ETV Bharat / city

ସବୁଠି ଗୋଟିଏ ସ୍ବର: ହାରିବ କୋରୋନା, ଜିତିବ ମାନବ - 14-hour-janta-curfew

ବଢି ଚାଲିଥିବା କୋଭିଡ-19ର ମୁକାବିଲା ପାଇଁ ରବିବାର ହେବ ଜନତା କର୍ଫ୍ୟୁ । ଫଳରେ ସକାଳ 7ଟାରୁ ରାତି 9 ଟା ପର୍ଯ୍ୟନ୍ତ ନୀରବି ଯିବ ଦେଶ, ଶୁନ୍‌ଶାନ ହେବ ରାଜରାସ୍ତା । ଅଧିକ ପଢନ୍ତୁ...

ସବୁଠି ଗୋଟିଏ ସ୍ବର: ହାରିବ କରୋନା, ଜିତିବ ମାନବ

author img

By

Published : Mar 22, 2020, 1:47 AM IST

ଭୁବନେଶ୍ବର: ମାରାତ୍ମକ ଭୂତାଣୁ କରୋନାକୁ ନେଇ ବିଶ୍ବବ୍ୟାପୀ ଆତଙ୍କ । ସବୁଠି ଚାଲିଛି ମୁକାବିଲା ପାଇଁ ପ୍ରସ୍ତୁତି । କେଉଁଠି ସତର୍କତା ତ କେଉଁଠି କଟକଣା । ହୁହୁ ହୋଇ ବଢି ଚାଲିଥିବା କୋଭିଡ-19ର ମୁକାବିଲା ପାଇଁ ରବିବାର ହେବ ଜନତା କର୍ଫ୍ୟୁ । ଫଳରେ ସକାଳ 7ଟାରୁ ରାତି 9 ଟା ପର୍ଯ୍ୟନ୍ତ ନୀରବି ଯିବ ଦେଶ, ଶୁନ୍‌ଶାନ ହେବ ରାଜରାସ୍ତା ।

ସବୁଠି ଗୋଟିଏ ସ୍ବର: ହାରିବ କରୋନା, ଜିତିବ ମାନବ

ପ୍ରଧାନମନ୍ତ୍ରୀଙ୍କ ଆହ୍ବନକୁ ଦେଶବାସୀଙ୍କ ସମର୍ଥନ। ମହାମାରୀ କୋରୋନା ବିରୋଧରେ ଶେଷଯୁଦ୍ଧ ଲଢିବାକୁ ପ୍ରସ୍ତୁତି ଚୂଡାନ୍ତ । ଆଉ ଏହେଉଛି ଯୁଦ୍ଧ ପୂର୍ବ ପ୍ରସ୍ତୁତି । ଲକଡାଉନରେ ଦେଶର ଆର୍ଥିକ ରାଜଧାନୀ । ଜାରି ହୋଇଛି କୋରୋନା କର୍ଫ୍ୟୁ । ଦୋକାନରେ ପଡିଛି ସଟର । ଜନଶୁ୍ନ୍ୟ ଜନପଥ । ନାକାବନ୍ଦୀ ନାଗପୁର... ପୁଣେ... ମୁମ୍ବାଇ । ସେପଟେ କାଶ୍ମୀରରୁ କନ୍ୟାକୁମାରୀ- କଚ୍ଛରୁ କୋହିମା କୋଭିଡ-19 ବିରୋଧରେ ସତର୍କ ହିନ୍ଦୁସ୍ତାନ ।

ଅନ୍ୟପଟେ ରାଜ୍ୟ ସରକାର ମଧ୍ୟ କୋରୋନା ମୁକାବିଲା ପାଇଁ ଆହୁରି କଠୋର ହୋଇଛନ୍ତି । 22 ରୁ 29 ଯାଏଁ ରାଜ୍ୟର ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡା, ଅନୁଗୋଳ, କଟକ ସମ୍ବଲପୁର ପୁରୀ, ସୁନ୍ଦରଗଡ ଜିଲ୍ଲାକୁ ସମ୍ପୂର୍ଣ୍ଣ ରୂପେ ଲକଡାଉନ କରାଯାଇଛି । ତେବେ ସମସ୍ତ ଜୁରୁରୀ ସେବା ଏଥିରୁ ବାଦ ଦିଆଯାଇଛି । କୌଣସି ବ୍ୟକ୍ତି ଏହାର ଉଲ୍ଲଙ୍ଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଲକଡାଉନ ହେଉବା, ଜନତା କର୍ଫ୍ୟୁ ଏହା ଜନତାଙ୍କ ପାଇଁ ଜନତାଙ୍କ ଦ୍ବାରା । ତେଣୁ ସମସ୍ତେ ପ୍ରଶାସନକୁ ସହଯୋଗ କରିବାର ଆବଶ୍ୟକତା ରହିଛି । ଯାହାଦ୍ବାରା ମହାମାରୀ କୋରୋନାକୁ ପରାସ୍ତ କରିହେବ ।

ବ୍ୟୁରୋ ଇନପୁଟ ସହ କଟକରୁ ପ୍ରଭୁ କଲ୍ୟାଣ, ଭୁବନେଶ୍ବରରୁ ଜ୍ଞାନଦର୍ଶୀ, ତପନ ଓ କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.