ETV Bharat / city

ଅପରାଧୀଙ୍କ ଆଡ୍ଡାସ୍ଥଳୀ ରାଜଧାନୀ, ଗୋଟିଏ ପରେ ଗୋଟିଏ ଗଡ଼ୁଛି ମୁଣ୍ଡ

author img

By

Published : Sep 11, 2022, 8:32 PM IST

Updated : Sep 11, 2022, 9:02 PM IST

ସ୍ମାର୍ଟସିଟି ଭୁବନେଶ୍ବର ଏବେ ପାଲଟିଛି ଅପରାଧୀଙ୍କ ଆଡ୍ଡାସ୍ଥଳୀ । ନିଶା ମାଫିଆଙ୍କ କବଜାରେ ରାଜଧାନୀର ବସ୍ତି (criminal activities uncontrollable in Bhubaneswar) । ପ୍ରତିଦିନ ଘଟୁଛି ନୂଆ ନୂଆ ଅପରାଧ । ଅଧିକ ପଢ଼ନ୍ତୁ

criminal activities uncontrollable in Bhubaneswar as day to day gang war rising
ଅପରାଧୀଙ୍କ ଆଡ୍ଡାସ୍ଥଳୀ ରାଜଧାନୀ, ଗୋଟିଏ ପରେ ଗୋଟିଏ ଗଡ଼ୁଛି ମୁଣ୍ଡ

ଭୁବନେଶ୍ବର: ଅପରାଧୀଙ୍କ କବଳରେ ରାଜଧାନୀ ଭୁବନେଶ୍ବର । ନିଶା,ବଟି,ଦେହ ବ୍ୟବସାୟର ଗନ୍ତାଘର ପାଲଟିଛି ସ୍ମାର୍ଟ ସିଟି । ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ି ଚାଲିଥିବା ବେଳେ କମିଶନରେଟ୍‌ ପୋଲିସର ହାତ ଖାଲି (criminal activities uncontrollable in Bhubaneswar)। ୟୁନିଟ୍‌ ୮ ଡିଏଭି ହାଇସ୍କୁଲ୍‌ ନିକଟରେ ଚନ୍ଦୁ ହତ୍ୟାକାଣ୍ଡ ଏହାର ଜ୍ବଳନ୍ତ ଉଦାହରଣ ।

ହତ୍ୟାକାଣ୍ଡର କାରଣ

ନିଶା କାରବାରକୁ ନେଇ ଚନ୍ଦୁକୁ ଆକ୍ରମଣ କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ହତ୍ୟାକାଣ୍ଡରେ ଜଣେ ମହିଳାଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର । ନିଶା କାରବାରକୁ ବିରୋଧ କରିବାରୁ ଚନ୍ଦୁଙ୍କୁ ହତ୍ୟା କରିବାକୁ ଦୁର୍ବୃତ୍ତ ଯୋଜନା କରିଥିବା ଅନୁମାନ କରାଯାଉଛି । ପୂର୍ବରୁ ଚନ୍ଦୁ ନିଶାଶକ୍ତ ଥିଲା । ତେବେ ପୁନଃର୍ବାସ କେନ୍ଦ୍ରରେ କିଛିମାସ ରହିଲା ପରେ ନିଶା ଠାରୁ ଦୂରେଇ ଯାଇଥିଲା ଚନ୍ଦୁ । ଏହାପରେ ଘରକୁ ଫେରିବା ପରେ ନିଶା କାରବାରରେ ଜଡ଼ିତ ଥିବା ଲୋକଙ୍କୁ ଏଥିରୁ ନିବୃତ୍ତ ରହିବା ପାଇଁ କହିଥିଲା ।

ଖସି ଯାଉଛନ୍ତି ଅଭିଯୁକ୍ତ !

ଚନ୍ଦୁ ହତ୍ୟାକାଣ୍ଡରେ ଜଣେ ମହିଳାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି । ନିଶା ବ୍ୟବସାୟୀ ଓ ଦେହବ୍ୟବସାୟୀଙ୍କ କିଛି ଗୋଷ୍ଠୀ ମିଶି ଚନ୍ଦୁଙ୍କୁ ନାରାୟଣ ବସ୍ତିକୁ ଡକାଇଥିଲେ । ଏହାପରେ ପଛପଟୁ ତାଙ୍କ ଉପରକୁ ଆକ୍ରମଣ କରି ହତ୍ୟାକାଣ୍ଡ ଘଟାଇଥିଲେ । ହେଲେ‌ ବସ୍ତିର ଲେଡି ଡନ୍‌ ଆଢ଼ୁଆଳରେ ଘଟଣାରୁ ଖସିଯାଉଛନ୍ତି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ । ଯେଉଁମାନେ ଦୀର୍ଘଦିନ ଧରି ଚନ୍ଦୁକୁ ରାସ୍ତାରୁ ହଟାଇବାକୁ ଯୋଜନା କରୁଥିଲେ ।

ଏହାକୁ ନେଇ ଚନ୍ଦୁଙ୍କ ଭଉଣୀ କହିଛନ୍ତି, "ମୋ ଭାଇ କହୁଥିଲା ମୋତେ ଜୀବନରେ ମାରିଦେବେ । ସତକୁ ସତ ତାକୁ ମାରିଦେଲେ । ରଞ୍ଜୁ ଓ ତା ସ୍ବାମୀ ତାକୁ ହତ୍ୟା କରିଛନ୍ତି । ମୁଁ ଠିଆ ହୋଇଥିଲି ମୋ ଆଗରେ ଭାଇକୁ ହତ୍ୟା କଲେ ।"

ନୂଆ ନୁହେଁ ହତ୍ୟାକାଣ୍ଡ

କେବଳ ଏହି ଗୋଟିଏ ଘଟଣା ନୁହେଁ, ପୂର୍ବରୁ ଅପରାଧ ରାସ୍ତା ଛାଡ଼ି ଦେବାରୁ ଗୌତମ ନଗର ବସ୍ତିର ପି ରାମା ରାଓଙ୍କୁ ହାଣିଥିଲେ ଦୁର୍ବୃତ୍ତ । ଗାଡ଼ି ଧକ୍କା ଦେଇ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ହତ୍ୟା କରିବା ପରେ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲୋକେ । ନିଶା ବେପାରୀଙ୍କ ଗ୍ୟାଙ୍ଗ୍‌ରୁ ଅଲଗା ହେବାରୁ ରାଗ ରଖି ନିଳାଞ୍ଚଳ ବେହେରାକୁ ବିଚ୍‌ ରାସ୍ତାରେ ହାଣିଥିଲେ ଦୁର୍ବୃତ୍ତ । ସେହିଭଳି ନୟାପଲ୍ଲୀ ଥାନା ମେଫେୟାର କଡରେ ତାଙ୍କୁ ହତ୍ୟା କରାଯାଇଥିଲା । ଏହାପରେ ଏୟାରଫିଲ୍‌ଡ ଥାନା ସୁନ୍ଦରପଦାରେ ବଟି ଆଦାୟକୁ କେନ୍ଦ୍ର କରି ଗୋଷ୍ଠୀ ବିବାଦରୁ ଦୀପକ ରାଉତକୁ ହତ୍ୟା କରିଥିଲେ ୩ ଅପରାଧୀ ।

ଏହାକୁ ନେଇ ପି ରାମା ରାଓଙ୍କ ଭଉଣୀ କହିଛନ୍ତି, "ମୋ ଭାଇର ଅପରାଧିକ ରେକର୍ଡ ଥିଲା । କିନ୍ତୁ ଗତ ୩ ବର୍ଷ ହେଲା ସେ ସବୁ ଛାଡ଼ି ଦେଇଥିଲା । ଏଥିପାଇଁ ତାକୁ ହତ୍ୟା କରାଗଲା । ମୋ ଭାଇ ବଡ଼ଗଡ଼ ପୋଲିସକୁ ସହାୟତା କରୁଥିଲା । ସେଇଠି ହିଁ ଅଧିକ ସମୟ କାଟୁଥିଲା ।"

ସେପଟେ ନୀଳାଞ୍ଚଳଙ୍କ ଭାଇ କହିଛନ୍ତି, "ମୋ ଭାଇ ଅଟୋ ଚଳାଉଥିଲା । ସାହିରେ ନିଶା କାରବାରକୁ ବିରୋଧ କରୁଥିଲା । ଏଥିପାଇଁ ସେମାନେ ଭାଇକୁ ହତ୍ୟା କରିଛନ୍ତି । ସେମାନଙ୍କ ବିରୋଧରେ ଯିଏ ବି ସ୍ବର ଉଠାଉଛି ତାକୁ ଟାର୍ଗେଟ୍‌ କରି ହତ୍ୟା କରୁଛନ୍ତି ।"

ମନ୍ଦିରମାଳୀନି ସହର ଭୁବନେଶ୍ବରରେ ଏବେ ଲଗାମଛଡ଼ା ହେଉଛନ୍ତି ଅପରାଧୀ । ହେଲେ ଏ ଦିଗରେ କମିଶନରେଟ୍‌ ପୋଲିସ ପକ୍ଷରୁ କୌଣସି ଅଭିଯାନ ଆରମ୍ଭ କରାଯାଉଛି ନା କୌଣସି ଅପରାଧ ରୋକିବାକୁ ରହିଛି କୌଣସି ଆଭିମୁଖ୍ୟ । ସେପଟେ ବଢ଼ୁଥିବା ଅପରାଧକୁ ନେଇ ଆତଙ୍କିତ ଅବସ୍ଥାରେ ରାଜଧାନୀବାସୀ । ଭୁବନେଶ୍ବରରେ ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Sep 11, 2022, 9:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.