ଭୁବନେଶ୍ବର: ବିଦ୍ୟୁତ ଶୁଳ୍କ ମୂଲ୍ୟବୃଦ୍ଧି ପ୍ରତ୍ୟାହାର ଦାବି କରି ସିପିଆଇ(ଏମ )ବିକ୍ଷୋଭ । ଭୁବନେଶ୍ବରସ୍ଥିତ OERC ଅଫିସ (ଓଡିଶା ବିଦ୍ୟୁତ ନିୟାମକ ଅଫିସ )ସମ୍ମୁଖରେ ସିପିଆଇ(ଏମ )ତରଫରୁ ବିକ୍ଷୋଭ ପ୍ରଦର୍ଶନ କରି ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।
କୋରୋନା ମହାମାରୀ ସମୟରେ ଲୋକମାନଙ୍କର ଆର୍ଥିକ ମାନଦଣ୍ଡ ସମ୍ପୂର୍ଣ୍ଣ ରୂପେ ଦୋହଲି ଯାଇଥିବାବେଳେ ରାଜ୍ୟ ସରକାର ବିଦ୍ୟୁତ ଦର ବୃଦ୍ଧି କରି ବୋଝ ଉପରେ ନଳିତା ବିଡା ସଦୃଶ୍ୟ ହୋଇଛି । ଅନ୍ୟ ରାଜ୍ୟ ସରକାର ଲୋକମାନଙ୍କୁ ସବସିଡି ଦେଉଥିବା ବେଳେ ସରକାର ଏହା ନକରି ସେମାନଙ୍କୁ ଆହୁରି ବୋଝ ଲଦୁଥିବା ସିପିଆଇ ଏମ ଅଭିଯୋଗ କରିଛି । ଯେଉଁ ରାଜ୍ୟମାନେ ବିଦ୍ୟୁତ କିଣି ବ୍ୟବହାର କରୁଛନ୍ତି, ସେମାନଙ୍କ ଦର ଆମ ରାଜ୍ୟର ବିଦ୍ୟୁତ ଶୁଳ୍କ ଠାରୁ କମ ରହିଛି । ଯେଉଁଠି ବିଦ୍ୟୁତ ଉତ୍ପାଦନ ହେଉଛି ସେଠି ଅଧିକ ରହିଛି । ତେଣୁ ଏହା କିପରି ସମ୍ଭବ ହେଉଛି ସରକାର ତାର ଜବାବ ଦିଅନ୍ତୁ ବୋଲି କହିଛନ୍ତି ।
ସେହିପରି କେତେକ ନ୍ୟସ୍ତ ସ୍ବାର୍ଥ ଅଧିକାରୀଙ୍କୁ ଲାଭ ପହଞ୍ଚାଇବା ପାଇଁ ଜନସାଧାରଣଙ୍କ ଉପରେ ଏପରି ଅପ୍ରତ୍ୟାଶିତ ବୋଝ ଲଦି ଦିଆଯାଉଛି । ଯାହାକୁ ସିପିଆଇଏମ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି ଏବଂ ଆଗାମୀ ଦିନରେ ଆହୁରି ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ