ETV Bharat / city

କିଡନୀ ବିକ୍ରି ନାଁରେ ମାତିଛନ୍ତି ସାଇବର ଠକ, ଫସୁଫସୁ ବଞ୍ଚାଇଲେ ସବ୍ୟସାଚୀ - ସାଇବର ଠକେଇ

ଲକଡାଉନ ସମୟରେ ଲୋକେ ଇଣ୍ଟରନେଟର ବହୁଳ ବ୍ୟବହାର କରୁଥିବା ବେଳେ ଏହାର ସୁଯୋଗ ନେଇ ମାତିଛନ୍ତି ସାଇବର ଠକ । ଆଉ ଏମାନେ ପ୍ରତିଦିନ ଠକେଇର ଖୋଜୁଛନ୍ତି ନୂଆ ନୂଆ ବାହାନା । ଯେଉଁଥିରେ ଏବେ କିଡନୀ ବିକ୍ରୟ ନାଁରେ ସାଇବର ଠକମାନେ ନୂଆ ଚାଲ ଚଲାଉଥିବା ଦେଖିବାକୁ ମିଳୁଛି ।

cyber criminals on social media, bhubaneswar latest news, cyber criminals, cyber criminals upto kidney selling, ସୋସିଆଲ ମିଡିଆରେ ସାଇବର ଠକ, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ସାଇବର ଠକେଇ, କିଡନୀ ବିକ୍ରୟ ନାଁରେ ସାଇବର ଠକେଇ
କିଡନୀ ବିକ୍ରୟ ନାଁରେ ସୋସିଆଲ ମିଡିଆରେ ମାତିଛନ୍ତି ସାଇବର ଠକ
author img

By

Published : Aug 27, 2020, 12:26 PM IST

ଭୁବନେଶ୍ବର: ଲକଡାଉନ ସମୟରେ ଲୋକେ ଇଣ୍ଟରନେଟର ବହୁଳ ବ୍ୟବହାର କରୁଥିବା ବେଳେ ଏହାର ସୁଯୋଗ ନେଇ ମାତିଛନ୍ତି ସାଇବର ଠକ । ଆଉ ଏମାନେ ପ୍ରତିଦିନ ଠକେଇ ପାଇଁ ଖୋଜୁଛନ୍ତି ନୂଆ ନୂଆ ବାହାନା । ଯେଉଁଥିରେ ଏବେ କିଡନୀ ବିକ୍ରୟ ନାଁରେ ସାଇବର ଠକମାନେ ନୂଆ ଚାଲ୍ ଚାଲୁଥିବା ଦେଖିବାକୁ ମିଳୁଛି । ଏମିତିରେ ସୋସିଆଲ ମିଡିଆରେ ନୋଟିଫିକେସନ ଆକାରରେ ଏମାନେ ଆରମ୍ଭ କରୁଛନ୍ତି ସାଇବର ଆକ୍ରମଣ । ଆଉ ଏଥିରେ କ୍ଲିକ କଲେ ଲୋକଙ୍କ ଆକର୍ଷଣୀୟ ଅଫର ଦେଖାଇ ପ୍ରଲୋଭିତ କରୁଛନ୍ତି ଠକ ।

କିଡନୀ ବିକ୍ରୟ ନାଁରେ ସୋସିଆଲ ମିଡିଆରେ ମାତିଛନ୍ତି ସାଇବର ଠକ

ଏପରି ଏକ ଘଟଣାରେ ଫସୁଫସୁ ବଞ୍ଚିଛନ୍ତି କେନ୍ଦ୍ରାପଡାର ସୋମନାଥ ଗାହଣ । ଆର୍ଥିକ ଅନଟନ ମଧ୍ୟରେ ସେ ଫେସବୁକରେ କିଡନୀ ବିକ୍ରୟ ପାଇଁ ଏକ ନୋଟିଫିକେସନ ଦେଖିଥିଲେ । ଏଥିରେ କିଡନୀ ବିକ୍ରୟ ବଦଳରେ 3କୋଟିର ନଗଦ ରାଶି ମିଳିବାର ଅଫର ଦେଖି ସେ ଏଥିରେ ନିଜର ଇଚ୍ଛା ଜାହିର କରିଥିଲେ । ପରେ ସମ୍ପୃକ୍ତ ଠକ ବ୍ୟକ୍ତି ସୋମନାଥଙ୍କୁ ଯୋଗାଯୋଗ କରିବା ସହ ତାଙ୍କର ଠିକଣାଠାରୁ ଆରମ୍ଭ କରି ଆକାଉଣ୍ଟ ନମ୍ବର ଓ ଆଇଏଫଏସସି କୋଡ ଆଦି ହାତେଇବାରେ ସଫଳ ହୋଇଥିଲେ । ଏମିତିରେ ତାଙ୍କ ପାଇଁ ପୁଣି ଦୂତ ସାଜିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର ।

ସବ୍ୟସାଚୀଙ୍କୁ ସହାୟତା ପାଇଁ ଯୋଗାଯୋଗ କରିବା ପରେ ସେ ପ୍ରତିକ୍ରିୟା ଦେଇ ସୋମନାଥଙ୍କ ଅସୁବିଧା ଶୁଣିଥିଲେ ଓ ସେ ଯୋଗାଯୋଗ କରିଥିବା କିଡନୀ ବିକ୍ରୟକାରୀଙ୍କ ତଥ୍ୟ ମାଗିଥିଲେ । ପରେ ଯାଞ୍ଚ କରି ଏହି ଏକ କିଡନୀ ବିକ୍ରୟ ରାକେଟ ବୋଲି ସବ୍ୟସାଚୀ ଜାଣିବାକୁ ପାଇଥିଲେ । ଏନେଇ ସେ ସୋମନାଥଙ୍କୁ ଖବର କରିବା ପରେ ତାଙ୍କୁ ତୁରନ୍ତ ପୋଲିସରେ ମାମଲା ରୁଜୁ କରିବା ପାଇଁ ପରାମର୍ଶ ଦେଇଥିଲେ ।

ସବ୍ୟସାଚୀଙ୍କ ପରାମର୍ଶକ୍ରମରେ ସେ ଥାନାରେ ଅଭିଯୋଗ କରି ଏକ ବଡ ଠକେଇରୁ ବର୍ତ୍ତି ଯାଇଥିଲେ । ସେପଟେ ଏନେଇ ତଦନ୍ତ ଜାରି ରହିଥିବା ବେଳେ ଖୁବଶୀଘ୍ର ସାଇବର ଠକ ପୋଲିସ ପଞ୍ଝାରେ ପଡିବା ନେଇ ପୋଲିସ ଆଶା ରଖିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.