ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତି ନେଇ ସୂଚନା ଦେଇଛନ୍ତି ଡ଼ିଏମଇଟି ସିବିକେ ମହାନ୍ତି । ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ କରୋନାର ସ୍ଥିତି ଭଲ ରହିଛି ଏବଂ ରାଜ୍ୟରେ ଅକ୍ସିଜେନ ଉପଯୁକ୍ତ ପରିମାଣରେ ମହଜୁଦ ରହିଛି। କୋଭିଡ କେୟାର ହସ୍ପିଟାଲରେ ମଧ୍ୟ ଅକ୍ସିଜେନର ବ୍ୟବସ୍ଥା କରାଯାଇଛି। ମେ ମାସ ବେଳକୁ କରୋନା ପିକରେ ରହିପାରେ।
କରୋନା ସ୍ଥିତି ନେଇ ଡ଼ିଏମଇଟି ଏପରି କହିବା ସହ ଭୟଭୀତ ହୋଇ ମେଡିକାଲକୁ ଆସିବାକୁ ମଧ୍ୟ ମନା କରିଛନ୍ତି। ଯେଉଁ ମାନଙ୍କର ଅଧିକ ଜରୁରୀ ସେହିମାନେ ମେଡିକାଲ ଯାଆନ୍ତୁ ନଚେତ ନିକଟସ୍ଥ ଡାକ୍ତରଙ୍କ ପରାମର୍ଶ ନେଇ ମେଡିସିନ ଖାଇବାକୁ କହଛନ୍ତି ଡ଼ିଏମଇଟି ସିବିକେ ମହାନ୍ତି।
ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଛି। କରୋନା ନିୟମକୁ କଡ଼ାକଡ଼ି ଭାବରେ ମାନିବାକୁ ରାଜ୍ୟ ପ୍ରଶାସନ ନିର୍ଦେଶ ଦେଉଛନ୍ତି। ଅନ୍ୟପଟେ ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ କରୋନାର ସ୍ଥିତି ଭଲ ରହିଛି ଏବଂ ସମସ୍ତ ପ୍ରକାରର ବ୍ୟବସ୍ଥା ତଥା ବେଡ଼ ଆଇ ସି ୟୁ ଏବଂ କୋଭିଡ କେୟାର ସେଣ୍ଟରର ବ୍ୟବସ୍ଥା କରାଯାଇଛି। ଏପରିକି ରାଜ୍ୟରେ ଭରପୁର ଭାବରେ ଅକ୍ସିଜେନ ମହଜୁଦ ଥିବା କହିଛନ୍ତି ଡ଼ିଏମଇଟି ସିବିକେ ମହାନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ