ETV Bharat / city

ଜୀବନଜୀବିକା ପାଇଁ କଟକଣା କୋହଳ ହେବା ଦରକାର:DMET - କୋରୋନା

ରାଜ୍ୟରେ ଅନଲକ ପ୍ରକ୍ରିୟା ଆରମ୍ଭ ହେବାରୁ ଯାଉଛି । ଜୀଵନ ଜୀବିକା ପାଇଁ କଟକଣା କୋହଳ ହେବାର ଆବଶ୍ୟକତା ରହିଛି ବୋଲି କହଛନ୍ତି ଡିଏମଇଟି ସିବିକେ ମହାନ୍ତି । ଅଧିକ ପଢନ୍ତୁ...

ଜୀବନ ଜୀବିକା ପାଇଁ କଟକଣା କୋହଳ ହେବା ଦରକାର
ଜୀବନ ଜୀବିକା ପାଇଁ କଟକଣା କୋହଳ ହେବା ଦରକାର
author img

By

Published : Jun 30, 2021, 1:29 PM IST

ଭୁବନେଶ୍ବର: ରାଜ୍ୟରେ ତଳମୁହାଁ ହୋଇଛି ଦୈନିକ ସଂକ୍ରମଣ । ରାଜ୍ୟରେ ଅନଲକ ପ୍ରକ୍ରିୟା ଆରମ୍ଭ ହେବାର ସମ୍ଭାବନା ରହିଛି । ଜୀଵନଜୀବିକା ପାଇଁ କଟକଣା କୋହଳ ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।

ଜୀବନ ଜୀବିକା ପାଇଁ କଟକଣା କୋହଳ ହେବା ଦରକାର

ରାଜ୍ୟରେ ଅନଲକ ପ୍ରକ୍ରିୟା ଆରମ୍ଭ ହେବାରୁ ଥିବାବେଳେ ସଂକ୍ରମଣ ହ୍ରାସ ସାମାନ୍ୟ ଆଶ୍ବସ୍ତି ଦେଇଛି । ମାତ୍ର କିଛି ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ସରକରାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଯେଉଁ ଜିଲ୍ଲାରେ ସଂକ୍ରମଣ ହାର 5 ପ୍ରତିଶତ କମ ଅଛି ସେଗୁଡିକରେ କଟକଣା କୋହଳ ହେବା ନେଇ ଆଶା ସୃଷ୍ଟି ହୋଇଛି । ଜୀଵନଜୀବିକା ପାଇଁ ରାଜ୍ୟରେ ନିଶ୍ଚିତ ଭାବେ କଟକଣା କୋହଳ ହେବାର ଆବଶ୍ୟକତା ରହିଛି ହେଲେ ତାହା ପର୍ଯ୍ୟାୟକ୍ରମେ ହେବା ଉଚିତ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।

ସ୍ଥିତି ଦେଖି ଆବଶ୍ୟକୀୟ ପଦକ୍ଷେପ ନିଆଯିବ । କଟକଣା ଆବଶ୍ୟକ ଥିବା ସ୍ଥାନରେ କଟକଣା ରହିବ । ଟିକା ନେଇ ଡିଏମଟି କହିଛନ୍ତି ଟିକା ଦାୟିତ୍ବ କେନ୍ଦ୍ରର । ଟିକାର ପରିମାଣ ଯେତିକି ବଢିବ ସେତିକ ପରିମାଣରେ ଲୋକଙ୍କୁ ଟୀକାକରଣ କରାଯିବ ବୋଲି କହିଛନ୍ତି ସିବିକେ ମହାନ୍ତି । ପ୍ରକାଶ ଥାଉ କି, ଅନଲକ ନେଇ ଆଜି ଅପରାହ୍ନ 2ଟା 30ରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସମିଟ କରିବେ । କଟକଣା କୋହଳ ହେବ କି ପୂର୍ବ ଭଳି ବଲବତ୍ତର ରହିବ ତାହା ଉପରେ ନଜର ।

ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.