ETV Bharat / city

ରାଜ୍ୟରେ ଡ଼ରାଉଛି ସଂକ୍ରମଣ, ଚେନ ବ୍ରେକ ଲାଗି 48 ଘଣ୍ଟା ସମୟ ଆବଶ୍ୟକ: ବିଶେଷଜ୍ଞ - କୋରୋନା ଭାଇରସ ଅପଡେଟ ଖବର

ରାଜ୍ୟରେ ବୃଦ୍ଧି ଘଟୁଛି କୋରୋନା ସଂକ୍ରମଣର ସଂଖ୍ୟା। ରାଜ୍ୟରେ ସଂକ୍ରମଣ ପିକରେ ରହୁଛି। ଲକଡାଉନ ପାଇଁ ଚେନ ବ୍ରେକ ହେବ। ଚେନ ବ୍ରେକ ଲାଗି 48 ଘଣ୍ଟା ସମୟ ଆବଶ୍ୟକ। ଆଜିକୁ 48 ଘଣ୍ଟା ପୁରିଥିବା ବେଳେ ଆଶା ରହିଛି ଆଗକୁ ସଂକ୍ରମଣ କମିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ଅଧିକ ପଢନ୍ତୁ...

covid19 positive highrate reaction by expert
ରାଜ୍ୟରେ ଡ଼ରାଉଛି ସଂକ୍ରମଣ, ଚେନ ବ୍ରେକ ଲାଗି 48 ଘଣ୍ଟା ସମୟ ଆବଶ୍ୟକ: ବିଶେଷଜ୍ଞ
author img

By

Published : May 7, 2021, 10:58 PM IST

ଭୁବନେଶ୍ବର: ରାଜ୍ୟରେ ବୃଦ୍ଧି ଘଟୁଛି କୋରୋନା ସଂକ୍ରମଣର ସଂଖ୍ୟା। ରାଜ୍ୟରେ ସଂକ୍ରମଣ ପିକରେ ରହୁଛି। ଲକଡାଉନ ପାଇଁ ଚେନ ବ୍ରେକ ହେବ। ଚେନ ବ୍ରେକ ଲାଗି 48 ଘଣ୍ଟା ସମୟ ଆବଶ୍ୟକ। ଆଜିକୁ 48 ଘଣ୍ଟା ପୁରିଥିବା ବେଳେ ଆଶା ରହିଛି ଆଗକୁ ସଂକ୍ରମଣ କମିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

ରାଜ୍ୟରେ ଡ଼ରାଉଛି ସଂକ୍ରମଣ, ଚେନ ବ୍ରେକ ଲାଗି 48 ଘଣ୍ଟା ସମୟ ଆବଶ୍ୟକ: ବିଶେଷଜ୍ଞ

ଶୁକ୍ରବାର ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ଦେଖିଲେ କୋରୋନା ରାଜ୍ୟରେ ପିକ ରେ ଥିବା ଜଣାପଡୁଛି। କିନ୍ତୁ ଲାକଡାଉନ ଦ୍ବାରା ଚେନ ବ୍ରେକ ହେବ। ଚେନ ବ୍ରେକ ଲାଗି 48 ଘଣ୍ଟା ସମୟ ଦରକାର। ଆଜିକୁ 48 ଘଣ୍ଟା ପୁରିଛି। ଆଶା କରାଯାଉଛି କି ଆଗକୁ ଏହି ସଂଖ୍ୟା କମିବ। କିନ୍ତୁ ଆମ ସମସ୍ତଙ୍କୁ କୋଭିଡ ଗାଇଡ଼ଲଇନ ଓ ନିୟମକୁ ମାନିବାକୁ ପଡିବ। ନଚେତ ପଜିଟିଭ ଓ ମୃତ୍ୟୁ ହାର ଅଧିକ ହୋଇପାରେ। ଭୂତାଣୁ ମ୍ୟୁଟେସନ ପାଇଁ ପିକ ଟାଇମ ଥରେ ନୁହେଁ ବହୁବାର ଆସିପାରେ। ଆମକୁ ତୃତୀୟ ଲହରୀ ପାଇଁ ପ୍ରସ୍ତୁତ ହେବାକୁ ପଡିବ ବୋଲି କହିଛନ୍ତି ମାଇକ୍ରୋ ବାୟୋଲୋଜିଷ୍ଟ ଡ଼ଃ ସୁନିତା ସାହୁ କହିଛନ୍ତି । କୋରୋନା ସ୍ଥିତି ଓ ଲାକଡାଉନ ନେଇ କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ କହିଛନ୍ତି ଯେ ସଂକ୍ରମିତଙ୍କ ଟେଷ୍ଟ ଅଧିକ କରାଯାଉଛି। ତେଣୁ ରାଜ୍ୟରେ 3 ରୁ 4 ଦିନ ଭଳି ସ୍ଥିତି ରହିବ। 5 ରୁ 6 ଦିନ ପରେ କର୍ଭପ୍ଲାଟ ହୋଇ ସଂକ୍ରମିତ କମିବାର ଆରମ୍ଭ କରିବା। ଲକଡାଉନ ନିହାତି ଭାବରେ କାମ ଦେବ। ଲୋକମାନେ ନିୟମ ମାନିବା ଆବଶ୍ୟକ। ଆତଙ୍କିତ ହେବା ଆବଶ୍ୟକ ନାହିଁ। ଘରେ ରହିଲେ ସଂକ୍ରମିଟଙ୍କ ସଂଖ୍ୟା କମିବ। ସରକାରଙ୍କର ବିଭିନ୍ନ ପଦକ୍ଷପ ଯୋଗୁଁ ମୃତ୍ୟୁ ହାର କମ ରହିଛି। ସଂକ୍ରମିତଙ୍କ ସଂଖ୍ୟା କମିଲେ ମୃତ୍ୟୁ ହାର ବି କମିବ।

ତେବେ ରାଜ୍ୟରେ ଦୈନିକ ସଂକ୍ରମଣ ଦେଖିଲେ ଶୁକ୍ରବାର ରାଜ୍ୟରେ ସର୍ବାଧିକ 12 ହଜାର 238 ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ସର୍ବାଧିକ 19 ରେ ପହଁଞ୍ଚିଛି। ତେବେ ରାଜ୍ୟରେ ଦେଖିଲେ 10 ହଜାର ନିକଟରେ ରହୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ 24 ଟି ଜିଲ୍ଲା ରେଡ଼ ଜୋନରେ ରହିଥିବାବେଳେ ସର୍ବାଧିକରେ ରହିଛି ଖୋର୍ଦ୍ଧା ଓ ଦ୍ବିତୀୟରେ ସୁନ୍ଦରଗଡ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.