ETV Bharat / city

ଗଞ୍ଜେଇ ଚାଲାଣ କରୁଥିଲେ କିନ୍ନର, ଷ୍ଟେସନରେ ମାଡିବସିଲା କ୍ରାଇମବ୍ରାଞ୍ଚ - ହ୍ୟାଣ୍ଡବ୍ୟାଗରେ ଗଞ୍ଜେଇ ଚାଲାଣ

ପୁରୀ ଗୁଜୁରାଟ ଗାନ୍ଧିଧାମ ଏକ୍ସପ୍ରେସରେ ଗଞ୍ଜେଇ ଅହମଦାବାଦ ଚାଲାଣ ବେଳେ ଭୁବନେଶ୍ବର ଷ୍ଟେସନ ରେଲଓ୍ବେ ମେଲ ସର୍ଭିସ ଅଫିସ ସାମ୍ନାରୁ ଦୁଇଜଣ କିନ୍ନରଙ୍କୁ ଧରିଛି କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ...

ହ୍ୟାଣ୍ଡବ୍ୟାଗରେ ଗଞ୍ଜେଇ ଚାଲାଣ କରୁଥିଲେ କିନ୍ନର, ଭୁବନେଶ୍ବର ଷ୍ଟେସନରୁ ଧରିଲା କ୍ରାଇମବ୍ରଞ୍ଚ

author img

By

Published : Jun 29, 2021, 11:30 AM IST

Updated : Jun 29, 2021, 8:29 PM IST

ଭୁବନେଶ୍ବର: ଅହମ୍ମଦାବାଦକୁ ଗଞ୍ଜେଇ ଚାଲାଣ ବେଳେ ଆରପିଏଫ କ୍ରାଇମବ୍ରାଞ୍ଚର ଚଢାଉ । ପୁରୀ-ଗୁଜୁରାଟ ଗାନ୍ଧିଧାମ ଏକ୍ସପ୍ରେସରେ ଅହମଦାବାଦ ଚାଲାଣ ବେଳେ ଭୁବନେଶ୍ବର ଷ୍ଟେସନ ରେଲଓ୍ବେ ମେଲ ସର୍ଭିସ ଅଫିସ ସାମ୍ନାରୁ 2 ଜଣ କିନ୍ନରଙ୍କୁ ଧରିଛି କ୍ରାଇମବ୍ରାଞ୍ଚ । ସେମାନେ ହ୍ୟାଣ୍ଡବ୍ୟାଗ ଓ ସୁଟକେସରେ ଗଞ୍ଜେଇ ନେଉଥିବାବେଳେ ଧରାପ଼ଡିଛନ୍ତି ।

ଗଞ୍ଜେଇ ଚାଲାଣ କରୁଥିଲେ କିନ୍ନର, ଷ୍ଟେସନରେ ମାଡିବସିଲା କ୍ରାଇମବ୍ରାଞ୍ଚ

ଅଭିଯୁକ୍ତ ଦୁହେଁ ହେଲେ ଲକ୍ଷ୍ମୀଧର ମହାନ୍ତି ଓରଫ ଲିଜା ଏବଂ ଅନ୍ୟଜଣେ ବସନ୍ତ ସ୍ବାଇଁ ଓରଫ ବାସନ୍ତି । ଦୁଇ ଜଣଙ୍କଠାରୁ ୧୫ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ ହୋଇଛି । ତେବେ ସେମାନେ ଗତକାଲି ପ୍ରଶାନ୍ତି ଏକ୍ସପ୍ରେସରେ ବାଲୁଗାଁରୁ ଗଞ୍ଜେଇ ଆଣି ଭୁବନେଶ୍ବର ଆସିଥିଲେ । ପରେ ଗାନ୍ଧୀଧାମ ଏକ୍ସପ୍ରେସରେ ଗତ ସୋମବାର ରାତି ୯ଟାରେ ଭୁବନେଶ୍ବର ଷ୍ଟେସନରୁ ଅହମଦାବାଦ ଅଭିମୁଖେ ଯାଇଥାନ୍ତେ । ହେଲେ ସୂଚନା ପାଇ ଗତ କାଲି ୮ଟା ସମୟରେ ଗଞ୍ଜେଇ ସହ ସେମାନଙ୍କୁ ଗିରଫ କରିଛି ଆରପିଏଫ ଭୁବନେଶ୍ବର ଓ କ୍ରାଇମବ୍ରାଞ୍ଚ ଟିମ । ତେବେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Jun 29, 2021, 8:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.