ETV Bharat / city

ରାତି ପାହିଲେ ଟୀକାକରଣ, କ୍ୟାପିଟାଲ ହସ୍ପିଟାଲରେ ବିଏମସି କମିଶନରଙ୍କ ସମୀକ୍ଷା

author img

By

Published : Jan 15, 2021, 1:39 PM IST

Updated : Jan 15, 2021, 2:51 PM IST

ଆସନ୍ତାକାଲି(ଶନିବାର) କ୍ୟାପିଟାଲ ହସ୍ପିଟାଲରେ ଟୀକାକରଣ ଆରମ୍ଭ ହେବ। ଏନେଇ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି କ୍ୟାପିଟାଲ ହସ୍ପିଟାଲ। ପ୍ରଥମ ଦିନରେ 100 ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାକରଣ କରାଯିବ।

ଟୀକାକରଣ ପ୍ରସ୍ତୁତି ସମୀକ୍ଷା କଲେ ବିଏମସି କମିଶନର

ଭୁବନେଶ୍ବର: ଆସନ୍ତାକାଲି(ଶନିବାର) ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ କୋଭିଡ ଟୀକାକରଣ । ଏନେଇ କ୍ୟାପିଟାଲ ହସ୍ପିଟାଲରେ ପ୍ରସ୍ତୁତି ଚାଲିଥିବାବେଳେ ଆଜି(ଶୁକ୍ରବାର) ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ କ୍ୟାପିଟାଲ ହସ୍ପିଟାଲର ଟୀକାକରଣ କେନ୍ଦ୍ରକୁ ପରିଦର୍ଶନ କରିଛନ୍ତି।

ଆସନ୍ତାକାଲି କ୍ୟାପିଟାଲ ହସ୍ପିଟାଲରେ ଟୀକାକରଣ ଆରମ୍ଭ ହେବ। ଏନେଇ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି କ୍ୟାପିଟାଲ ହସ୍ପିଟାଲ । ପ୍ରଥମ ଦିନରେ 100 ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଟୀକାକରଣ କରାଯିବ। ଏନେଇ ବ୍ୟବସ୍ଥା ଓ ସୁରକ୍ଷା ତଦାରଖ କରିଛନ୍ତି ବିଏମସି କମିଶନର ଓ ସ୍ବାସ୍ଥ୍ୟ ଅଧିକାରୀ।

କ୍ୟାପିଟାଲ ହସ୍ପିଟାଲରେ ବିଏମସି କମିଶନରଙ୍କ ସମୀକ୍ଷା

ଏନେଇ କ୍ୟାପିଟାଲ ହସ୍ପିଟାଲରେ 4 ଟିମ ଗଠନ କରାଯାଇଛି। ଯେଉଁଥିରେ ଡାକ୍ତର ନର୍ସ ଓ ସ୍ବାସ୍ଥ୍ୟ ଅଧିକାରୀ ରହିବେ। ଅନ୍ୟପଟେ ବିଏମସି କମିଶନର କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ 100 ଜଣଙ୍କୁ ଦିଆଯିବ ଏବଂ 6 ଟି ସ୍ଥାନରେ ଟୀକାକରଣ କରାଯିବ। ଏହାସହ 17 ତାରିଖରୁ ଅନ୍ୟ ହସ୍ପିଟାଲରେ ଟୀକାକରଣ ଆରମ୍ଭ ହେବ।

ସୂଚନା ଆନୁଯାୟୀ, ଆସନ୍ତାକାଲି ଦେଶବ୍ୟାପି ଆରମ୍ଭ ହେବାକୁ ଯାଉଛି ପ୍ରଥମ ପର୍ଯ୍ୟାୟର ଟୀକାକରଣ। ରାଜ୍ୟରେ ପ୍ରଥମ ଟୀକାକରଣ ପାଇଁ ପହଞ୍ଚିଛି ଦୁଇଟି ଟିକା। କୋଭିସିଲ୍ଡ ଏବଂ କୋଭାକ୍ସିନ ଟିକା। କୋଭିସିଲ୍ଡ ଟିକା 4 ଲକ୍ଷ 8 ହଜାର ଡୋଜ ଆସିଥିବାବେଳେ 20 ହଜାର ରହିଛି କୋଭାକ୍ସିନ ଟିକା।

ସବୁ ଜିଲ୍ଲା ସମେତ କ୍ୟାପିଟାଲ ହସ୍ପିଟାଲକୁ ମିଶାଇ 32ଟି କେନ୍ଦ୍ରକୁ ପଠାଯାଇଛି ଟିକା। ରାଜ୍ୟରେ ମୋଟ 160 ଟି ଟିକା କେନ୍ଦ୍ର ସ୍ଥାପନ କରାଯାଇଛି। ଭୁବନେଶ୍ବରରେ କ୍ୟାପିଟାଲ ହସ୍ପିଟାଲ ସମେତ 5 ଟି ସ୍ଥାନରେ ଟୀକାକରଣ କରାଯିବ। ସମ ହସ୍ପିଟାଲ, କିମ୍ସ ହସ୍ପିଟାଲ, ଏମ୍ସ ହସ୍ପିଟାଲ, ୟୁନିଟ-4 ସରକାରୀ ହସ୍ପିଟାଲ ଓ ବିଏମସି ହସ୍ପିଟାଲରେ ଟିକାକରଣ ପ୍ରଥମ ପର୍ଯ୍ୟାୟରେ କରାଯିବ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jan 15, 2021, 2:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.