ETV Bharat / city

ଅଭିଯୁକ୍ତକୁ ଧରିବାକୁ ଯାଇ କପିଳେଶ୍ବରରେ ମାଡ ଖାଇଲା ପୋଲିସ

author img

By

Published : Jan 29, 2022, 5:11 PM IST

ଅଭିଯୁକ୍ତକୁ ଗିରଫ କରିବାକୁ ଯାଇଥିବାବେଳେ ମାଡ ଖାଇଲା ପୋଲିସ। ଲିଙ୍ଗରାଜ ଥାନାର ଦୁଇ ପୋଲିସ କର୍ମଚାରୀଙ୍କୁ କାଠ ପଟାରେ ପିଟିଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

bhubaneswar
ଅଭିଯୁକ୍ତକୁ ଗିରଫ ବେଳେ ମାଡ ଖାଇଲା ପୋଲିସ

ଭୁବନେଶ୍ବର: ମୋଷ୍ଟ ୱାଣ୍ଟେଡକୁ ଗିରଫ କରିବାକୁ ଚକ୍ରବ୍ୟୁହରେ ଫସିଗଲା ପୋଲିସ। ଅଭିଯୁକ୍ତକୁ ଗିରଫ ବେଳେ ମାଡ ଖାଇଲା ପୋଲିସ। ଲିଙ୍ଗରାଜ ଥାନାର ଦୁଇ ପୋଲିସ କର୍ମଚାରୀଙ୍କୁ କାଠ ପଟାରେ ପିଟିଲେ ଦୁର୍ବୃତ୍ତ। ପୋଲିସକୁ ବାଡେଇ ଖସିବାକୁ ଉଦ୍ୟମ ବେଳେ ଅଭିଯୁକ୍ତକୁ କାବୁ କଲା ପୋଲିସ । ଏଭଳି ଘଟଣା ଘଟିଛି ଲିଙ୍ଗରାଜ ଥାନା କପିଳେଶ୍ବର ଗାଁରେ।

ସୂଚନାଅନୁଯାୟୀ କପିଳେଶ୍ଵର ଅଞ୍ଚଳର ମୋଷ୍ଟ ୱାଣ୍ଟେଡ ଅଭିଯୁକ୍ତ ଟିକୁ ମାଲିଆକୁ ଦୁଇଟି ମାମଲାରେ ଗିରଫ କରିବା ପାଇଁ ଯାଇଥିଲା କମିସନରେଟ ପୋଲିସର ଏକ ଟିମ। ଏହି ସମୟରେ ପୋଲିସ ସହ ଧସ୍ତାଧସ୍ତି ଓ ଆକ୍ରମଣ ପରେ ଅଭିଯୁକ୍ତ ଟିକୁ ମାଲିଆକୁ ଗିରଫ କରିଛି । ଆଜି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ ବୋଲି ସୂଚନା ମିଳିଛି ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.