ଭୁବନେଶ୍ବର: ଆଇପିଏସସ୍ତରରେ ଏକ ଛୋଟ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଗୁଇନ୍ଦା ନିର୍ଦ୍ଦେଶକ ଥିବା ୧୯୯୨ ବ୍ୟାଚର ଆଇପିଏସ ଲଳିତ ଦାସ (Intelligence of Director Lalit Das Odisha transferred and posted to OSD Home department) ଙ୍କୁ ଗୃହ ବିଭାଗର ଓଏସଡି(OSD) ଭାବେ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ୧୯୯୩ ବ୍ୟାଚ ଆଇପିଏସ ତଥା ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଆରପି କୋଚେଙ୍କୁ ଅତିରିକ୍ତ ଭାବେ ଗୁଇନ୍ଦା ନିର୍ଦ୍ଦେଶକ ଦାୟିତ୍ବ ଦିଆଯାଇଛି ।
- ଗୁଇନ୍ଦା ନିର୍ଦ୍ଦେଶକ ବଦଳାଇଲେ ରାଜ୍ୟ ସରକାର
- ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ ହେଲେ ଗୃହ ବିଭାଗ OSD
- ଏଡିଜି ଆର. ପି. କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଅତିରିକ୍ତ ଦାୟିତ୍ୱ
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ