ETV Bharat / city

ଲକଡାଉନରେ ଅଧିକ ଲୁଟିଛନ୍ତି ସାଇବର ଠକ, ମାସିକ ରିପୋର୍ଟ ଦେଲା Cyber HelpDesk - ଲକଡାଉନରେ ସକ୍ରିୟ ହୋଇଛନ୍ତି ସାଇବର ଠକ

ଲକଡାଉନରେ ସକ୍ରିୟ ହୋଇଛନ୍ତି ସାଇବର ଠକ। ଲୁଟ କରିଛନ୍ତି ଲୋକଙ୍କ ସଞ୍ଚିତ ଧନ। ସାଇବର ଠକେଇରେ ମେ ମାସର ଆସିଛି ରିପୋର୍ଟ । ଅଧିକ ପଢନ୍ତୁ...

ଲକଡାଉନରେ ଅଧିକ ଲୁଟିଛନ୍ତି ସାଇବର ଠକ
ଲକଡାଉନରେ ଅଧିକ ଲୁଟିଛନ୍ତି ସାଇବର ଠକ
author img

By

Published : Jun 1, 2021, 3:08 PM IST

ଭୁବନେଶ୍ବର: ଲକଡାଉନରେ ସକ୍ରିୟ ହୋଇଛନ୍ତି ସାଇବର ଠକ। ଲୁଟ କରିଛନ୍ତି ଲୋକଙ୍କ ସଞ୍ଚିତ ଧନ। ସାଇବର ଠକେଇରେ ମେ ମାସର ଆସିଛି ରିପୋର୍ଟ, ଯେଉଁଥିରେ ଦର୍ଶାଯାଇଛି ମେ ମାସରେ ସହାୟତାକୁ ଆସିଛି ୫୨୯ କଲ୍। କେବଳ ଭୁବନେଶ୍ବରରୁ ୨୫୬ କଲ୍, ଭୁବନେଶ୍ବର ବାହାରୁ ଆସିଛି ୨୭୩ କଲ୍।

ୟୁପିଆଇ ପେମେଣ୍ଟ ସମ୍ପର୍କିତ ୧୬୦ ଟି କଲ ଥିବାବେଳେ କ୍ରେଡିଟ କାର୍ଡ଼, ଡେବିଟ କାର୍ଡ ସମ୍ପର୍କିତ ୧୦୦ଟି କଲ ଓ ଅନ୍ୟାନ୍ୟ ୨୬୯ଟି ଠକେଇ କଲ ଆସିଛି । ଏଥିରୁ ଭୁବନେଶ୍ବରବାସୀଙ୍କ ୟୁପିଆଇ ପେମେଣ୍ଟ ସମ୍ପର୍କିତ ୬୩ ଟି କଲ ଥିବାବେଳେ କ୍ରେଡିଟ କାର୍ଡ଼, ଡେବିଟ କାର୍ଡ ସମ୍ପର୍କିତ ୪୮ଟି କଲ, ଅନ୍ୟାନ୍ୟ ୮୫ଟିର ଠକେଇ କଲ ଆସିଥିଲା।

ମୋଟ ୧କୋଟି ୪୦ ଲକ୍ଷ ୯ ହଜାର ୪୬୯ ଟଙ୍କା ଠକେଇର ରିପୋର୍ଟ କଲ ଆସିଥିଲା, ଏଥିରୁ ଭୁବନେଶ୍ବରରୁ ୭୦ ଲକ୍ଷ ୭୮ ହଜାର ୭୧୪ ଟଙ୍କା ଠକେଇ ହୋଇଛି। ତେବେ ସାଇବର ଠକଙ୍କ ଠାରୁ ୧୨ ଲକ୍ଷ ୫ ହଜାର ୩୦୬ ଟଙ୍କା ଠକଙ୍କ ଠାରୁ ଫେରି ପାଇଛି କମିସନରେଟ ପୋଲିସ। ୧୭ଟି ମାମଲା ରୁଜୁ ହୋଇଥିବା ବେଳେ ୫୬ ଟି ସାଇବର ଟିକେଟ ଜେନେରେଟେଡ଼ କରାଯାଇଥିଲା, ୫୬ ଟି ନମ୍ବର ବ୍ଲକ କରାଯାଇଛି।

ସେହିପରି ସାଇବର ଠକେଇରେ ଏପ୍ରିଲ ମାସର ରିପୋର୍ଟ ଦେଖିଲେ ମେ ମାସରେ ଅଧିକ ଠକେଇ ହୋଇଛି। ଅର୍ଥାତ ଏପ୍ରିଲ ମାସରେ ଆସିଥିଲା ୪୭୬ ଟି କଲ୍ । କେବଳ ଭୁବନେଶ୍ବରରୁ ଆସିଛି ୨୨୦ କଲ୍, ଭୁବନେଶ୍ବର ବାହାରୁ ଆସିଛି ୨୫୬ କଲ୍, ୟୁପିଆଇ ପେମେଣ୍ଟ ୧୫୬ ଟି, କ୍ରେଡିଟ କାର୍ଡ଼ ଡେବିଟ କାର୍ଡ ୮୦ଟି, ଅନ୍ୟାନ୍ୟ ୨୪୦ଟି ଠକେଇ କଲ ଆସିଥିଲା ।

ମୋଟ ୧ କୋଟି ୧୯ ଲକ୍ଷ ୬୩ ହଜାର ୨୯୭ଟଙ୍କା ଠକେଇର ରିପୋର୍ଟ ଆସିଥିଲା, ଏଥିରୁ ଭୁବନେଶ୍ବରରୁ ୭୪ ଲକ୍ଷ ୫ ହଜାର ୧୧୪ ଟଙ୍କା ପ୍ରାୟ ୫ ଲକ୍ଷ ୩୬ ହଜାର ୧୪୦ ଟଙ୍କା ଠକଙ୍କ ଠାରୁ ଫେରି ପାଇଛି କମିସନରେଟ ପୋଲିସ । ଏଥିରେ 11ଟି ମାମଲା ରୁଜୁ ହୋଇଛି, ୫୨ଟି ସାଇବର ଟିକେଟ୍ ଜେନେରେଟେଡ଼ କରାଯାଇଥିଲା ବେଳେ ୫୨ଟି ନମ୍ବର ବ୍ଲକ କରାଯାଇଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.