ETV Bharat / city

କୋରୋନା ପରିଚାଳନାକୁ ନେଇ ସିପିଆଇଏମର ସାମ୍ବାଦିକ ସମ୍ମିଳନୀ

author img

By

Published : Apr 30, 2021, 8:18 PM IST

ରାଜ୍ୟରେ ଟୀକାଦାନ, ଟେଷ୍ଟିଂ, ହସ୍ପିଟାଲରେ ବେଡ ଅଭାବ ଆଦି ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କଲା ସିପିଆଇଏମ । ଅଧିକ ପଢନ୍ତୁ....

କୋରୋନା ପରିଚାଳନାକୁ ନେଇ ସିପିଆଇଏମର ସାମ୍ବାଦିକ ସମ୍ମିଳନୀ
କୋରୋନା ପରିଚାଳନାକୁ ନେଇ ସିପିଆଇଏମର ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: ରାଜ୍ୟରେ କୋରୋନାର ଦ୍ବିତୀୟ ଲହର ଆତଙ୍କ ସୃଷ୍ଟି କରିଥିବାରୁ ଟୀକାଦାନ, ପରୀକ୍ଷା ଓ ହସ୍ପିଟାଲରେ ବେଡ୍ ଅଭାବ ଯୋଗୁଁ ସିପିଆଇଏମ ଓଡିଶା ରାଜ୍ୟ କମିଟି ପକ୍ଷରୁ ଘୋର ଉଦବେଗ ପ୍ରକାଶ ପାଇଛି । କମିଟି ପକ୍ଷରୁ କେନ୍ଦ୍ର ଏବଂ ରାଜ୍ୟସରକାରଙ୍କ ପଦକ୍ଷେପକୁ ସମାଲୋଚନା କରାଯିବା ସହ ରାଜ୍ୟ ସରକାର ଦାୟିତ୍ବହୀନ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ସିପିଆଇଏମ ଅଭିଯୋଗ କରିଛି ।

ସିପିଆଇଏମର ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କୋଭିଡ୍ ନୂତନ ସଂସ୍କରଣରେ ରାଜ୍ୟ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଘୋର ଅବ୍ୟବସ୍ଥା ଲାଗି ରହିଛି । ରାଜ୍ୟରେ ଶତକଡ଼ା 20 ପ୍ରତିଶତ ବେଡ୍ ଖାଲି ରହି ଥିବାବେଳେ ଏବାବଦରେ ରାଜ୍ୟ ସରକାରଙ୍କ ସ୍ପଷ୍ଟିକରଣ ଭିତ୍ତିହୀନ । ଆପାତ୍ତକାଳୀନ ୱାର୍ଡରୁ କୋଭିଡ଼ ୱାର୍ଡକୁ ନନେବା ଯୋଗୁଁ ବେଡ୍ ଖାଲି ରହୁଛି ।

ବହୁ ସ୍ଥାନରେ ଆପାତ୍ତକାଳୀନ ୱାର୍ଡରେ ବେଡ୍ ଅଭାବ ଯୋଗୁଁ ରୋଗୀଙ୍କୁ ତଳେ ଅକ୍ସିଜେନ ଦିଆଯାଉଛି । ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ମଧ୍ୟ ରେମଡେସିଭିର ସହ ଅନ୍ୟାନ୍ୟ ଜୀବନ ରକ୍ଷାକାରୀ ଔଷଧ ଓ ଇଞ୍ଜେକସନର କଳାବଜାରୀ ହେଉଥିବା ଅଭିଯୋଗ କରିଛି କମିଟି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.