ଭୁବନେଶ୍ବର: ଇଂରାଜୀ ନବବର୍ଷକୁ ଦେଶବାସୀ ମଧ୍ୟରାତ୍ରିରୁ ସ୍ବାଗତ କରିଛନ୍ତି । ଏହାକୁ ଆହୁରି ସ୍ମରଣୀୟ କରିବାକୁ ବିଭିନ୍ନ ଯୋଜନା କରିଛନ୍ତି ରାଜ୍ୟବାସୀ । କିଏ ମନ୍ଦିରରେ ଭଗବାନଙ୍କ ଦର୍ଶନ ପରିବାର ସହିତ କରୁଥିବା ବେଳେ କିଏ ଦର୍ଶନୀୟ ସ୍ଥାନରେ ସାଙ୍ଗସାଥୀ ଓ ପରିବାର ବର୍ଗଙ୍କ ସହିତ ସମୟ କାଟିଛନ୍ତି ।
ଆହୁରି ଅନେକ ଲୋକ ଦିନ ସାରା ଘରେ ବିଭିନ୍ନ ପ୍ରକାର ସେଲିବ୍ରେସନ କରିବା ପରେ ସିନେମା ଓ ମଲରେ ବୁଲାବୁଲି କରୁଥିବା ଦେଖାଯାଇଛି । ତେବେ ରାଜଧାନୀର ଅନେକ ଲୋକ ସହର ବାହାରକୁ ଭ୍ରମଣ ପାଇଁ ନଯାଇ ଏଠାରେ ଥିବା ବିଭିନ୍ନ ପାର୍କରେ ସାଙ୍ଗସାଥୀ ଓ ପରିବାରଙ୍କ ସହିତ ମଉଜ ମଜଲିସ କରୁଥିବା ଦେଖିବାକୁ ମିଳିଛି।
ଯେଉଁଥିପାଇଁ ନୂଆବର୍ଷର ପହିଲି ଦିନରେ ଦିନ ତମାମ ପାର୍କ ଖୋଲାଥିବା ବେଳେ ମୁଖ୍ୟତଃ ଅପରାହ୍ନ ଠାରୁ ଏଠାରେ ଭିଡ଼ ପରିଲକ୍ଷିତ ହୋଇଥିବା ଦେଖାଯାଇଛି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସଙ୍କ ରିପୋର୍ଟ, ଇଟିଭି ଭାରତ