ETV Bharat / city

୧୪ଟି ଫର୍ଣ୍ଣିଚର ଶୋ ରୁମରେ CT GSTର ଚଢାଉ

author img

By

Published : Nov 17, 2021, 1:57 PM IST

Updated : Nov 17, 2021, 2:05 PM IST

ଭୁବନେଶ୍ଵର ସମେତ ଓଡ଼ିଶାର ୧୪ଟି ଫର୍ଣ୍ଣିଚର ଶୋ ରୁମରେ ସିଟି ଜିଏସଟିର ଚଢାଉ । ଅଧିକ ପଢନ୍ତୁ

୧୪ଟି ଫର୍ଣ୍ଣିଚର ସୋ-ରୁମରେ CT GST ର ଚଢାଉ
୧୪ଟି ଫର୍ଣ୍ଣିଚର ସୋ-ରୁମରେ CT GST ର ଚଢାଉ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଫର୍ଣ୍ଣିଚର ଶୋ’ ରୁମରେ ସିଟି ଜିଏସଟି ଚଢାଉ । ଭୁବନେଶ୍ଵର ସମେତ ଓଡ଼ିଶାର ୧୪ଟି ଫର୍ଣ୍ଣିଚର ଦୋକାନରେ ଚଢାଉ ଚାଲିଥିବା ସୂଚନା ମିଳିଛି ।

ଭୁବନେଶ୍ଵର ବାସୁଦେବ ଉଡସ ସମେତ ଚିରାଗ ଇଣ୍ଡଷ୍ଟ୍ରି, ଭଦ୍ରକର ସୁନିତା ଫର୍ଣ୍ଣିଚର‌ ସମେତ ୧୪ଟି ସ୍ଥାନରେ‌ ରେଡ କରାଯାଇଛି । ୧୩୬ଜଣ ଅଧିକାରୀ ୩୨ଟି ଜାଗାରେ ଚଢାଉ କରିଥିବା ଜଣାପଡିଛି । ଏହିସବୁ ଡିଲରଙ୍କ ୩୦ଟି ଶୋ ରୁମ ସମେତ ଗୋଡାଉନରେ ଏକକାଳୀନ ଚଢାଉ କରୁଛି ଓଡିଶା କମରସିଆଲ ଟ୍ୟାକ୍ସ ବା ସିଟି ଜିଏସଟି ଟିମ ।

୧୪ଟି ଫର୍ଣ୍ଣିଚର ସୋ-ରୁମରେ CT GST ର ଚଢାଉ

ଷ୍ଟକ ରିପୋର୍ଟ ଓ ସେଲ୍ସ ରିପୋର୍ଟ ଜିଏସଟି ଫାଇଲ ସିଟ ସମେତ ରେକର୍ଡ ଯାଞ୍ଚ କରୁଛନ୍ତି ଅଧିକାରୀ । ଗତ କିଛି ଦିନ‌ ତଳେ ଭୁବନେଶ୍ଵର କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ସ୍ପା ଫର୍ଣ୍ଣିଚର ଶୋରୁମ କୋଟି କୋଟି ଟଙ୍କାର ବେଆଇନ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ଯାହାକୁ ଆଧାରକରି ଫର୍ଣ୍ଣିଚର‌ ଦୋକାନଗୁଡିକରେ ଜିଏସଟି ଫାଙ୍କୁଥିବାର ସୁରାକ ପାଇଥିଲା ସିଟି ଜିଏସଟି । ପରବର୍ତ୍ତୀ ସମୟରେ ସିଟି ଜିଏସଟି ଏକକାଳୀନ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Nov 17, 2021, 2:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.