ETV Bharat / city

ବିଏମସି ଡେପୁଟି କମିଶନରଙ୍କ ବିରୋଧରେ ମହାଘୋଟାଲା ଅଭିଯୋଗ

ଭୁବନେଶ୍ବରର ମହାନଗର ନିଗମର ଡେପୁଟି କମିଶନର ଏକ ନମ୍ବର ହାଟରର ଜମି ଜାଲିଆତିରେ ସମ୍ପୃକ୍ତ ଥିବା ସହ ସରକାରୀ ରାଜସ୍ବକୁ ହଡ଼ପ କରିଥିବା ଅଭିଯୋଗ ଆଣିଛି ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଙ୍ଗଠନ।

ବିଏମସି
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Dec 1, 2019, 5:45 PM IST

ଭୁବନେଶ୍ବର: ସ୍ମାର୍ଟସିଟିର ମୁଖ୍ୟ ବ୍ୟବସାୟସ୍ଥଳୀ କୁହାଯାଉଥିବା ଏକ ନମ୍ବର ହାଟର ଉନ୍ନତିକରଣ ନାମରେ କୋଟି କୋଟି ଟଙ୍କାର ଜମି ଜାଲିଆତି ଏବଂ କଳାବଜାରୀ ହେଉଥିବା ନେଇ ଅଭିଯୋଗ ହୋଇଛି । ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଙ୍ଗଠନ ଏହି ଅଭିଯୋଗ କରିଛି। ଭୁବନେଶ୍ବର ମହାନଗର ନିଗମର ଡେପୁଟି କମିଶନର(ରାଜସ୍ବ) ଜମି ଜାଲିଆତିରେ ସମ୍ପୃକ୍ତ ଥିବା ସହ ସରକାରୀ ରାଜସ୍ବକୁ ହଡ଼ପ କରିଥିବାର ଅଭିଯୋଗ ହୋଇଛି।

ସଙ୍ଗଠନ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହାର ଆବାହକ ସୁବ୍ରତ ନନ୍ଦ କହିଛନ୍ତି ଯେ, ହାଟ ତିଆରି ହେବା ପରେ ଏହାର ପରିଚାଳନା ଦାୟିତ୍ବ ବିଏମସିକୁ ହସ୍ତାନ୍ତର କରାଯାଇଥିଲା। ସେତେବେଳେ ଏହା ମଧ୍ୟକୁ ଭାରିଯାନ ପ୍ରବେଶ, ପରିବା ହୋଲସେଲ ନ କରିବା ଆଦି କେତେକ ସର୍ତ୍ତ ଦିଆଯାଇଥିଲା। ଏହାକୁ ଉଲ୍ଲଙ୍ଘନ କରି ମାର୍କେଟକୁ ଆସୁଥିବା ଭାରିଯାନ ଠାରୁ ଶୁଳ୍କ ଆଦାୟ ଏବଂ ହୋଲସେଲ ବ୍ୟବସାୟ ହେଉଛି ବୋଲି ସେ କହିଛନ୍ତି। ଯାହାକି ସେହି ଅଧିକାରୀଙ୍କ ଇଙ୍ଗିତରେ ତାଙ୍କ ସ୍ବାର୍ଥ ପାଇଁ କରାଯାଉଥିବ କୁହାଯାଇଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

2012 ମସିହାରେ ହାଟକୁ ଆଧୁନିକକରଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯିବା ସହିତ ହାଟର ପଛ ପାଖରେ ଥିବା 42ଟି ସରକାରୀ କ୍ବାଟର ଓ ଗୋଟିଏ ତିନି ମହଲା ବିଶିଷ୍ଟ ଫ୍ଲାଟକୁ ଭାଙ୍ଗିବାକୁ ନିର୍ଦେଶ ଦିଆଯାଇଥିଲା। କ୍ବାଟରକୁ ଭଙ୍ଗା ଯାଇଥିଲେ ସୁଦ୍ଧା ଫ୍ଲାଟକୁ ଭଙ୍ଗା ନଯାଇ ଏହାକୁ ଏକ ଯାତ୍ରାପାର୍ଟିକୁ ଭଡା ଆକାରରେ ଦିଆଯାଇ ସେହି ଟଙ୍କାକୁ ଉକ୍ତ ଅଧିକାରୀ ଓ ମାର୍କେଟ ସୁପରିଟେଣ୍ଡେଣ୍ଟ ମିଳିମିଶି ଆତ୍ମସାତ କରୁଥିବା ସୁବ୍ରତ ନନ୍ଦ କହିଛନ୍ତି । ଏ ସମସ୍ତ ବିଷୟ ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀଙ୍କୁ ଅବଗତ କରାଯାଇବା ସହିତ 15 ଦିନ ମଧ୍ୟରେ ବିଏମସିରୁ ଉକ୍ତ ଅଧିକାରୀଙ୍କ ସମେତ ଏହି ମହାଘୋଟାଲାରେ ସମ୍ପୃକ୍ତ ଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଏବଂ ତାଙ୍କୁ ଏଠାରୁ ବଦଳି କରାଯିବାକୁ ଦାବି ହୋଇଛି।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଭୁବନେଶ୍ୱରର ମୁଖ୍ୟ ବ୍ୟବସାୟ ସ୍ଥଳୀ କୁହାଯାଉଥିବା ଏକ ନମ୍ବର ହାଟର ଉନ୍ନତି କରଣ ନାମରେ କୋଟି କୋଟି ଟଙ୍କାର ଜମି ଜାଲିଆତି ଏବଂ କଳାବଜାରୀ ହେଉଥିବା ଅଭିଯୋଗ କରିଛି ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନ।ଯେଉଁଥିରେ ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର(ରାଜସ୍ୱ) ମୁଖ୍ୟ ପୁରୋଧା ଭାବେ ସମ୍ପୃକ୍ତି ହେବା ସହ ଏଥିରେ ସରକାର ରାଜସ୍ବ କୁ ହଡ଼ପ କରିଥିବା ଅଭିଯୋଗ ହୋଇଛି।

Body:ସଂଗଠନ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ଆବାହକ ସୁବ୍ରତ ନନ୍ଦ କହିଛନ୍ତି କି ହାଟ ତିଆରି ହେବା ପରେ ଏହାର ପରିଚାଳନା ଦାଇତ୍ୱ ବିଏମସି କୁ ହସ୍ତାନ୍ତର କରାଯାଇଥିଲା।ସେତେବେଳେ ଏହା ମଧ୍ୟକୁ ଭାରିଯାନ ପ୍ରବେଶ,ପରିବା ହୋଲସେଲ ନ କରିବା,ଆଦି କେତେକ ସର୍ତ୍ତ ଦିଆଯାଇଥିଲା।ଏହାକୁ ଉଲ୍ଲଘଂନ କରି ମାର୍କେଟ କୁ ଆସୁଥିବା ଭାରିଯାନ ଠାରୁ ଶୁଳ୍କ ଆଦାୟ ଏବଂ ହୋଲସେଲ ବ୍ୟବସାୟ ହେଉଛି।ଯାହାକି ସେହି ଅଧିକାରୀଙ୍କ ଇଙ୍ଗିତରେ ତାଙ୍କ ସ୍ୱାର୍ଥ ପାଇଁ କରାଯାଉଥିବ କୁହାଯାଇଛି।ଏପରିକି ଏପରିକି 2012 ମସିହାରେ ହାଟକୁ ଆଧୁନିକ କରଣ କରିବା ନିମନ୍ତେ ଯୋଜନା ପ୍ରସ୍ତୁତବକରାଯିବା ସହିତ ହାଟର ପଛ ପାଖରେ ଥିବା 42ଟି ସରକାରୀ କ୍ବାଟର ଓ ଗୋଟିଏ ତିନିମହଲା ବିଶିଷ୍ଟ ଫ୍ଲାଟକୁ ଭାଙ୍ଗିବାକୁ ନିର୍ଦେଶ ଦିଆଯାଇଥିଲା।କିନ୍ତୁ କ୍ବାଟର ଗୁଡିକୁ ଭଙ୍ଗା ଯାଇଥିଲେ ସୁଦ୍ଧା ଫ୍ଲାଟ ଟିକୁ ଭଙ୍ଗା ନଯାଇ ଏହାକୁ ଏକ ଯାତ୍ରାପାଟି କୁ ଭଡା ଆକାରରେ ଦିଆଯାଇ ସେହି ଟଙ୍କାକୁ ଉକ୍ତ ଅଧିକାରୀ ଓ ମାର୍କେଟ ସୁପରିଟେଣ୍ଡେଣ୍ଟ ମିଳିମିଶି ଆତ୍ମସାତ କରୁଥିବା ଅଭିଯୋଗକରିଛନ୍ତି। ସେହିପରି ଏହା ମଧ୍ୟକୁ ପ୍ରବେଶ କରୁଥିବା ଗାଡି ଓ ବେପାରିମାନଙ୍କ ଠାରୁ ବେସରକାରୀ ଅନୁଷ୍ଠାନ ଜରିଆରେ ଅର୍ଥ ଆଦାୟ କରାଯାଉଛି।ଯାହାକି ସମ୍ପୂର୍ଣ୍ଣ ବେଆଇନ ଅଟେ।
ଏ ସମସ୍ତ ବିଷୟ ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀଙ୍କୁ ଅବଗତ କରାଯାଇବା ସହିତ 15 ଦିନ ମଧ୍ୟରେ ବିଏମସିରୁ ଉକ୍ତ ଅଧିକାରୀଙ୍କ ସମେତ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଏବଂ ତାଙ୍କୁ ଏଠାରୁ ବଦଳି କରାଯିବାକୁ ଦାବି କରାଯାଇଛି।ନଚେତ ଏହାକୁ ନେଇ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସଂଗଠନର ଅନ୍ୟତମ ସଦସ୍ୟ ସୁବାସ ଦାସ,ଶ୍ୟାମ ଚରଣ ପଣ୍ଡା,ଶୁଭେନ୍ଦୁ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ବାଇଟ-ସୁବ୍ରତ ନନ୍ଦ-ଆବାହକ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.