାତ୍ୟା ‘ୟସ’ ପ୍ରଭାବରେ କଟକରେ ବର୍ଷା ଲାଗି ରହିଛି। ବିଳମ୍ବିତ ରାତିରୁ ବର୍ଷା ଲାଗି ରହିଛି। ବର୍ଷା ସାଙ୍ଗକୁ ଧୀରେ ଧୀରେ ପବନର ବେଗ ବଢୁଛି। ସେହିପରି ବର୍ଷାର ପରିମାଣ ବଢ଼ୁଥିବାରୁ ସହରରେ ଜଳମଗ୍ନ ପରିସ୍ଥିତି ଉପୁଜିବାର ସମ୍ଭାବନା ରହିଛି ।  

କିଛି କିଛି ତଳିଆ ଅଞ୍ଚଳରେ ସାମାନ୍ୟ ଜଳମଗ୍ନ ହୋଇଥିବା ଜଣାପଡିଛି। ତେବେ କୃତିମ ବନ୍ୟା ସ୍ଥିତିକୁ ଏଡ଼ାଇବା ପାଇଁ ସହରରେ ଅନେକ ସ୍ଥାନରେ ପାଣି ମୋଟରର ବ୍ୟବସ୍ଥା କରାଯାଇଛି। ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି। କୌଣସି ପରିସ୍ଥିତିର ମୁକାବିଲା ପାଇଁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ 

Last Updated : May 25, 2021, 7:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.