ETV Bharat / city

ରାଜ୍ୟକୁ ପାର୍ବଣ ଡର, ସତର୍କ ନହେଲେ ସ୍ଥିତି ହେବ ଭୟଙ୍କର - କୋରୋନାର ତୃତୀୟ ଲହର

ଆସୁଛି ପାର୍ବଣର ଋତୁ । ସଚେତନ ନହେଲେ ଭୟଙ୍କର ରୂପ ନେଇପାରେ କୋରୋନାର ତୃତୀୟ ଲହର। ଅଧିକ ପଢନ୍ତୁ...

ରାଜ୍ୟକୁ ପାର୍ବଣ ଡର, ସଚେତନ ନହେଲେ ହୋଇପାରେ ଭୟଙ୍କର ସ୍ଥିତି

author img

By

Published : Aug 27, 2021, 1:56 PM IST

Updated : Aug 27, 2021, 2:27 PM IST

ଭୁବନେଶ୍ବର: ଆସୁଛି ପାର୍ବଣର ଋତୁ । ସଚେତନ ନହେଲେ ଭୟଙ୍କର ରୂପ ନେଇପାରେ କୋରୋନାର ତୃତୀୟ ଲହର । କେରଳ ଭଳି ସୃଷ୍ଟି ହୋଇପାରେ ଭୟଙ୍କର ପରିସ୍ଥିତି । ଏହା ପୂର୍ବରୁ ସତର୍କ ରହିବା ପାଇଁ ସରକାରଙ୍କ ତରଫରୁ ଜାରି କରାଯିବ ଗାଇଡଲାଇନ । କଣ ଆସିବ ଗାଇଡଲାଇନ, ଲୋକେ କିଭଳି ପାଳିବେ ପୂଜାପର୍ବ । ତାହା ଉପରେ ଏବେ ସମସ୍ତଙ୍କ ନଜର ।

ରାଜ୍ୟକୁ ପାର୍ବଣ ଡର, ସତର୍କ ନହେଲେ ସ୍ଥିତି ହେବ ଭୟଙ୍କର

ରାଜ୍ୟରେ ଏବେ ସର୍ଭେଲାନ୍ସ ଓ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ଏହା ଉପରେ ରାଜ୍ୟ ସମ୍ପୂର୍ଣ୍ଣ ଭାବରେ ନଜର ରଖିଛି । ରାଜ୍ୟରେ ଦ୍ୱିତୀୟ ଲହର ପିକରେ 10 ହଜାର ପର୍ଯ୍ୟନ୍ତ ସଂକ୍ରମଣ ଯାଇଛି । ଏବେ ରାଜ୍ୟରେ ସ୍ଥିତି ଭଲ ରହିଛି । ଆକଳନ ଅନୁସାରେ ତୃତୀୟ ଲହରରେ ପିକ୍ ବଢ଼ିପାରେ । ତେବେ ତୃତୀୟ ଲହର ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ।

ଅନ୍ୟପଟେ ଦୈନିକ ଯଦି 10 ହଜାର ପାର କରେ ତେବେ 600 ବେଡ଼ ଆବଶ୍ୟକ। ଓ 15 ହଜାର ପଜିଟିଭ ହେଲେ 900 ବେଡ଼ ଆବଶ୍ୟକତା ପଡିବ । ରାଜ୍ୟରେ 3 ହଜାର ବେଡ଼ ସାମ୍ଭାବ୍ୟ ତୃତୀୟ ଲହର ପାଇଁ ଏବେ ପ୍ରସ୍ତୁତ ରଖାଯାଇଛି। ବିଭିନ୍ନ ମଡେଲକୁ ନେଇ ତର୍ଜମା ପରେ ଦୈନିକ 10 ହଜାର ପଜିଟିଭ ଆସିବ ବୋଲି ଆକଳନ ହୋଇଛି । ସମସ୍ତ ରିପୋର୍ଟକୁ ଆଧାର କରି ପୂର୍ବ ପ୍ରସ୍ତୁତ କରାଯାଇଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Aug 27, 2021, 2:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.