ETV Bharat / city

ସାକ୍ଷୀ ରହିଲା ହାଜତ, ଥାନାରେ ପଡିଲା ବରଣ ମାଳ - ଥାନାରେ ପ୍ରେମୀ ଯୁଗଳଙ୍କ ବିବାହ

ଅଗ୍ନି ବଦଳରେ ଥାନା ହାଜତ ରହିଲା ସାକ୍ଷୀ। ଫୁଲ ଵେଦି ବଦଳରେ ପୋଲିସ ଥାନା। ନନାଙ୍କ ମନ୍ତ୍ର ଉଚାରଣ ବଦଳରେ ପୋଲିସର ଆଇନ ଅବଗତରେ ପଡିଲା ବରମାଳ। ପୁଅ ଓ ଝିଅ ମଥା ନୁଆଁଇ ଆଶୀର୍ବାଦ ନେଇ ଥାନାରେ ହେଉଥିଲା ବାହାଘର। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ସହିଦନଗର ଥାନାରେ । ଅଧିକ ପଢନ୍ତୁ...

ଥାନାରେ ପଡିଲା ବରମାଳ
ଥାନାରେ ପଡିଲା ବରମାଳ
author img

By

Published : Jun 23, 2021, 10:50 PM IST

ଭୁବନେଶ୍ବର: ଅଗ୍ନି ବଦଳରେ ଥାନା ହାଜତ ରହିଲା ସାକ୍ଷୀ। ଫୁଲ ଵେଦି ବଦଳରେ ପୋଲିସ ଥାନା। ନନାଙ୍କ ମନ୍ତ୍ର ଉଚାରଣ ବଦଳରେ ପୋଲିସର ଆଇନ ଅବଗତରେ ପଡିଲା ବରମାଳ। ପୁଅ ଓ ଝିଅ ମଥା ନୁଆଁଇ ଆଶିର୍ବାଦ ନେଇ ଥାନାରେ ହେଉଥିଲା ବାହାଘର। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ସହିଦନଗର ଥାନାରେ ।

ଥାନାରେ ପଡିଲା ବରମାଳ

ତେବେ ପ୍ରେମ ବନ୍ଧ ବାଡ ମାନେନା ତାହା ପ୍ରମାଣ କରିଦେଖାଇଛନ୍ତି ଏହି ନିଆରା ପ୍ରେମୀ ଯୁଗଳ । ପ୍ରେମ ପାଇଁ ଖୋର୍ଦ୍ଧା କାଇମାଟିଆର ପୁଅ ସାଗର ନାୟକ ଏବଂ ଭୁବନେଶ୍ବରର ବାଲିଅନ୍ତା ଝିଅ ସତରୂପା ଘରୁ ପଳାଇ ଆସିଥିଲେ।

ଦୀର୍ଘ ତିନି ଦିନ ଧରି ବହୁ ଖୋଜାଖୋଜି ପରେ ଉଭୟଙ୍କ ପରିବାର ଥାନାରେ ଏତଲା ଦେଲେ । ଖୋଜାଖୋଜି କରିବା ପରେ ସେମାନଙ୍କୁ ପାଇଥିଲେ କମିଶନରେଟ ପୋଲିସ । ଖବର ପାଇ ଉଭୟଙ୍କ ପରିବାର ଥାନାକୁ ଆସିଲେ ।

ସାଗର ଏବଂ ସତରୂପାଙ୍କ ଘର ଲୋକେ ପ୍ରେମ ବିବାହକୁ ବିରୋଧ କରୁଥିଲେ । ଶେଷରେ ଫିଲ୍ମ ଷ୍ଟାଇଲରେ ଥାନା କର୍ମଚାରୀଙ୍କ ହସ୍ତକ୍ଷେପ ପରେ ହାଜତକୁ ସାକ୍ଷି ରଖି ପରିବାରଙ୍କ ଉପସ୍ଥିତିରେ ସେମାନଙ୍କର ହାତଗଣ୍ଠି ପଡିଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.