ETV Bharat / city

ଭୁବନେଶ୍ବରରେ ବୁଲୁଛି କୁମ୍ଭୀର !

ରାଜଧାନୀରେ ବୁଲୁଛି ବିରାଟ କୁମ୍ଭୀର । କୁଆଖାଇ ନଦୀରେ ଦେଖିବାକୁ ମିଳିଛି 15 ଫୁଟର କୁମ୍ଭୀର । ନଦୀରେ ଗାଧୋଉଥିବା ବେଳେ କୁମ୍ଭୀରକୁ ଦେଖିଛନ୍ତି କିଛି ସ୍ଥାନୀୟ ମହିଳା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

author img

By

Published : Aug 31, 2019, 6:54 PM IST

ଡ଼ିଜାଇନ ଫଟୋ

ଭୁବନେଶ୍ବର: ରାଜଧାନୀ ଉପକଣ୍ଠରେ ଆତଙ୍କ ଖେଳାଇଛି କୁମ୍ଭୀର । ନାହାରକଣ୍ଟା ଅନ୍ତର୍ଗତ ବାସୁଦେବପୁର ଅଞ୍ଚଳରେ ଦେଖିବାକୁ ମିଳିଛି କୁମ୍ଭୀର । ଜଣେ ମହିଳା ସକାଳ ସମୟରେ ନଦୀରେ ଗାଧୋଉଥିବା ସମୟରେ ଏକ କୁମ୍ଭୀରକୁ ଦେଖିଥିଲେ । ପରେ ଜୀବନ ବିକଳରେ ନଦୀରୁ ଉପରକୁ ଧାଇଁ ଆସିଥିଲେ। ତେବେ ଏହି ଖବର ଶୁଣିବା ପରେ ଗ୍ରାମବାସୀ ଭୟଭୀତ ରହିଥିବା ବେଳେ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ଅନୁଧ୍ୟାନ କରୁଛି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା,ଭୁବନେଶ୍ବର

ମହିଳାଙ୍କ କହିବା ଅନୁଯାଇ କୁମ୍ଭୀରର ଲମ୍ବ ପ୍ରାୟ 15 ଫୁଟ ହେବ । ଖବର ପ୍ରଚାର ହେବା କ୍ଷଣି ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ ଜାରି ରଖିଛନ୍ତି ।

ସୂଚନା ଅନୁଯାୟୀ, 10 ଦିନ ତଳେ ସେହି ଗ୍ରାମର ଜଣେ ଲୋକ କୁମ୍ଭୀର ଦେଖିଥିବା ଗାଁ ରେ କହିଥିଲେ ହେଲେ ଲୋକ ଏହାକୁ ବିଶ୍ବାସ କରିନଥିଲେ। ବୁଧବାର ସନ୍ଧ୍ୟାରେ ନଦୀ କୂଳରେ ଗାଈ ଚରାଉଥିବା ବେଳେ କୁମ୍ଭୀରକୁ ଦେଖିଥିଲେ । ଏହା ଦେଖିବା ମାତ୍ରେ ବନ ବିଭାଗକୁ ଜଣାଇଥିଲେ। ତେବେ ବନ ବିଭାଗ ଘଟଣାକୁ ଗୁରୁତର ସହ ନେଇ ସେହି ଅଞ୍ଚଳରେ ଆଲର୍ଟ ଜାରି କରିଥିଲା । ପୁନର୍ବାର ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏକପ୍ରକାର ଆତଙ୍କ ଖେଳିଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଭୁବନେଶ୍ୱର ଉପକଣ୍ଠରେ କୁମ୍ଭୀର ଆତଙ୍କ, ଅଳ୍ପକେ ବର୍ତ୍ତିଲେ ମହିଳା।

ଭୁବନେଶ୍ୱର ଉପକଣ୍ଠ ରେ କୁମ୍ଭୀର ଆତଙ୍କ ଦେଖାଦେଇଛି। ନାହାରକଣ୍ଟା ଅଂଚଳରେ ଥିବା ବାସୁଦେବପୁର ଅଂଚଳରେ କୁମ୍ଭୀର ଆତଙ୍କ ଖେଳିଯାଇଛି। ଜଣେ ମହିଳା ସକାଳ ସମୟରେ ଗାଧୋଇବା ସମୟରେ କୁମ୍ଭୀର ଆକ୍ରମଣରୁ ଅଳ୍ପକେ ବର୍ତ୍ତିଛନ୍ତି। ତେବେ ଗ୍ରାମବାସୀ ଭୟ ଭିତ ରହିଥିବା ବେଳେ ଘଟଣା ସ୍ଥଳରେ ଫରେଷ୍ଟର ବିଭାଗ ପହ୍ମଛି ଅନୁଧ୍ୟାନ କରୁଛି।

Body:

ସକାଳ ୧୦ ଟା ସମୟ। ବାସୁଦେବପୁର ଅଂଚଳ ବନିତା ବେହେରା କୁଆଖିଆ ନଦୀରେ ଗାଧୋଉଥିଲେ। ସେହି ସମୟରେ କୁମ୍ଭୀର ଆକ୍ରମଣ କରିଥିଲା। ଯାହାଫଳରେ ଛାଟି ପିଟି ହୋଇ ଉପରକୁ ଆସିଯାଇଥିଲା। କୁମ୍ଭୀର ଜାଣିପାରି ଗ୍ରାମର କିଛି ଲୋକ ଙ୍କୁ କହିଥିଲେ। କୁମ୍ଭୀରର ଲମ୍ଭ 15 ପୁଟ ହେବା ସହ ମଗର ମୁମ୍ଭୁର ବୋଲି ଦେଖିଠୁବା ସାଧାରଣ ଲୋକ କହିଛନ୍ତୁ। ଖବର ପ୍ରଚାର ହେବା କ୍ଷଣି ବନ ବିଭାଗ ଘାତବା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି।

ସୂଚନା ଅନୁଯାୟୀ, 10 ଦିନ ତଳେ ସେହି ଗ୍ରାମର ଜଣେ ଲୋକ କୁମ୍ଭୀର ଦେଖିଥିବା ଗା ରେ କହିଥିଲେ ହେଲେ ଲୋକ ଏହାକୁ ମିଛ ବୋଲି ଭାବିଥିଲେ। ବୁଧବାର ସନ୍ଧ୍ୟାରେ ନଦୀ କୂଳରେ ଗାଈ ଚରୁଥିବା ବେଳେ କୁମ୍ଭୀର ଆକ୍ରମଣ କରିଥିଲା । ଏହା ଦେଖିବା ମାତ୍ରେ ବିଶ୍ୱାସର ସହ ନେଇ ବନ ବିଭାଗ କୁ ଜଣାଇଥିଲେ। ତେବେ ବନ ବିଭାଗ ଗୁରୁତର ସହ ନେଇ ସେହି ଅଂଚଳରେ ସୂଚିତ କରିଥିଲେ। କିନ୍ତୁ କିଛି ଲୋକ ନଦୀରେ ଗାଧୋଉଠୁବା ବେଳେ ପୁନର୍ବାର କୁମ୍ଭୀର ଦେଖୁଥିଲେ। ଯାହାକୁ ନେଇ ଉକ୍ତ ଅଂଚଳରେ ଭୟ ସୃଷ୍ଟି ହୋଇଛି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.