ETV Bharat / city

ସୋମବାର ଠୁ ବୁଷ୍ଟର ଡୋଜ ଆରମ୍ଭ - ଓଡ଼ିଶାରେ ବୁଷ୍ଟର ଡୋଜ ଆରମ୍ଭ

ଆସନ୍ତାକାଲି (ସୋମବାର) ଠାରୁ ଆରମ୍ଭ ହେବ ବୁଷ୍ଟର ଡୋଜ। ଆଗଧାଡ଼ିର ସ୍ବାସ୍ଥ୍ୟକର୍ମୀଙ୍କ ସହ ୬୦ ବର୍ଷୀୟ ବୟସ୍କଙ୍କୁ ଏହି ବୁଷ୍ଟର ଡୋଜ ଦିଆଯିବ। ଅଧିକ ପଢ଼ନ୍ତୁ

covid booster shots from 10th january
ଆସନ୍ତାକାଲିଠାରୁ ବୁଷ୍ଟର ଡୋଜ ଆରମ୍ଭ
author img

By

Published : Jan 9, 2022, 11:50 AM IST

ଭୁବନେଶ୍ବର: ଆସନ୍ତାକାଲି (ସୋମବାର) ଠାରୁ ଆରମ୍ଭ ହେବ ବୁଷ୍ଟର ଡୋଜ। ଆଗ ଧାଡ଼ିର ସ୍ବାସ୍ଥ୍ୟକର୍ମୀଙ୍କ ସହ ୬୦ ବର୍ଷୀୟ ବୟସ୍କଙ୍କୁ ଏହି ବୁଷ୍ଟର ଡୋଜ ଦିଆଯିବ।

ଆସନ୍ତାକାଲିଠାରୁ ବୁଷ୍ଟର ଡୋଜ ଆରମ୍ଭ

ରାଜ୍ୟରେ ବୁଷ୍ଟର ଡୋଜ ବା ପ୍ରୋଟେକଟିଭ ଡୋଜ ଆରମ୍ଭ ହେବ । ମୁଖ୍ୟତଃ ଯେଉଁ ସ୍ବାସ୍ଥ୍ୟକର୍ମୀ କୋଭିଡ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ବୁଷ୍ଟର ଡୋଜ ଦିଆଯିବ। ପର୍ଯ୍ୟାୟକ୍ରମେ ସମସ୍ତଙ୍କୁ ଏହି ବୁଷ୍ଟର ଡୋଜ ଦିଆଯିବ । ତେବେ ଯେଉଁମାନେ ଉଭୟ ଡୋଜ ଟିକା ନେଇଥିବେ କେବଳ ସେମାନେ ହିଁ ବୁଷ୍ଟର ଡୋଜ ନେବେ। ଯେଉଁ ବ୍ୟକ୍ତି ଯେଉଁ ଟିକା ନେଇଥିବେ ସେମାନଙ୍କୁ ସେହି ଟିକା ପାଇଁ ବୁଷ୍ଟର ଡୋଜ ଦିଆଯିବ। ଦ୍ବିତୀୟ ଡୋଜର 9 ମାସ ପରେ ଅର୍ଥାତ୍ 39 ସପ୍ତାହ ପରେ ଲୋକେ ବୁଷ୍ଟର ଡୋଜ ନେଇପାରିବେ । ତେବେ ପୂର୍ବଭଳି ଯେଉଁ ଟୀକାକରଣ କେନ୍ଦ୍ରରେ ଟିକାଦାନ କରାଯାଉଥିଲା ତାହା ବଳବତ୍ତର ରହିବ।

ଡବଲ ଡୋଜ ପରେ ବୁଷ୍ଟର ଡୋଜ ଫଳପ୍ରଦ ହେବା ନେଇ ସ୍ବାସ୍ଥ୍ୟ ବିଭାଗ ଆଶା ପ୍ରକାଶ କରିଛି । ଏହା ବ୍ୟତୀତ ଆବଶ୍ୟକ ପରିମାଣର ଶଯ୍ୟା ଓ ବ୍ୟବସ୍ଥା ଉପରେ ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ବାରୋପ କରିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.