ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଅପ୍ରେଲ 30 ଯାଏ ରାଜ୍ୟରେ ବୃଦ୍ଧି ହେଲା ଲକ୍ଡାଉନ୍ ଅବଧି । ରାଜ୍ୟ କ୍ୟାବିନେଟ ବୈଠକରେ ହୋଇଛି ନିଷ୍ପତ୍ତି । ଲକ୍ଡାଉନ୍ ଘୋଷଣା ବୃଦ୍ଧି ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସେହିପରି ଦେଶରେ ଲକ୍ଡାଉନ୍କୁ ଅପ୍ରେଲ 30 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ରାଜ୍ୟ କ୍ୟାବିନେଟ କେନ୍ଦ୍ର ସରକାରଙ୍କୁ ଅପିଲ୍ କରିଛି । ସେପଟେ ଆଜି ରାଜ୍ୟରେ ପ୍ରଥମ ଥର ପାଇଁ ଭିଡିଓ କନଫରେନ୍ସ ଜରିଆରେ ବସିଥିବା କ୍ୟାବିନେଟ ବୈଠକରେ 9ଟି ପ୍ରସ୍ତାବ ଉପରେ ବାଜିଛି ମୋହର। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଲୋକସେବା ଭବନରେ 5ଟି ବିଭାଗର ମନ୍ତ୍ରୀ ଥିଲେ ଉପସ୍ଥିତ ।
ଅନ୍ୟପଟେ ରାଜ୍ୟର ସମସ୍ତ ସ୍କୁଲକୁ ଜୁନ୍ 17 ତାରିଖ ଯାଏ ଛୁଟି ଘୋଷଣା କରାଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ତପନ ଦାସ, ଇଟିଭି ଭାରତ