ETV Bharat / city

ସମବାୟ ବ୍ୟାଙ୍କରେ ଦୁର୍ନୀତି ଅଭିଯୋଗକୁ ବାଏଁ ବାଏଁ ଉଡାଇଲେ ମନ୍ତ୍ରୀ

author img

By

Published : Jul 26, 2019, 5:15 PM IST

ସମବାୟ ବ୍ୟାଙ୍କରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ବିରୋଧୀ । ତେବେ ମନ୍ତ୍ରୀ ଏହାକୁ ରାଜନୈତିକ ଅସୂୟା ଭାବର ପ୍ରତିଫଳନ ବୋଲି କହିଛନ୍ତି ।

ଡିଜାଇନ ଫଟୋ

ଭୁବନେଶ୍ବର: ସମବାୟ ବ୍ୟାଙ୍କରେ ଦୁର୍ନୀତି ଅଭିଯୋଗ । ରାଜ୍ୟରେ ଯେଉଁ ଉଦ୍ଦେଶ୍ୟରେ ସମବାୟ ଆନ୍ଦୋଳନ ଆରମ୍ଭ ହୋଇଥିଲା ତାହା ଏବେ ବିଫଳ ହୋଇଛି । ସମବାୟ ବ୍ୟାଙ୍କଗୁଡିକ ଦୁର୍ନୀତିର ଗନ୍ତାଘର ପାଲଟିଛି । ବ୍ୟାଙ୍କ ସଭାପତିମାନେ ନିଜ ନିଜ ସମ୍ପର୍କୀୟଙ୍କୁ ଅସ୍ଥାୟୀ ନିଯୁକ୍ତି ଦେଉଛନ୍ତି । ଟିଏ ଡିଏ ନାଁରେ ଲକ୍ଷ ଲକ୍ଷ ଟଙ୍କା ଲୁଟୁଛନ୍ତି ।

ଭିିଡିଓ ସୌଜନ୍ୟ: ବ୍ୟୁରୋ ଚିଫ୍‌, ଭୁବନେଶ୍ବର

ବାଲେଶ୍ବର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଦୁର୍ନୀତି ପ୍ରସଙ୍ଗରେ ବିରୋଧୀ କଂଗ୍ରେସ ଓ ବିଜେପି ଏଭଳି ଅଭିଯୋଗ କରିଥିଲେ । ହେଲେ ସମବାୟ ମନ୍ତ୍ରୀ କେବଳ ଅଭିଯୋଗକୁ ଅସ୍ବିକାର କରିନାହାଁନ୍ତି ବରଂ ରାଜନୈତିକ ଅସୂୟା ଭାବରେ ବିଜେପି ଏଭଳି ମୁଲତବି ନୋଟିସ ଦେଇଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି ।

ରାଜ୍ୟ ସରକାର ସ୍ବଚ୍ଛ ଓ ଦୁର୍ନୀତିମୁକ୍ତ ଶାସନର ନାରା ଦେଉଥିବାବେଳେ ବାଲେଶ୍ବର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଦୁର୍ନୀତିର ନଗ୍ନ ନମୂନା ବୋଲି ଅଭିଯୋଗ କରିଛନ୍ତି ବିଜେପି ବିଧାୟକଦଳ ଉପନେତା ବିଷ୍ଣୁ ସେଠୀ । ରାଉଲକେଲାର ଏକ ବେନାମୀ କମ୍ପାନୀ ଜରିଆରେ ଭାଇବନ୍ଧୁ କୁଟୁମ୍ବଙ୍କୁ ତୃତୀୟ ପକ୍ଷ ନିଯୁକ୍ତି ଦିଆଯାଇଥିଲା । ନାବାର୍ଡର ହସ୍ତକ୍ଷେପ ପରେ ଏଭଳି ନିଯୁକ୍ତି ପାଇଥିବା 37ଜଣଙ୍କୁ କାର୍ଯ୍ୟରୁ ହଟାଗଲା । ହେଲେ ସମବାୟ ବ୍ୟାଙ୍କର ଯେଉଁ ସଭାପତିମାନେ ଏହି ନିଯୁକ୍ତି ଦେଇଥିଲେ ସେମାନଙ୍କ ବିରୋଧରେ ଏଯାଏଁ କାର୍ଯ୍ୟାନୁଷ୍ଠାନ ହେଉନି । କେବଳ ସେତିକି ନୁହେଁ କାଳିଆ ଯୋଜନାର ହୋର୍ଡିଂ ଓ ଫ୍ଲେକ୍ସ ଛପାଇବା ପାଇଁ ଦୁଇ ଦିନରେ 86 ଲକ୍ଷ 66ହଜାରରୁ ଅଧିକ ଅର୍ଥ ଖର୍ଚ୍ଚ କରାଯାଇଛି ବୋଲି ବିଜେପି ଅଭିଯୋଗ ଆଣିଥିଲା ।

ସେହିପରି ବିଜେପି ସହ ସ୍ବର ମିଳାଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ । ଏହି ବ୍ୟାଙ୍କରେ 3 କୋଟି ଦୁର୍ନୀତିର କ୍ରାଇମବ୍ରାଞ୍ଚ ତଦନ୍ତ ହୋଇ ଚାର୍ଜସିଟ ଦାଖଲ ସରିଲାଣି । ହେଲେ ବିଭାଗୀୟ ତଦନ୍ତ 7 ବର୍ଷ ହେଲା ସରୁନି । ଦଶମନ୍ତପୁର ସମବାୟ ବ୍ୟାଙ୍କରେ ଲୋକଙ୍କ ଠାରୁ ଫିକ୍ସଡ ଡିପୋଜିଟ ନାଁରେ 79 ଲକ୍ଷ ଟଙ୍କା ନେଲେ । ରସିଦ ବି ଦେଲେ ହେଲେ ବ୍ୟାଙ୍କରେ ଟଙ୍କା ଜମା ହେଲାନି । ଏହାର ବି ତଦନ୍ତ ହେଉନି । ପଟାଙ୍ଗୀ ସମବାୟ ବ୍ୟାଙ୍କରେ ସାର କିଣାରେ କୋଟିଏ ଟଙ୍କାର ଦୁର୍ନୀତି । କିନ୍ତୁ ଯେତେ ଅଭିଯୋଗ କଲେ ବି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ତାରା ଅଭିଯୋଗ କରିଥିଲେ ।

ସେପଟେ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବାଲେଶ୍ବର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଦୁର୍ନୀତି ଅଭିଯୋଗକୁ ଅସ୍ବୀକାର କରିବା ସହ 2019-20 ବର୍ଷର ଅଡିଟ ପ୍ରକ୍ରିୟା ଚାଲିଛି ବୋଲି କହିଛନ୍ତି । କାଳିଆ ଯୋଜନା ପାଇଁ ହୋର୍ଡିଂ ଓ ଫ୍ଲେକ୍ସ ତିଆରିକୁ ଜିଲ୍ଲାପାଳ ମଞ୍ଜୁରୀ ଦେଇଛନ୍ତି । ତାହାପୁଣି ସର୍ବନିମ୍ନ ବିଡଧାରୀଙ୍କୁ ଦିଆଯାଇଛି । ତେଣୁ ଏଥିରେ ଦୁର୍ନୀତି ହୋଇନି । ନିଯୁକ୍ତି ପ୍ରସଙ୍ଗରେ ତଦନ୍ତ କରାଯିବ । ତେବେ ବିଜେପି ଦଳ ପକ୍ଷରୁ ଆସିଥିବା ଏହି ଅଭିଯୋଗ ରାଜନୈତିକ ଅସୂୟା ଭାବର ପରିପ୍ରକାଶ ବୋଲି ସେ ଦର୍ଶାଇଛନ୍ତି ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

Intro:Body:

ଦୁର୍ନୀତିର ଗନ୍ତାଘର ସମବାୟ ବ୍ୟାଙ୍କ, ମନ୍ତ୍ରୀ କହିଲେ ରାଜନୈତିକ ଅସୂୟା ଭାବର ପ୍ରତିଫଳନ

ଭୁବନେଶ୍ବର () ରାଜ୍ୟରେ ଯେଉଁ ଉଦ୍ଦେଶ୍ୟରେ ସମବାୟ ଆନ୍ଦୋଳ ଆରମ୍ଭ ହୋଇଥିଲା ତାହା ଏବେ ବିଫଳ ହୋଇଛି । ସମବାୟ ବ୍ୟାଙ୍କଗୁଡିକ ଦୁର୍ନୀତିର ଗନ୍ତାଘର ପାଲଟିଛି । ବ୍ୟାଙ୍କ ସଭାପତିମାନେ ନିଜ ନିଜ ସମ୍ପର୍କୀୟଙ୍କୁ ଅସ୍ଥାୟୀ ନିଯୁକ୍ତି ଦେଉଛନ୍ତି । ଟିଏ ଡିଏ ନାଁରେ ଲକ୍ଷ ଲକ୍ଷ ଟଙ୍କା ଲୁଟୁଛନ୍ତି । ବାଲେଶ୍ବର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଦୁର୍ନୀତି ପ୍ରସଙ୍ଗରେ ବିରୋଧୀ କଂଗ୍ରେସ ଓ ବିଜେପି ଏଭଳି ଅଭିଯୋଗ କରିଥିଲେ । ହେଲେ ସମବାୟ ମନ୍ତ୍ରୀ କେବଳ ଅଭିଯୋଗକୁ ଅସ୍ବିକାର କରିନାହାଁନ୍ତି ବରଂ ରାଜନୈତିକ ଅସୂୟା ଭାବରେ ବିଜେପି ଏଭଳି ମୁଲତବି ନୋଟିସ ଦେଇଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି ।

ରାଜ୍ୟ ସରକାର ସ୍ବଚ୍ଛ ଓ ଦୁର୍ନୀତିମୁକ୍ତ ଶାସନର ନାରା ଦେଉଥିବା ବେଳେ ବାଲେଶ୍ବର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଦୁର୍ନୀତିର ନଗ୍ନ ନମୂନା ବୋଲି ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ବିଷ୍ଣୁ ସେଠୀ । ରାଉଲକେଲାର ଏକ ବେନାମୀ କମ୍ପାନୀ ଜରିଆରେ ଭାଇବନ୍ଧୁ କୁଟୁମ୍ବଙ୍କୁ ତୃତୀୟ ପକ୍ଷ ନିଯୁକ୍ତି ଦିଆଯାଇଥିଲା । ନାବାର୍ଡର ହସ୍ତକ୍ଷେପ ପରେ ଏଭଳି ନିଯୁକ୍ତି ପାଇଥିବା 37ଜଣଙ୍କୁ କାର୍ଯ୍ୟରୁ ହଟାଗଲା । ହେଲେ ସମବାୟ ବ୍ୟାଙ୍କର ଯେଉଁ ସଭାପତିମାନେ ଏହି ନିଯୁକ୍ତି ଦେଇଥିଲେ ସେମାନଙ୍କ ବିରୋଧରେ ଏଯାଏଁ କାର୍ଯ୍ୟାନୁଷ୍ଠାନ ହେଉନି । କେବଳ ସେତିକି ନୁହେଁ କାଳିଆ ଯୋଜନାର ହୋର୍ଡିଂ ଓ ଫ୍ଲେକ୍ସ ଛପାଇବା ପାଇଁ ଦୁଇ ଦିନରେ 86 ଲକ୍ଷ 66ହଜାରରୁ ଅଧିକ ଅର୍ଥ ଖର୍ଚ୍ଚ କରାଯାଇଛି ।

ବିଜେପି ସହ ସ୍ବର ମିଳାଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ । ଏହି ବ୍ୟାଙ୍କରେ 3 କୋଟି ଦୁର୍ନୀତିର କ୍ରାଇମବ୍ରାଞ୍ଚ ତଦନ୍ତ ହୋଇ ଚାର୍ଜସିଟ ଦାଖଲ ସରିଲାଣି । ହେଲେ ବିଭାଗୀୟ ତଦନ୍ତ 7 ବର୍ଷ ହେଲା ସରୁନି । ଦଶମନ୍ତପୁର ସମବାୟ ବ୍ୟାଙ୍କରେ ଲୋକଙ୍କ ଠାରୁ ଫିକ୍ସଡ ଡିପୋଜିଟ ନାଁରେ 79 ଲକ୍ଷ ଟଙ୍କା ନେଲେ, ରସିଦ ବି ଦେଲେ ହେଲେ ବ୍ୟାଙ୍କରେ ଟଙ୍କା ଜମା ହେଲାନି । ଏହାର ବି ତଦନ୍ତ ହେଉନି । ପଟାଙ୍ଗୀ ସମବାୟ ବ୍ୟାଙ୍କରେ ସାର କିଣାରେ କୋଟିଏ ଟଙ୍କାର ଦୁର୍ନୀତି । କିନ୍ତୁ ଯେତେ ଅଭିଯୋଗ କଲେ ବି କାର୍ଯ୍ୟାନୁଷ୍ଠାନ ହେଉନି ।

ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବାଲେଶ୍ବର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଦୁର୍ନୀତି ଅଭିଯୋଗକୁ ଅସ୍ବୀକାର କରିବା ସହ 2019-20 ବର୍ଷର ଅଡିଟ ପ୍ରକ୍ରିୟା ଚାଲିଛି ବୋଲି କହିଛନ୍ତି । କାଳିଆ ଯୋଜନା ପାଇଁ ହୋର୍ଡିଂ ଓ ଫ୍ଲେକ୍ସ ତିଆରିକୁ ଜିଲ୍ଲାପାଳ ମଂଜୁରୀ ଦେଇଛନ୍ତି । ତାହାପୁଣି ସର୍ବନିମ୍ନ ବିଡଧାରୀଙ୍କୁ ଦିଆଯାଇଛି । ତେଣୁ ଏଥିରେ ଦୁର୍ନୀତି ହୋଇନି । ନିଯୁକ୍ତି ପ୍ରସଙ୍ଗରେ ତଦନ୍ତ କରାଯିବ । ତେବେ ବିଜେପି ଦଳ ପକ୍ଷରୁ ଆସିଥିବା ଏହି ଅଭିଯୋଗ ରାଜନୈତିକ ଅସୂୟା ଭାବର ପରିପ୍ରକାଶ ବୋଲି ସେ କହିଛନ୍ତି ।

ବାଇଟ – ବିଷ୍ଣୁ ସେଠୀ, ବିଜେପି ବିଧାୟକ

ବାଇଟ – ତାରା ପ୍ରସାଦ ବାହିନିପତି, କଂଗ୍ରେସ ବିଧାୟକ

ବାଇଟ – ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସମବାୟ ମନ୍ତ୍ରୀ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.