ETV Bharat / city

ରାଜ୍ୟରେ ପିକ ସ୍ଥିତି ଆଡ଼କୁ ମୁହାଁଉଛି କୋଭିଡ ସଂକ୍ରମଣ

author img

By

Published : May 19, 2021, 4:57 PM IST

ରାଜ୍ୟରେ ପିକ ସ୍ଥିତି ଆଡ଼କୁ ମୁହାଁଉଛି କୋଭିଡ ସଂକ୍ରମଣ । ତେଣୁ ଆଗାମୀ 7 ରୁ 10 ଦିନ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର । ଯେହେତୁ ରାଜ୍ୟରେ ବର୍ତ୍ତମାନ ଲକଡ଼ାଉନ ସ୍ଥିତି ରହିଛି, ତେଣୁ ସମାନ୍ତରାଳ ସ୍ଥିତିରେ ରହିଛି ଓଡ଼ିଶା । ଅଧିକ ପଢନ୍ତୁ...

ରାଜ୍ୟରେ ପିକ ସ୍ଥିତି ଆଡ଼କୁ ମୁହାଁଉଛି କୋଭିଡ ସଂକ୍ରମଣ
ରାଜ୍ୟରେ ପିକ ସ୍ଥିତି ଆଡ଼କୁ ମୁହାଁଉଛି କୋଭିଡ ସଂକ୍ରମଣ

ଭୁବନେଶ୍ବର: ରାଜ୍ୟରେ ପିକ ସ୍ଥିତି ଆଡ଼କୁ ମୁହାଁଉଛି କୋଭିଡ ସଂକ୍ରମଣ । ତେଣୁ ଆଗାମୀ 7 ରୁ 10 ଦିନ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର । ଯେହେତୁ ରାଜ୍ୟରେ ବର୍ତ୍ତମାନ ଲକଡ଼ାଉନ ସ୍ଥିତି ରହିଛି, ତେଣୁ ସମାନ୍ତରାଳ ସ୍ଥିତିରେ ରହିଛି ଓଡ଼ିଶା । ଆଗାମୀ 7 ରୁ 10 ଦିନ ପରେ କୋଭିଡ ପରିସଂଖ୍ୟାନ ଶୀର୍ଷକୁ ଛୁଇଁବ । ଏହା ପରେ ସ୍ଥିର ହୋଇ କ୍ରମାନ୍ଵୟରେ ହ୍ରାସ ପାଇବ ।

ବର୍ତ୍ତମାନ ସବୁଠୁ ବଡ଼ କଥା ଆମର ସଂକ୍ରମଣ ହାର 20 ପ୍ରତିଶତ ତଳକୁ ଆସିଛି । ଆମ ପାଇଁ ସେଇଟା ବଡ଼ ଉପଲବ୍ଧି । ପ୍ରଥମ ଲକଡ଼ାଉନ ପାଇଁ ରାଜ୍ୟରେ ସଂକ୍ରମଣ ଫ୍ଲାଟ ସ୍ଥିତିରେ ଅଛି । ନଚେତ ଏହି ସଂଖ୍ୟା 20 ରୁ 25 ହଜାରରେ ରହିଥାନ୍ତା । ଭୁବନେଶ୍ୱରରେ ପଜିଟିଭ ହାର ଅଧିକ ରହିଛି । ଯାହା ପାଖାପାଖି 35 ପ୍ରତିଶତ ରହୁଛି ।

ବର୍ତ୍ତମାନ ସ୍ଥିତିରେ ଆମକୁ ଆଇସିୟୁ ବେଡ଼ ବଢାଇବାର ଆବଶ୍ୟକତା ରହିଛି । ଅତିକମରେ ଏହି 15 ଦିନ ପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିବାକୁ ପଡ଼ିବ । ଜୁନ ମାସ ପ୍ରଥମ ସପ୍ତାହ ବେଳକୁ ରାଜ୍ୟରେ ସଂକ୍ରମଣ ହାର କମି ଯାଇଥିବ । ତେଣୁ ସେତେବେଳକୁ ଆଉ ବିଶେଷ ବ୍ୟବସ୍ଥା ଆବଶ୍ୟକ ପଡିବନି ।

ବର୍ତ୍ତମାନ ଗ୍ରାମାଞ୍ଚଳକୁ ଫୋକସ କରିବା ପାଇଁ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ବହୁତ ଭଲ ପଦକ୍ଷେପ । ତାହା ବହୁତ ଭଲ ପଦକ୍ଷେପ ବୋଲି କହିଛନ୍ତି ଡାକ୍ତର ନିରୋଜ । ମାକ୍ସ ବାଣ୍ଟିବା ଦ୍ୱାରା ଲୋକେ ସଚେତନ ହେବେ । ସଂକ୍ରମଣଠୁ ଦୂରେଇ ରହିବେ ।

ମାତ୍ର ଏହି ନିଷ୍ପତ୍ତି 15 ଦିନ ପୂର୍ବରୁ ରାଜ୍ୟ ସରକାର ନେବାର ଥିଲା । ଯଦି 15 ଦିନ ପୂର୍ବରୁ ଏହି ପଦକ୍ଷେପ ନେଇଥାନ୍ତେ, ତେବେ ଓଡ଼ିଶାରେ ଏପରି ସ୍ଥିତି ଉପୁଜି ନଥାନ୍ତା ବୋଲି ଡାକ୍ତର ନିରୋଜ ମିଶ୍ର କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.