ଭୁବନେଶ୍ବର: ସରକାରୀ କାର୍ଯ୍ୟାଳୟରେ ଲାଗିଲା ନୂଆବର୍ଷ କଟକଣା । ରାଜ୍ୟ ସରକାରଙ୍କ ଦ୍ବାରା ଜାରି ହୋଇଥିବା କୋଭିଡ କଟକଣା ସରକାରୀ କାର୍ଯ୍ୟାଳୟ ମାନଙ୍କରେ ଲାଗୁ ହୋଇଛି ।
ରାଜ୍ୟର ସରକାରୀ କାର୍ଯ୍ୟାଳୟ ମାନଙ୍କରେ ନୂଆବର୍ଷ କଟକଣା ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଦିଆଯାଇଛି । କର୍ମଚାରୀମାନେ କେବଳ ଅନଲାଇନ ମାଧ୍ୟମରେ ଶୁଭେଚ୍ଛା ଜଣାଇ ପାରିବେ । ଅଫିସରେ ଏକାଧିକ ଲୋକ ଏକାଠି ହୋଇ ପାରିବେ ନାହିଁ । ଏଥିସହ ଫୁଲ ଦେଇ ନୂଆବର୍ଷ ଅଭିନନ୍ଦନ ଜଣାଇବାକୁ ମଧ୍ୟ ବାରଣ କରାଯାଇଛି ।
ରାଜ୍ୟରେ କରୋନା ସଂକ୍ରମଣ ସହ ଓମିକ୍ରନ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ନୂଆବର୍ଷ ପାଇଁ ଗାଇଡଲାଇନ ଜାରି କରିଛନ୍ତି ସରକାର । ସେପଟେ ଆଜି ରାତି ୧୦ରୁ ସକାଳ ୫ଟା ଯାଏଁ ରାଜ୍ୟରେ ନାଇଟକର୍ଫ୍ୟୁ ଲାଗୁ କରାଯାଇଛି । ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲଗାଯାଇଥିବାରୁ ସମସ୍ତ କ୍ଲବ ଓ ରେଷ୍ଟ୍ୟୁରାଣ୍ଟକୁ କୌଣସି ପ୍ରକାର ଉତ୍ସବ ପାଳନରୁ ବିରତ ରହିବାକୁ କୁହାଯାଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ