ETV Bharat / city

ହାଜତ ମୃତ୍ୟୁ ମାମଲାରେ ଗର୍ଜିଲେ ନରସିିଂହ; ହାଥରସ ଘଟଣାରୁ ଅନୁପ୍ରାଣିତ ସରକାର

author img

By

Published : Nov 21, 2020, 11:56 AM IST

ଆଇନ ଶୃଙ୍ଖଳାକୁ ନେଇ ଗୃହରେ ଗର୍ଜିଲେ କଂଗ୍ରେସ ବିଧାନସଭା ଦଳର ନେତା ନରସିଂହ ମିଶ୍ର । ରାଜ୍ୟରେ ଆଇନ ଶଙ୍ଖଳା ନାହିଁ ଚାଲିଛି ଜଙ୍ଗଲରାଜ । ହାଜତ ମୃତ୍ୟୁ ମାମଲାରୁ ସରକାର ଅନୁପ୍ରାଣିତ ହୋଇଥିବା କହିଛନ୍ତି ନରସିଂହ ମିଶ୍ର । ଅଧିକ ପଢନ୍ତୁ...

ହାଜତ ମୃତ୍ୟୁ ମାମଲାରେ ଗର୍ଜିଲେ ନରସିିଂହ
ହାଜତ ମୃତ୍ୟୁ ମାମଲାରେ ଗର୍ଜିଲେ ନରସିିଂହ

ଭୁବନେଶ୍ବର: ଆଜି ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଯାଇଛି । ଆଇନ ଶୃଙ୍ଖଳାକୁ ନେଇ ଗୃହରେ ଗର୍ଜିଲେ କଂଗ୍ରେସ ବିଧାନସଭା ଦଳର ନେତା ନରସିଂହ ମିଶ୍ର । ରାଜ୍ୟରେ ଆଇନ ଶଙ୍ଖଳା ନାହିଁ ଚାଲିଛି ଜଙ୍ଗଲରାଜ । ଆଇନ ଶୃଙ୍ଖଳା ପରିସ୍ଥିତି ଖରାପ ହେବା ସହ ମାନବାଧିକାରର ଉଲ୍ଲଂଘନ ହୋଇଛି । ପୋଲିସ କି ସରକାର ସମସ୍ତେ ଚୁପ । ହାଜତ ମୃତ୍ୟୁ ମାମଲାରେ ସରକାର ହାଥରସ ଘଟଣାରୁ ଅନୁପ୍ରାଣିତ ହୋଇଥିବା କହିଲେ ନରସିଂହ ମିଶ୍ର ।

ଉତ୍ତରପ୍ରଦେଶର ହାଥରସର ଦୁଷ୍କର୍ମ ପୀଡିତାକୁ ପରିବାରର ବିନା ଅନୁମତିରେ ଅନ୍ତିମ ସଂସ୍କାର କରାଯାଇଥିଲା । ଆଜି ଠିକ ସେହିଭଳି ଓଡିଶାରେ କରାଯାଇଛି । ପୂର୍ବରୁ ଓଡିଶାରେ ଏମିତି ଦେଖିବାକୁ ମିଳିନଥିଲେ । ତେଣୁ ଏହି ଘଟଣାରେ କେବଳ ଏସପିଙ୍କୁ ବଦଳି କରିଦେଲେ ହେବ ନାହିଁ । ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି ନରସିଂହ ମିଶ୍ର ଦାବି ରଖିଛନ୍ତି ।

ସୂଚନାଯୋଗ୍ୟ, ପୁରୀ ବାସେଳି ସାହି ଥାନା ହାଜତ ମୃତ୍ୟୁ ପରେ ପରିବାର ଲୋକଙ୍କୁ ନ ଜଣାଇ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ରାଜ୍ୟ ସରକାରଙ୍କୁ ଏନଏଚଆରସିର ନୋଟିସ୍‌ ଜାରି ହୋଇଥିଲା ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.