ETV Bharat / city

ଦିନ ୨ଟା ମଧ୍ୟ ରେ ପାରାଦୀପ ଅତିକ୍ରମ କରିବ ଅମ୍ଫାନ - cyclone amphan to cross Paradip

ପାରାଦୀପଠାରୁ ଦକ୍ଷିଣରେ ୧୧୦ କିମି ଦୁରରେ ରହିଛି ଅମ୍ଫାନ। ଏନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ଅମ୍ଫାନ ଏବେ ଉତ୍ତର ଓ ଉତର-ପୁର୍ବ ଦିଗରେ ଘଣ୍ଟାକୁ ୨୨ ରୁ ୨୩ କିଲୋମିଟର ବେଗରେ ଗତି କରୁଛି । ଅଧିକ ପଢନ୍ତୁ...

ଦିନ ୨ଟା ମଧ୍ଯରେ ପାରାଦୀପ ଅତିକ୍ରମ କରିବ ଅମ୍ଫାନ

author img

By

Published : May 20, 2020, 10:15 AM IST

ଭୁବନେଶ୍ବର: ପାରାଦୀପଠାରୁ ଦକ୍ଷିଣରେ ୧୧୦ କିମି ଦୁରରେ ରହିଛି ଅମ୍ଫାନ। ଏନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ଅମ୍ଫାନ ଏବେ ଉତ୍ତର ଓ ଉତର-ପୁର୍ବ ଦିଗରେ ଘଣ୍ଟକୁ ୨୨ରୁ ୨୩ କିଲୋମିଟର ବେଗରେ ଗତି କରୁଛି ।ବାତ୍ୟାର ଅବସ୍ଥିତି ସ୍ଥାନରେ ୧୭୦ କିଲୋମିଟରରୁ ୧୮୦ କିଲୋମିଟର ବେଗରେ ପବନ ବୋହୁଥିବା କୁହାଯାଇଛି ।

ଭୀଷଣ ରୁପ ନେଇସାରିଛି ବାତ୍ଯା ଅମ୍ଫାନ, ଦିନ ୨ଟା ମଧ୍ଯରେ ଅତିକ୍ରମ କରିବ ପାରାଦୀପ

ବାତ୍ୟାର ପ୍ରଭାବରେ ପାରାଦୀପରେ ୧୦୨ କିଲୋମିଟର, ଚାନ୍ଦବାଲିରେ ୭୦ କିଲୋମିଟର , ଭୁବନେଶ୍ବରରେ ୫୬ କିଲୋମିଟର ବେଗରେ ପବନର ବେଗ ରେକର୍ଡ ହୋଇଛି । ସେହିପରି ପାରାଦୀପରେ ୨୦୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ବାଲେଶ୍ବରରେ ୫୬ ମିଲିମିଟର ବର୍ଷା ହୋଇଥିବା ସୂଚନା ମିଳିଛି ।

ବାତ୍ୟା ଅମ୍ଫାନ ଏବେ ଅତିଭୀଷଣ ରୁପ ଧାରଣ କରିସାରିଛି। ଏହା ଅପରାହ୍ନରୁ ସଂଧ୍ୟା ୯ଟା ୩୦ ମଧ୍ୟରେ ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ କରିବ ବୋଲି ଏସଆରସି ସୂଚନା ଦେଇଛନ୍ତି। ବାତ୍ୟା ଯୋଗୁଁ କିଛି ସ୍ଥାନରେ ଗଛ ଉପୁଡିବା ଆରମ୍ଭ ହୋଇଛି। ଜଗତସିଂହପୁର ଓ ଏରସମା ବ୍ଲକରେ ଗଛ ଉପୁଡିଥିବା ବେଳେ କିଛି କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଢିଙ୍କିଆ ପଞ୍ଚାୟତରେ ଅନେକ ପାନ ବରଜ ନଷ୍ଟ ହୋଇଥିବା ସୂଚନା ମିଳିଛି ।

ବର୍ତ୍ତମାନ ସୁଦ୍ଧା ୧ଲକ୍ଷ୩୭ ହଜାରରୁ ଉର୍ଦ୍ଧ୍ବ ସ୍ଥନାନ୍ତରିତ ହୋଇସାରିଛନ୍ତି । ବାଲେଶ୍ବର ଓ ଭଦ୍ରକ ମ୍ୟୁନିସିପାଲିଟିରୁ ଅନେକ ଲୋକ ପବନ ଦେଖି ସାଇକ୍ଲୋନ ସେଲଟରକୁ ଆସୁଛନ୍ତି। ମୟୁରଭଞ୍ଜ ପାଖାପାଖି ଅଞ୍ଚଳରେ ମଧ୍ୟ ଜିଲ୍ଲାପାଳ ନଜର ରଖିଛନ୍ତି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.