ଭୁବନେଶ୍ବର: ମମିତା ମେହେର ଭଳି ମାନସକୁ ଅପହରଣ ପରେ ସମାନ ଢଙ୍ଗରେ ହତ୍ୟା କରାଯାଇଛି । ଆଉ ମମିତା ଭଳି ମାନସର ମୃତଦେହକୁ ମାଟି ତଳେ ପୋତିଲେ ଅଭିଯୁକ୍ତ । ତେବେ ସମାନ ଢଙ୍ଗରେ ଏହି କେସରେ ହାଇପ୍ରୋଫାଇଲ ଲୋକଙ୍କ ସମ୍ପୃକ୍ତି ରହିଛି ।
ଏପଟେ ସାମାନ ତରିକାରେ କଲ ରେକର୍ଡରୁ ଧରାପଡିଲା ହାପ୍ରୋଫାଇଲ ଅଭିଯୁକ୍ତ । ମାତ୍ର ମାନସ ସ୍ବାଇଁ ହତ୍ୟା ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ଅପହରଣ ସ୍ଥଳ ପରେ ହତ୍ୟା ସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି । ଫରେନସିକ ଟିମ ସହ ଆଶ୍ରମ ଚାରିପଟେ ଓ ଆଶ୍ରମରୁ ପ୍ରମାଣପତ୍ର ସଂଗ୍ରହ କରିଛି କ୍ରାଇମବ୍ରାଞ୍ଚ ।
ତେବେ ଘଟଣାର ପ୍ରତ୍ୟକ୍ଷଦର୍ଶୀ ଆଶ୍ରମ କେୟାର ଟେକର ବୟାନ ଆଧାରରେ ଆଶ୍ରମରୁ ଖୋଜି ଖୋଜି ପ୍ରମାଣ ସଂଗ୍ରହ ଚାଲିଛି । ଥ୍ରିଡି ଭିୟୁରେ ଆଶ୍ରମର ଚିତ୍ର ଉତ୍ତୋଳନ କରିଥିବା ବେଳେ ହତ୍ୟା ସ୍ଥଳରୁ କିଛି ବତା ଓ ବାଡି ଜବତ କରିଛି କ୍ରାଇମବ୍ରାଞ୍ଚ ଟିମ । କାରଣ ସଂଗୃହିତ ପ୍ରମାଣରୁ ଅଭିଯୁକ୍ତଙ୍କ ବିରୋଧରେ କୋର୍ଟରେ ପ୍ରମାଣ ଏକଜୁଟ କରିବାରେ କ୍ରାଇମବ୍ରାଞ୍ଚକୁ ସହାୟକ ହେବ ।
ହେଲେ ଘଟଣାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଫେରାର ଥିବା ବେଳେ ଧରିବା ପାଇ ଏବେ ଦୁଇଟି ଟିମ ରାଜ୍ୟ ବାହାରେ ତଦନ୍ତ ଚଳାଇଛି । ଏପରିକି ଶର୍ମିଷ୍ଠା ରାଉତ ତାଙ୍କ ଫୋନ ଓ ଆକାଉଣ୍ଟ ବ୍ୟବହାର କରୁନଥିବା ବେଳେ ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି । ଏପଟେ ଘଟଣାରେ ତଦନ୍ତ ଆଳରେ ସମୟ ଗଡାଇବା କ୍ରାଇମବ୍ରାଞ୍ଚର ତଦନ୍ତ ଦିଗକୁ ନେଇ ପ୍ରଶ୍ନ କରିଛନ୍ତି ପୁର୍ବତନ ପୋଲିସ ଡିଜି । ଘଟଣାରେ ଜଣେ ହାଇପ୍ରୋଫାଇଲ ପ୍ରଶାସନିକ ଅଧିକାରୀ ଗିରଫ ହୋଇଥିବା ବେଳେ ରିଙ୍ଗ ମାଷ୍ଟରକୁ ଖୋଜିବା ଦିଗରେ କାହିଁକି ବିଳମ୍ବ କରାଯାଉଛି ।
ସେହିପରି ଶର୍ମିଷ୍ଠାର ସହଯୋଗୀ ଝୁନାକୁ ଖୋଜି ପାଇବା କଷ୍ଟକର ହୋଇଥିବା ବେଳେ ଏମାନଙ୍କୁ ଲୁଚାଇବା ପଛରେ କାହାର ହାତ ରହିଛି । ଏହା ଏବେ ପ୍ରଶ୍ନ ସୃଷ୍ଟି ହୋଇଛି । ତେବେ ଘଟଣାର ପ୍ରତ୍ୟକ୍ଷଦର୍ଶୀ ଆଶ୍ରମର କେୟାର ଟେକର ପାଖରେ ଅନେକ ତଥ୍ୟ ଥିବା ବେଳେ ନିରଞ୍ଜନକୁ ରିମାଣ୍ଡରେ ନେଲେ ହାଇପ୍ରୋଫାଇଲ ରିଙ୍ଗ ମାଷ୍ଟର ଲିଙ୍କ ଖୁଲାସା ହୋଇପାରିବ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ