ETV Bharat / city

ମାଟିରୁ ବ୍ୟାପୁଛି ବ୍ଲାକ ଫଙ୍ଗସ ଇନଫେକ୍ସନ - କୋରୋନା ଭାଇରସ ଖବର

ବ୍ଲାକ ଫଙ୍ଗସ ଇନଫେକ୍ସନ ମାଟିରୁ ବ୍ୟାପୁଛି । କୋରୋନା ଆକ୍ରାନ୍ତ ହୋଇ ଚିକିତ୍ସାତ ହୋଇ ଫେରୁଥିବା ବ୍ୟକ୍ତି ଅଧିକ ପରିମାଣରେ ଆକ୍ରାନ୍ତ ହେଉଥିବା ଜଣାପଡିଛି । ଅଧିକ ପଢନ୍ତୁ...

covid19 black fungus
ମାଟିରୁ ବ୍ୟାପୁଛି ବ୍ଲାକ ଫଙ୍ଗସର ଇନଫେକ୍ସନ
author img

By

Published : May 10, 2021, 5:04 PM IST

ଭୁବନେଶ୍ବର: ବ୍ଲାକ ଫଙ୍ଗସ ଇନଫେକ୍ସନ ମାଟିରୁ ବ୍ୟାପୁଛି । ଏହା ମଧୁମେହ ଥିବା ବ୍ୟକ୍ତି, କୋରୋନା ଯୋଗୁଁ ଅଧିକ ଦିନ ଆଇସିୟୁରେ ରହିଥିବା ବ୍ୟକ୍ତି ଓ ଫୁସଫୁସକୁ ଆକ୍ରାନ୍ତ ହୋଇ ଷ୍ଟେରଏଡ଼ ନେଇଥିବା ରୋଗୀଙ୍କ କ୍ଷେତ୍ରରେ ଅଧିକ ବ୍ୟାପୁଛି।

ବ୍ଲାକ ଫଙ୍ଗସ ଇନଫେକ୍ସନ ମାଟିରୁ ବ୍ୟାପୁଛି। ପୂର୍ବରୁ ବର୍ଷକୁ ଦୁଇ ତିନୋଟି କେସ ଦେଖାଯାଇଥିଲା । ଏବେ 3 ମାସରେ ମୁମ୍ବାଇରେ 100 ଗୁଣା ବଢି 300 କେସ ଦେଖାଦେଲାଣି । ଆଖି ବିନ୍ଧିବା, ନାକ ବିନ୍ଧି ନାଲି ପଡିଯିବ। ଜ୍ବର ଆସିବା ଧଇଁ ସଇଁ ଲାଗିବା ପରେ ଏକାଧିକ ଅଙ୍ଗ ନଷ୍ଟ ହେଉଛି । ଫଳରେ ଜୀବନ ପ୍ରତି ବିପଦ ରହିଛି । ଆଖି ଖରାପ ହେବା ସହ ଅନ୍ଧ ହେବାର ସମ୍ଭାବନା ଅଧିକ ରହିଛି। ନାକରୁ କଳା ସିଙ୍ଘାଣି ବାହାରିଲେ ଡାକ୍ତରଙ୍କ ସହ ପରାମର୍ଶ ନିଆନ୍ତୁ । ମାଟିରେ କାମ କଲା ବେଳେ ଜୋତା ପିନ୍ଧନ୍ତୁ ଚଷମା ଲଗାନ୍ତୁ ମାସ୍କ ପିନ୍ଧନ୍ତୁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଡ଼ଃ ନିରୋଜ ମିଶ୍ର କହିଛନ୍ତି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ବ୍ଲାକ ଫଙ୍ଗସ ମୁଖ୍ୟତଃ ପରିବେଶ ଜନିତ ରୋଗରୁ ମୁକାବିଲା କରିବା କ୍ଷମତାକୁ ଆହୁରି ହ୍ରାସ କରିଥାଏ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.