ETV Bharat / city

କୋଭିଡ ସଚେତନତା ଆଲବମ ମୁଖ୍ୟମନ୍ତ୍ରୀଙ୍କୁ ସମର୍ପିତ - Chief Minister Naveen

ନବୀନଙ୍କ କୋଭିଡ ସଚେତନତା ବାର୍ତ୍ତାରେ ଅନୁପ୍ରାଣିତ ହୋଇ ରାଜ୍ୟର ୫୦ ହଜାର କଳାକାର ଏହି ଆଲବମରେ ସଚେତନତା ବାର୍ତ୍ତା ଦେଇଛନ୍ତି ।

କୋଭିଡ ସଚେତନତା ଆଲବମ
କୋଭିଡ ସଚେତନତା ଆଲବମ
author img

By

Published : Dec 30, 2020, 10:01 PM IST

ଭୁବନେଶ୍ବର: ମହାମାରୀ କୋରୋନା ପାଇଁ ସଚେତନତା ସୃଷ୍ଟି କରି ତିଆରି ହୋଇଥିବା ଆଲବମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମର୍ପିତ କରାଯାଇଛି । ନବୀନଙ୍କ କୋଭିଡ ସଚେତନତା ବାର୍ତ୍ତାରେ ଅନୁପ୍ରାଣିତ ହୋଇ ରାଜ୍ୟର ୫୦ ହଜାର କଳାକାର ଏହି ଆଲବମରେ ସଚେତନତା ବାର୍ତ୍ତା ଦେଇଛନ୍ତି । ଏହି ଆଲବମକୁ ବିଜେଡି ସାଂସ୍କୃତିକ ସାମୁଖ୍ୟର ଆବାହକ ରବି ନାରାୟଣ ନନ୍ଦ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ।

କୋଭିଡ ସଚେତନତା ଆଲବମ
କୋଭିଡ ସଚେତନତା ଆଲବମ

ଅକ୍ଟୋବର ୨ ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ସଚେତନତା ବାର୍ତ୍ତା ଦେଇଥିଲେ । ଏହାକୁ ପାଳନ କରିବା ସହ ଉତ୍ସାହ ଓ ଅନୁପ୍ରାଣିତ ହୋଇ ରାଜ୍ୟର ୫୦ ହଜାର କଳାକାର ସଚେତନତା ବାର୍ତ୍ତା ପାଇଁ ଆଗେଇ ଆସିଥିଲେ ।

ଏଥିନିମନ୍ତେ ବିଜେଡି ସାଂସ୍କୃତିକ ସାମୁଖ୍ୟ କୋଭିଡ ଆଓ୍ଵାରନେସ କ୍ଲିପ ଆଲବମ କରି ସଚେତନତା କରିଥିଲା । ଏହି ଆଲବମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେଡି ସାଂସ୍କୃତିକ ସାମୁଖ୍ୟର ଆବାହକ ରବି ନାରାୟଣ ନନ୍ଦ ପ୍ରଦାନ କରିଛନ୍ତି।

ଅକ୍ଟୋବର ୨ ରୁ ନଭେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସ୍ତରର କଳାକାରମାନେ ସାମିଲ ହୋଇଥିଲେ। ପାଖାପାଖି ୧୪ ହଜାର ସଚେତନତା ଭିଡିଓ କ୍ଲିପ ୩,୩୧୪ ପଞ୍ଚାୟତର କଳାକାରମାନେ ପଠାଇଥିଲେ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.