ETV Bharat / city

ରାଜ୍ୟରେ ବନ୍ଦ ହେବ କୋଭିଡ କେୟାର ସେଣ୍ଟର - ଭୁବନେଶ୍ବର ଖବର

କୋଭିଡ୍ କେୟାର ସେଣ୍ଟରକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଲେ ରାଜ୍ୟ ସରକାର । ଏନେଇ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାପାଳ ଓ ପୌର କମିଶନରମାନଙ୍କୁ ଚିଠି ଲେଖିଛନ୍ତି ସ୍ଵାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ଅଧିକ ପଢନ୍ତୁ...

ରାଜ୍ୟରେ ବନ୍ଦ ହେବ କୋଭିଡ କେୟାର ସେଣ୍ଟର, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

author img

By

Published : Sep 14, 2020, 7:33 PM IST

ଭୁବନେଶ୍ବର: କୋଭିଡ୍ କେୟାର ସେଣ୍ଟରକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଲେ ରାଜ୍ୟ ସରକାର । ଏନେଇ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାପାଳ ଓ ପୌର କମିଶନରମାନଙ୍କୁ ଚିଠି ଲେଖିଛନ୍ତି ସ୍ଵାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ।

ରାଜ୍ୟରେ ବନ୍ଦ ହେବ କୋଭିଡ କେୟାର ସେଣ୍ଟର, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ
ରାଜ୍ୟରେ ବନ୍ଦ ହେବ କୋଭିଡ କେୟାର ସେଣ୍ଟର, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଚିଠିରେ କୋଭିଡ କେୟାର ସେଣ୍ଟର ଓ ଟିଏମସିକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଉଲ୍ଲେଖ ରହିଛି । କୋଭିଡ କେୟାର ସେଣ୍ଟରରେ ରୋଗୀ ନଥିବାରୁ ଏହାକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏପରିକି ସେସବୁ ସ୍ଥାନରେ ନିୟୋଜିତ ଷ୍ଟାଫଙ୍କୁ ମୂଳ କର୍ମସ୍ଥାନକୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ସ୍ଥାନରେ ଆବଶ୍ୟକ ପଡେ ସେଠାରେ ପୁନର୍ବାର ଖୋଲା ଯାଇପାରିବ ବୋଲି ଚିଠିରେ ଦର୍ଶାଯାଇଛି । ତେବେ ଏନେଇ ଏସଆରସିଙ୍କୁ ଜଣାଇବା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.