ଭୁବନେଶ୍ବର: ବାଲେଶ୍ବର ଜଳେଶ୍ବଳରରେ ଏସଟିଏଫର ରେଡ। ନକଲି ଜର୍ଦ୍ଦା କାରଖାନା ଉପରେ ଚଢାଉ ବେଳେ ବିପୁଳ ପରିମାଣର ନକଲି ଜର୍ଦ୍ଦା ସହ ପ୍ରସ୍ତୁତ ହେଉଥିବା ସାମଗ୍ରୀ ମଧ୍ୟ ଜବତ। ଦୁଇଟି ସ୍ଥାନରେ ରେଡ ବେଳେ ୨ କ୍ବିଣ୍ଟାଲ ନକଲି ଜର୍ଦ୍ଦା ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଦ୍ବ ହେବ।
ତେବେ ଏହି ମାମଲାରେ ଅଶୋକ କୁମାର ସାହୁ,ରାଜପୁର ଜଳେଶ୍ବର ,ବାଲେଶ୍ବର ଓ ଚନ୍ଦନ କୁମାର ସାହୁ ,ଷ୍ଟେସନ ବଜାର ଜଳେଶ୍ବରର ବାଲେଶ୍ବର ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଏନେଇ ଅଧିକ ତଦନ୍ତ ଜାରି ରଖିଛି ଟିମ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ