ETV Bharat / city

OCAC ମୁଖ୍ୟଙ୍କ WhatsApp ହ୍ୟାକ, ଠକିନେଲେ 7 ଲକ୍ଷ

author img

By

Published : Nov 11, 2021, 10:13 AM IST

Updated : Nov 11, 2021, 6:02 PM IST

ସାଇବର ଅପରାଧୀ ଜାଲରେ OCAC ମୁଖ୍ୟ । ତାଙ୍କ ହ୍ବାର୍ଟ୍ସଆପ ନମ୍ବର ହ୍ୟାକ କରି ସମ୍ପର୍କୀୟଙ୍କଠୁ ୭ ଲକ୍ଷ ଠକି ନେଲା ଠକ । ଅଧିକ ପଢନ୍ତୁ...

OCAC ମୁଖ୍ୟଙ୍କ ହ୍ବାର୍ଟ୍ସଆପ ହ୍ୟାକ କରି ୭ ଲକ୍ଷ ଠକେଇ

ଭୁବନେଶ୍ବର: ସାଇବର ଠକ ଜାଲରେ OCAC ମୁଖ୍ୟ । ଓଡିଶା କମ୍ପୁଟର ଆପ୍ଲିକେସନ ସେଣ୍ଟର (ଓକାକ) ମୁଖ୍ୟଙ୍କ ହ୍ବାର୍ଟ୍ସଆପ ନମ୍ବର ହ୍ୟାକ୍ କରି ଲକ୍ଷାଧିକ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ । ସାଇବର ଠକଙ୍କ ଶିକାର ହୋଇଥିବା ଓକାକ ମୁଖ୍ୟ ହେଉଛନ୍ତି ମନୋଜ କୁମାର ପଟ୍ଟନାୟକ । ସେ E&IT ବିଭାଗର ଅତିରିକ୍ତ ସଚିବ ମଧ୍ୟ ଅଟନ୍ତି ।

କେହି ତାଙ୍କ ହ୍ବାର୍ଟ୍ସଆପ ହ୍ୟାକ୍ କରିବା ପରେ ତାଙ୍କ ସମ୍ପର୍କୀୟଙ୍କୁ ଜରୁରୀ ଅଛି କହି ୭ ଲକ୍ଷ ଟଙ୍କା ଠକି ନେଇଥିବା ସହୀଦ ନଗର ଥାନାରେ ଅଭିଯୋଗ ହୋଇଛି । ସଚିବଙ୍କ ସମ୍ପର୍କୀୟ ଠକେଇର ଶିକାର ହୋଇଥିବା ଅଭିଯୋଗ କରିବା ପରେ ସଚିବ ପୋଲିସକୁ ଏ ସମ୍ପର୍କରେ ଜଣାଇଛନ୍ତି ।

OCAC ମୁଖ୍ୟ ମନୋଜଙ୍କ ନାଁରେ ସମ୍ପର୍କୀୟଙ୍କ ଠୁ ୟୁପିଆଇ ପେମେଣ୍ଟ ଜରିଆରେ ୭ ଲକ୍ଷ ଟଙ୍କା ଠକେଇ ହୋଇଛି । ସଚିବ ନିଜ ସମ୍ପର୍କୀୟଙ୍କ ସହ କଥାବର୍ତ୍ତା ହେବା ପରେ ଏହି ଠକେଇ କଥା ଜାଣିବାକୁ ପାଇଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Nov 11, 2021, 6:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.