ETV Bharat / city

କୋଭିଡ ଲକ୍ଷଣ: 20% ଆକ୍ରାନ୍ତଙ୍କ ଛାତିରେ ହେଉଛି ସଂକ୍ରମଣ - ଆକ୍ରାନ୍ତଙ୍କ ଛାତିରେ ସଂକ୍ରମଣ

ଶରୀରରେ କିଭଳି ରୋଗ ପ୍ରତିରୋଧକ ଶକ୍ତି ବଢିବ ସେନେଇ କଣ ମତ ରଖନ୍ତି ବିଶେଷଜ୍ଞ ।

କୋଭିଡ ଲକ୍ଷଣ: 20% ଆକ୍ରାନ୍ତଙ୍କ ଛାତିରେ ହେଉଛି ସଂକ୍ରମଣ

author img

By

Published : Nov 5, 2020, 11:24 PM IST

କୋରୋନା ଆକ୍ରାନ୍ତଙ୍କ ମଧ୍ୟରେ 20 ପ୍ରତିଶତ ଲୋକଙ୍କ ଛାତିରେ ସଂକ୍ରମଣ ହୋଇଥାଏ । ଯାହା ଟେଷ୍ଟ କଲା ପରେ ହିଁ ଜଣାପଡ଼ିଥାଏ । ଏହା ସହ ଶରୀରରେ କିଭଳି ରୋଗ ପ୍ରତିରୋଧକ ଶକ୍ତି ବଢିବ ସେନେଇ କଣ ମତ ରଖନ୍ତି ବିଶେଷଜ୍ଞ ।

ରୋଗ ପ୍ରତରୋଧକ ଶକ୍ତି କଣ ଏବଂ କୋଭିଡ ସହ ଏହାର ସମ୍ପର୍କ କଣ?

ରୋଗ ପ୍ରତିରୋଧକ ଶକ୍ତି ଜନ୍ମରୁ ଶରୀର ମଧ୍ୟରେ ରହିଥାଏ । ଏହା ଶରୀରରେ ରହିଛି ବୋଲି ଆମେ ବଞ୍ଚିଛୁ । ପ୍ରାୟତଃ 10 ଲକ୍ଷରୁ ଅଧିକ ଜୀବାଣୁ ଆମକୁ ଆକ୍ରମଣ କରିଥାନ୍ତି । ଏହା ସାଧାରଣ ଭାବରେ 2 ପ୍ରକାରର ଯଥା- ଇନେଟ ଇମ୍ୟୁନିଟ ଓ ଆଡାଟିଭ ଇମ୍ୟୁନିଟି। ସୁସ୍ଥ ଶରୀରରେ ଭିତରେ ରୋକିବା ପାଇଁ ଆଣ୍ଟିବଡ଼ି ମାଧ୍ୟମରେ କୋରୋନାକୁ ମାରିଦେଇଥାଏ ।

କୋଭିଡ କ୍ଷେତ୍ରରେ କେତେ ମାତ୍ରାରେ ସୃଷ୍ଟି ହେଉଛି ରୋଗ ପ୍ରତରୋଧକ ଶକ୍ତି

କୋଭିଡ ଏକ ଭାଇରସ । କୌଣସି ଶରୀରରେ ନିଜେ ବଞ୍ଚିପାରିବନାହିଁ । ଇମ୍ୟୁନିଟ ଯୋଗୁଁ ଜଣେ ମଣିଷ ବଞ୍ଚି ରହିଛି। କୋରୋନାରେ ମାତ୍ର 5 ପ୍ରତିଶତ ବ୍ୟକ୍ତିଙ୍କୁ ଲକ୍ଷଣ ଦେଖାଯାଇଥାଏ । କୋରୋନା ହେବାର ପ୍ରାୟ 3 ମାସ ଯାଏଁ ଶରୀରରେ ଆଣ୍ଟିବାଡି ରହିଥାଏ । ଚୀନରେ 80 ଦିନ ପରେ ପୁନର୍ବାର ଲୋକଙ୍କ ମଧ୍ୟରେ ଲକ୍ଷଣ ଦେଖାଯାଉଛି । ଏହା ସହ ୟୁରୋପରେ ମଧ୍ୟ ଏଭଳି ଘଟଣା ନଜରକୁ ଆସୁଛି ।

ନିମୋନିଆ ରହିଥିଲେ ଶରୀରରେ 30 ପ୍ରତିଶତ ଲୋକଙ୍କ ପରବର୍ତ୍ତୀ ଲକ୍ଷଣ ରହିଥାଏ । କାଶ ହେବା, ହାଲିଆ ଲାଗିବା, ଗୋଡ଼ ହାତ ଦରଜ ହେବା ପରି ଲକ୍ଷଣ ନଜରକୁ ଆସିଥାଏ । ଦିପାବଳୀ ସମୟରେ ବାୟୁମଣ୍ଡଳରେ ସଲଫର ଡାଇଅକ୍ସସାଇଡ଼ର ମାତ୍ରା 200 ପ୍ରତିଶତ ବଢ଼ିଥାଏ । ଏହା ଯୋଗୁଁ କୋରୋନା ଓ ଶ୍ୱାସ ରୋଗୀଙ୍କ ପାଇଁ କ୍ଷତିକାରକ ଅଟେ ।

ରୋଗ ପ୍ରରୋରୋଧକ ଶକ୍ତି କିଭଳି ଶରୀରରେ ବଢାଇବ?

ଭିଟାମିନ ସି ଓ ଡ଼ି ହେଉଛି ରୋଗ ପ୍ରତିରୋଧକ ଶକ୍ତି ବଢ଼ିବାରେ ସାହାଯ୍ୟ କରିଥାଏ । ଏହାକୁ ସେବନ କଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିପାରେ । ଯାହା ଫଳରେ କୋରୋନାରୁ ଜଣେ ବ୍ୟକ୍ତି ସୁସ୍ଥ ହେବାରେ ସାହାଯ୍ୟ କରିଥାଏ ।

ଟୀକା କାହିଁକି ବିଳମ୍ବ ହେଉଛି ?

କୋରୋନା ମହାମାରୀ ସମୟରେ ଅନେକ ଦେଶ ବର୍ତମାନ ଟୀକା ସନ୍ଧାନରେ ରହିଛନ୍ତି । ଅନେକ ଦେଶ ମଧ୍ୟ ଶେଷ ପର୍ଯ୍ୟାୟରେ ଟୀକା ପ୍ରସ୍ତୁତ କରିସାରିଲେଣି । ଲୋକଙ୍କୁ ଟୀକା ଦେବା ଆଗରୁ 3ଟି ପର୍ଯ୍ୟାୟରେ ପରୀକ୍ଷଣ ହୁଏ । ପ୍ରଥମେ ପଶୁମାନଙ୍କ ଉପରେ ପରୀକ୍ଷା କରାଯାଇଥାଏ । ତାପରେ ମାନବ ଉପରେ ପରୀକ୍ଷା କରାଯାଇଥାଏ । ଏହାକୁ ଯେତେବେଳେ ପରୀକ୍ଷା କରାଯାଏ ସେହି ସମୟରେ ମାନବ ଉପରେ ଯେଭଳି ଭାବରେ କୌଣସି କ୍ଷତି ନପହଞ୍ଚାଏ ସେନେଇ ବିଶେଷ ଭାବରେ ସତର୍କତା ଅବଲମ୍ବ କରିବାକୁ ପଡିଥାଏ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.