ଭୁବନେଶ୍ବର: ବାତ୍ୟା ‘ବୁଲବୁଲ’ ଧୀରେ ଧୀରେ ଉଗ୍ର ରୂପ ଧାରଣା କରୁଛି । ଗତ 6 ଘଣ୍ଟାରେ ଘଣ୍ଟାପ୍ରତି 6 କିଲୋମିଟର ବେଗରେ ମାଡି ଆସୁଛି ବାତ୍ୟା । ବର୍ତ୍ତମାନ ଏହା ପାରାଦ୍ୱୀପର ଦକ୍ଷିଣ ପୂର୍ବ ଦିଗଠାରୁ 750 କିଲୋମିଟର ଦୂରରେ ରହିଛି । ଏହା ବାତ୍ୟାର ରୂପ ନେଇ ସାରିଥିବା ବେଳେ ଗୁରୁବାର ଭୟଙ୍କର ରୂପ ନେବ ବୋଲି IMD ଆକଳନ କରିଛି । ନଭେମ୍ବର 9ରେ ଏହା ଅତି ଭୟଙ୍କର ରୂପ ନେବ ।
ତେବେ ଓଡିଶା ଉପରେ ଏହାର ପ୍ରଭାବ କମ ରହିବ। 9 ଓ 10ରେ ଉତ୍ତର ଓଡ଼ିଶାରେ କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ। ଏହା ପଶ୍ଚିମବଙ୍ଗ ଦେଇ ବାଂଲାଦେଶ ଆଡକୁ ଗତି କରିବ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ