ETV Bharat / city

ଭୁବନେଶ୍ବରରେ ଚେଞ୍ଜ ଫର ଚ୍ୟାଲେଞ୍ଜ, ସାମିଲ ହେଲେ 100ରୁ ଊର୍ଦ୍ଧ୍ବ ଆରୋହୀ - ସାଇକେଲ ଗିରି ଅଭିଯାନ ଆରମ୍ଭ

ସାଇକେଲ ଚାଳନାକୁ ପ୍ରୋତ୍ସାହନ କରିବାକୁ ସ୍ମାର୍ଟ ସିଟିରେ ସାଇକେଲଗିରି ଅଭିଯାନ ଆରମ୍ଭ । ଶିଶୁ ଭବନ ସ୍ଥିତ ଏକାମ୍ର ପ୍ଲାଜା ଠାରୁ ଶାନ୍ତି ସ୍ତୁପ ଧଉଳି ପର୍ଯ୍ୟନ୍ତ କରାଯାଇଥିବା ରାଲିରେ ସାମିଲ ହେଲେ 100ରୁ ଊର୍ଦ୍ଧ୍ବ ସାଇକେଲ ଆରୋହୀ । ପ୍ରତି ଶୁକ୍ରବାର ଏହି ଅଭିଯାନ ଆୟୋଜନ ହେବାକୁ ଥିବାବେଳେ ସ୍ବେଚ୍ଛାକୃତ ଭାବେ ସାଧାରଣଜନତା ଭାଗ ନେଇପାରିବେ । ଏନେଇ ଅଧିକ ପଢନ୍ତୁ...

ସ୍ମାର୍ଟସିଟିରେ ଆରମ୍ଭ ହେଲା ସାଇକେଲଗିରି
ସ୍ମାର୍ଟସିଟିରେ ଆରମ୍ଭ ହେଲା ସାଇକେଲଗିରି
author img

By

Published : Oct 9, 2020, 8:59 AM IST

Updated : Oct 9, 2020, 1:27 PM IST

ଭୁବନେଶ୍ବର: ସ୍ମାର୍ଟସିଟିରେ ଆରମ୍ଭ ହେଲା ସାଇକେଲଗିରି ବା ଚେଞ୍ଜ ଫର ଚ୍ୟାଲେଞ୍ଜ। ସାମିଲ ହେଲେ ପ୍ରାୟ ୧୦୦ ରୁ ଊର୍ଦ୍ଧ୍ବ ସାଇକେଲ ଆରୋହୀ। ସ୍ମାର୍ଟସିଟିରୁ ଶାନ୍ତି ସ୍ତୁପ ପର୍ଯ୍ୟନ୍ତ ସାଇକେଲ ମାଧ୍ୟମରେ ବାଣ୍ଟିଲେ ସାଇକେଲଗିରି ବାର୍ତ୍ତା । କୋରୋନା ମହାମାରୀ ସମୟରେ ଜୀବନକୁ ବାଜି ଲଗାଇ ଘରେ ଘରେ ବୁଲି କୋରୋନା ସଚେତନ କରାଇଥିବା ପିଅର ଲିଡର ମାନଙ୍କୁ ମିଳିଲା ସାଇକେଲ ।

ସ୍ମାର୍ଟସିଟିରେ ଆରମ୍ଭ ହେଲା ସାଇକେଲଗିରି

ଭୁବନେଶ୍ବର ଶିଶୁ ଭବନ ଛକ ଏକାମ୍ର ପ୍ଳାଜା ଠାରୁ ଶାନ୍ତି ସ୍ତୁପ ଧଉଳି ଅଭିମୁଖେ ବାହାରିଛି ସାଇକେଲଗିରି । ଶୁକ୍ରବାର ଭୁବନେଶ୍ବର ମହାନଗର ନିଗମ କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ରାଜଧାନୀକୁ ସ୍ବଚ୍ଛ ଆଉ ସୁନ୍ଦର କରି ଗଢିବାକୁ ଏହି ସାଇକେଲ ଗିରି ଅଭିଯାନ । ପ୍ରଦୂଷଣ କମିବ, ପରିବେଶ ସୁସ୍ଥ ରହିବ ଏଭଳି ବାର୍ତ୍ତା ନେଇ ସ୍ମାର୍ଟସିଟି ବାସିନ୍ଦା ପ୍ରତି ଶୁକ୍ରବାର ସାଇକେଲଗିରିରେ ଅଂଶଗ୍ରହଣ କରିପାରିବେ। ବିଏମସିର ଏପରି ପ୍ରୟାସକୁ ସ୍ମାର୍ଟସିଟି ବାସିନ୍ଦା ସ୍ବାଗତ କରିଛନ୍ତି ।

ସ୍ମାର୍ଟସିଟିରେ ପବ୍ଲିକ ବାଇ ସାଇକେଲ ସେୟାରିଂ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସାଇକେଲ ଗିରିରେ ଅଂଶଗ୍ରହଣ କରିବା ପାଇଁ ସ୍ବେଚ୍ଛାକୃତ ଭାବେ ଜନସାଧାରଣ ଆଗେଇ ଆସିବା ଦରକାର । ସାଇକେଲ ଚଲେଇବା ସଂସ୍କୃତିକୁ ଭୁବନେଶ୍ବରବାସୀ ଆପଣେଇବାକୁ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି। ଏହି ଅଭିଯାନ ପାଇଁ ସହରର ସବୁ ନଗରରେ ଛୋଟ ଛୋଟ ସାଇକେଲ ଟ୍ରାକ ସର୍କଲ କରାଯିବ । ବିଭିନ୍ନ ବର୍ଗର ଲୋକଙ୍କୁ ସାଇକେଲ ଚଲେଇବା ପାଇଁ ଅଗ୍ରାଧିକାର ଦିଆଯିବ। ସେପଟେ ସ୍ମାର୍ଟସିଟିରେ ପିଅର ଲିଡର କାମ କରି କୋରୋନା ମହାମାରୀ ସମୟରେ ଘରେ ଘରେ ବୁଲି ଯେଉଁଭଳି ଭାବରେ ଲୋକଙ୍କୁ ସଚେତନ କରିଥିଲେ ସେମାନଙ୍କୁ ଆଜି ଉପହାର ସ୍ବରୂପ ସାଇକେଲ ଦିଆଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Oct 9, 2020, 1:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.