ଭୁବନେଶ୍ବର: ସଂଯୁକ୍ତ କିଷାନ ମୋର୍ଚ୍ଚା ଓ ଓଡ଼ିଶା ଟ୍ରେଡ଼ ୟୁନିୟନର ମିଳିତ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦୀର୍ଘ ଦିନ ଧରି କୃଷି ଆନ୍ଦୋଳନ ଜାରି ରହିଥିଲା । ସଂଯୁକ୍ତ କିଷାନ ମୋର୍ଚ୍ଚା ଏବଂ ଓଡ଼ିଶା ଟ୍ରେଡ଼ ୟୁନିୟନର କର୍ମକର୍ତ୍ତାଙ୍କ ଐତିହାସିକ କୃଷକ ଆନ୍ଦୋଳନ ଏବଂ ଶ୍ରମିକ ଧର୍ମଘଟର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଶ୍ରମିକ ଓ କୃଷକଙ୍କ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଯାଇଛି ।ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକ ଠାରୁ ପଟୁଆର ବାହାରି ଲୋୟର ପିଏମଜିରେ ପହଞ୍ଚିଥିଲା ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ