ଭୁବନେଶ୍ବର: କୋରୋନା ସଙ୍କଟରେ ଅହେତୁକ ବଢିଚାଲିଛି ପେଟ୍ରୋଲ ଦର । ଯାହା ଏବେ ସାଧାରଣ ଲୋକଙ୍କ ଠାରୁ ସମସ୍ତଙ୍କୁ ବେଶ ପ୍ରଭାବ ପକାଉଛି । ଏନେଇ ଆଜି ଏହାର ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଛି ସିପିଆଇ ।
ବିଶ୍ବ ମହାମାରୀ ସମୟରେ କେନ୍ଦ୍ର ସରକାର କର୍ପୋରେଟ ହାଉସମାନଙ୍କୁ ସହାୟତା ପ୍ରଦାନ କରିବାକୁ ଯାଇ ସାଧାରଣ ଲୋକଙ୍କ ଉପରେ ଏଭଳି ବୋଝ ଲଦୁଥିବା ଅଭିଯୋଗ କରିଛନ୍ତି ସିପିଆଇ ଭୁବନେଶ୍ୱର ଜୋନର ସମ୍ପାଦକ ସୁର ଜେନା । ସ୍ଥାନୀୟ ରାଜମହଲ ଛକ ନିକଟରେ କର୍ମୀମାନେ ଏକତ୍ରିତ ହେବା ସହ ଦରବୃଦ୍ଧି ପ୍ରତିବାଦରେ ସ୍ଲୋଗାନ ଦେବା ସହ ତୁରନ୍ତ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ