ଭୁବନେଶ୍ବର: ରାଜଧାନୀରେ 1 ନମ୍ବର ହାଟ ପାଇଁ ନୁଆ ନିୟମ। ଭିଡକୁ ଦୃଷ୍ଟିରେ ରଖି ହାଟ ପାଖକୁ ବାଇକ ନେବାକୁ ମନା କରାଯାଇଛି। ରାତି ୩ଟାରୁ ସକାଳ ୬ ପର୍ଯନ୍ତ ହୋଲସେଲର ପଏଣ୍ଟ ଖୋଲା ରହିବ। ସକାଳ ୬ ରୁ ଦିନ ୧୨ ପର୍ଯନ୍ତ ରିଟେଲର ପଏଣ୍ଟ ବା ହାଟର ଖୁଚୁରା ବ୍ୟବସାୟୀ ବିକ୍ରି ପାଇଁ ମିଳିବ ଅନୁମତି। ଯେଉଁଠି ସାଧାରଣ ଲୋକ ଯାଇ କିଣି ଆଣିପାରିବେ ପରିବା।
ଏଥି ସହ ଜିଗଜାଗ ଫର୍ମାଟ ଯଥା ଗୋଟିଏ ଛାଡି ଗୋଟିଏ ଦୋକାନ ବନ୍ଦ ଓ ଖୋଲା ରହିବ। ଯାହାକୁ ନେଇ ପୋଲିସ, ବିଏମସି ଓ ଏକ ନମ୍ବର ହାଟ ବ୍ୟବସାୟୀ ସଙ୍ଘ ଆଲୋଚନା ପରେ ବାହାରିଛି ନିଷ୍କର୍ସ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ