ETV Bharat / city

ସମ୍ଭାବ୍ୟ ବାତ୍ୟା ନେଇ ଆଡଭାଇଜରି ଜାରି କଲା OUAT

author img

By

Published : Nov 5, 2019, 9:24 PM IST

ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ପାଇଁ ସମସ୍ତ ଅଞ୍ଚଳର ଚାଷୀ ଭାଇ ଓ ଭଉଣୀମାନଙ୍କୁ ଓୟୁଏଟି ତରଫରୁ ଆଡ଼ଭାଇଜରି ଜାରି ହୋଇଛି । ଅଧିକ ଖବର ପଢନ୍ତୁ...

ବାତ୍ୟା ପାଇଁ ଓୟୁଏଟି ଜାରିକଲା ଆଡ଼ଭାଇଜରି

ଭୁବନେଶ୍ବର: ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ, ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରି ପୂର୍ବକେନ୍ଦ୍ରୀୟ ଏବଂ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇଛି । ଏହା ପୁନଶ୍ଚ ଓଡ଼ିଶା ଓ ପଶ୍ଚିମବଙ୍ଗ ମୁହାଁ ହୋଇ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି ।

_crop advisory for possible cyclone
ବାତ୍ୟା ପାଇଁ ଓୟୁଏଟି ଜାରିକଲା ଆଡ଼ଭାଇଜରି

ତେଣୁ ଏହାର ପ୍ରଭାବରେ ଆସନ୍ତା ୮ ରୁ ୧୦ ତାରିଖ ମଧ୍ୟରେ ବିଶେଷ କରି ଉପକୂଳବର୍ତ୍ତୀ ଓ ଉତ୍ତର ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଏବଂ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ସମସ୍ତ ଅଞ୍ଚଳର ଚାଷୀ ଭାଇ ଓ ଭଉଣୀମାନେ ନିମ୍ନ ପ୍ରଦତ ଆପଦକାଳୀନ ଫସଲ ପରିଚାଳନା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ପରାମର୍ଶ ଓୟୁଏଟି ପକ୍ଷରୁ ଜାରି କରାଯାଇଛି ।

• ବର୍ଷା ହେବା ପୂର୍ବରୁ ପାଚିଯାଇଥିବା ମଧ୍ୟମ କିସମ ଧାନକୁ ତୁରନ୍ତ କାଟିନେଇ ସୁରକ୍ଷିତ ସ୍ଥାନରେ ରଖିଦିଅନ୍ତୁ ।
• ଅମଳ ହୋଇଯାଇଥିବା ସଅଳ କିସମ ଧାନକୁ ବେଙ୍ଗଳା କରି ଦିଅନ୍ତୁ କିମ୍ବା ପଲିଥିନ୍ ଘୋଡ଼ାଇ ସୁରକ୍ଷିତ ରଖନ୍ତୁ ।
• ବର୍ଷାଦିନିଆ ମକାକୁ ଅମଳ କରିଦିଅନ୍ତୁ ।
• ପାକଳ ଅବସ୍ଥାରେ ଥିବା ଖରିଫ୍ ଚିନାବାଦାମ, ମୁଗ ଓ ବିରିକୁ ଓପାଡ଼ି ନିରାପଦ ସ୍ଥାନକୁ ନେଇ ଆସନ୍ତୁ ।
• ଧାନ ଜମିରୁ ବଳକା ପାଣି ବାହାରି ଯିବା ପାଇଁ କର ନାଳୀ କରନ୍ତୁ ଓ ନାଳୀ ମୁହଁ ଖୋଲା ରଖନ୍ତୁ ।
• ପନିପରିବା ନର୍ସରୀରୁ ଅତ୍ୟଧିକ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରନ୍ତୁ ।
• ଗେଣ୍ଡୁ, ଗୋଲାପ ଆଦି ଫୁଲର ମାନ ବର୍ଷା ଯୋଗୁଁ ଖରାପ ହୋଇଯିବାର ସମ୍ଭାବନା ରହିଛି । ତେଣୁ ସେଗୁଡ଼ିକୁ ତୋଳି ଦିଅନ୍ତୁ ।
• ଫୁଲକୋବି, ବନ୍ଧାକୋବି ଇତ୍ୟାଦି ତୋଳିବା ଅବସ୍ଥାରେ ଥିଲେ ତୋଳି ଦିଅନ୍ତୁ ।
• ରବି ଫସଲରେ ବର୍ତ୍ତମାନ ବୁଣାବୁଣି କାମ ବନ୍ଦ ରଖନ୍ତୁ। ବର୍ଷା ଛାଡ଼ିଗଲା ପରେ ବୁଣାବୁଣି କାମ କରନ୍ତୁ ।
• ବର୍ଷା ଛାଡ଼ିଗଲା ପରେ ପଡ଼ିଯାଇଥିବା ପନିପରିବା ଗଛର ମୂଳକୁ ମାଟି ଦେଇ ଠିଆ କରାଇ ଦିଅନ୍ତୁ ।
• ସଂପୂର୍ଣ୍ଣ ଭାବେ ପନିପରିବା ଫସଲ ନଷ୍ଟ ହୋଇଯାଇଥିଲେ ଜମିରେ ପାଗ ଆସିଲା ପରେ ପୁଣି ଜମି ପ୍ରସ୍ତୁତ କରି ସଅଳ କିସମ କୋବି ଜାତୀୟ ଫସଲ ଓ ଶୀତଦିନିଆ ଅନ୍ୟାନ୍ୟ ପନିପରିବା ଫସଲ ଲଗାଇବାର ବ୍ୟବସ୍ଥା କରନ୍ତୁ ।
• ଫଳ ବଗିଚାରେ ଅତ୍ୟଧିକ ପାଣି ଜମି ରହିଲେ ତାହାକୁ ନିଷ୍କାସନର ବ୍ୟବସ୍ଥା କରନ୍ତୁ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଉତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ, ଉତର ଓ ଉତର-ପଶ୍ଚିମ ଦିଗରେ ଗତି କରି ପୂର୍ବକେନ୍ଦ୍ରୀୟ ଏବଂ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇଛି ଏବଂ ଏହା ପୁନଶ୍ଚ ଓଡ଼ିଶା ଓ ପଶ୍ଚିମବଙ୍ଗ ମୁହାଁ ହୋଇ ଉତର ଓ ଉତର ପଶ୍ଚିମ ଦିଗକୁ ଗତି କରୁଛି । ତେଣୁ ଏହାର ପ୍ରଭାବରେ ଆସନ୍ତା ୮ ରୁ ୧୦ ତାରିଖ ମଧ୍ୟରେ ବିଶେଷ କରି ଉପକୂଳବର୍ତୀ ଓ ଉତର ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଏବଂ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ଅଂଚଳର ଚାଷୀ ଭାଇ ଓ ଭଉଣୀମାନେ ନିମ୍ନ ପ୍ରଦତ ଆପଦକାଳୀନ ଫସଲ ପରିଚାଳନା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ପରାମର୍ଶ ଦିଆଯାଉଛି :
• ବର୍ଷା ହେବା ପୂର୍ବରୁ ପାଚିଯାଇଥିବା ମଧ୍ୟମ କିସମ ଧାନକୁ ତୁରନ୍ତ କାଟିନେଇ ସୁରକ୍ଷିତ ସ୍ଥାନରେ ରଖିଦିଅନ୍ତୁ ।
• ଅମଳ ହୋଇଯାଇଥିବା ସଅଳ କିସମ ଧାନକୁ ବେଙ୍ଗଳା କରି ଦିଅନ୍ତୁ କିମ୍ବା ପଲିଥିନ୍ ଘୋଡ଼ାଇ ସୁରକ୍ଷିତ ରଖନ୍ତୁ ।
• ବର୍ଷାଦିନିଆ ମକାକୁ ଅମଳ କରିଦିଅନ୍ତୁ ।
• ପାକଳ ଅବସ୍ଥାରେ ଥିବା ଖରିଫ୍ ଚିନାବାଦାମ, ମୁଗ ଓ ବିରିକୁ ଓପାଡ଼ି ନିରାପଦ ସ୍ଥାନକୁ ନେଇ ଆସନ୍ତୁ ।
• ଧାନ ଜମିରୁ ବଳକା ପାଣି ବାହାରି ଯିବା ପାଇଁ କର ନାଳୀ କରନ୍ତୁ ଓ ନାଳୀ ମୁହଁ ଖୋଲା ରଖନ୍ତୁ ।
• ପନିପରିବା ନର୍ସରୀରୁ ଅତ୍ୟଧିକ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରନ୍ତୁ ।
• ଗେଣ୍ଡୁ, ଗୋଲାପ ଆଦି ଫୁଲର ମାନ ବର୍ଷା ଯୋଗୁଁ ଖରାପ ହୋଇଯିବାର ସମ୍ଭାବନା ରହିଛି । ତେଣୁ ସେଗୁଡ଼ିକୁ ତୋଳି ଦିଅନ୍ତୁ ।
• ଫୁଲକୋବି, ବନ୍ଧାକୋବି ଇତ୍ୟାଦି ତୋଳିବା ଅବସ୍ଥାରେ ଥିଲେ ତୋଳି ଦିଅନ୍ତୁ ।
• ରବି ଫସଲରେ ବର୍ତମାନ ବୁଣାବୁଣି କାମ ବନ୍ଦ ରଖନ୍ତୁ । ବର୍ଷା ଛାଡ଼ିଗଲା ପରେ ବୁଣାବୁଣି କାମ କରନ୍ତୁ ।
• ବର୍ଷା ଛାଡ଼ିଗଲା ପରେ ପଡ଼ିଯାଇଥିବା ପନିପରିବା ଗଛର ମୂଳକୁ ମାଟି ଦେଇ ଠିଆ କରାଇ ଦିଅନ୍ତୁ ।
• ସଂପୂର୍ଣ୍ଣ ଭାବେ ପନିପରିବା ଫସଲ ନଷ୍ଟ ହୋଇଯାଇଥିଲେ ଜମିରେ ପାଗ ଆସିଲା ପରେ ପୁଣି ଜମି ପ୍ରସ୍ତୁତ କରି ସଅଳ କିସମ କୋବି ଜାତୀୟ ଫସଲ ଓ ଶୀତଦିନିଆ ଅନ୍ୟାନ୍ୟ ପନିପରିବା ଫସଲ ଲଗାଇବାର \nବ୍ୟବସ୍ଥା କରନ୍ତୁ ।
• ଫଳ ବଗିଚାରେ ଅତ୍ୟଧିକ ପାଣି ଜମି ରହିଲେ ତାହାକୁ ନିଷ୍କାସନର ବ୍ୟବସ୍ଥା କରନ୍ତୁ ।Body:କConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.