ଭୁବନେଶ୍ବର: ମହଙ୍ଗା ପଡିଲା ଫେକ କୋଭିଡ ପଜିଟିଭ ରିପୋର୍ଟ ପ୍ରସ୍ତୁତ କରିବା । ସମ୍ପୃକ୍ତ ଘରୋଇ କ୍ଲିନିକକୁ କାରଣ ଦର୍ଶାଅ ନୋଟିସ ଜାରି କଲା BMC। ରାଜଧାନୀରେ ଫେକ କୋଭିଡ ପଜିଟିଭ ସାର୍ଟିଫିକେଟ ଜାରି କରିବା ବିରୋଧରେ ହୋଇଛି ଏହି କାରଣ ଦର୍ଶାଅ ନୋଟିସ ଜାରି ।

ଭୁବନେଶ୍ବର ସହିଦ ନଗର ଅଞ୍ଚଳରେ ଥିବା ଘରୋଇ କ୍ଲିନିକ ‘ଜେନେକ୍ସ’କୁ ୭୨ ଘଣ୍ଟା ମଧ୍ୟରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛି ବିଏମସି । ନଚେତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି ସ୍ପଷ୍ଟ କରିଛି । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବିଏମସି ଏହି ନୋଟିସ ଜାରି କରିଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ