ETV Bharat / city

ରାଜ୍ୟରେ ଆଜି ଆହୁରି 74 ଚିହ୍ନଟ, ଏକହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା - update odisha

ରାଜ୍ୟରେ ଏକ ହଜାର ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି 74 ଆକ୍ରାନ୍ତ ଚିହ୍ନଟ ହେବାପରେ ରାଜ୍ୟରେ ମୋଟ ଆକ୍ରାନ୍ତ 1052କୁ ବୃଦ୍ଧି ପାଇଛି। ଅଧିକ ପଢନ୍ତୁ...

corona-update-odisha
corona-update-odisha
author img

By

Published : May 20, 2020, 2:05 PM IST

ଭୁବନେଶ୍ବର: ରାଜ୍ୟରେ ଏକ ହଜାର ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି 74 ଆକ୍ରାନ୍ତ ଚିହ୍ନଟ ହେବାପରେ ରାଜ୍ୟରେ ମୋଟ ଆକ୍ରାନ୍ତ 1052କୁ ବୃଦ୍ଧି ପାଇଛି। ଚିହ୍ନଟ ହୋଇଥିବା 74 ମଧ୍ୟରୁ 72 ଜଣ କ୍ବାରେଣ୍ଟାଇନରେ ରହିଥିଲେ। ସେମାନଙ୍କ ମଧ୍ୟରୁ ବୌଦ୍ଧରେ 28 ଆକ୍ରାନ୍ତ ରହିଥିବା ବେଳେ ପୁରୀ 11 ଜଣ, କଟକ 9 ଜଣ, ଖୋର୍ଦ୍ଧା ରେ 7 ଜଣ, ଗଂଜାମରେ 6 ଜଣ, ଯାଜପୁରରେ 6 ଜଣ, କେନ୍ଦ୍ରପଡାରେରେ 2 ଜଣ, ମାଲକାନଗିରି 2 ଜଣ ଓ ବାଲେଶ୍ବର । ସେହିପରି ଢେଙ୍କାନାଳ ଓ କନ୍ଧମାଳରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

corona-update-odisha
ରାଜ୍ୟରେ ଆଜି ଆହୁରି 74 ଚିହ୍ନଟ, 4 ଅଙ୍କ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ସେହିପରି ଖୋର୍ଦ୍ଧାରେ ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଶ୍ବାସକ୍ରିୟା ଜନିତ ସମସ୍ୟା ପାଇଁ ଏମ୍ସରେ ଚିକିତ୍ସିତ ହେଉଥିଲେ। ତେବେ ଏହି ଆକ୍ରାନ୍ତଙ୍କ ମୃତ୍ୟୁ ହେବାପରେ ମୃତ୍ୟୁ ସଂଖ୍ୟା 6ରେ ପହଁଚିଛି। ବର୍ତ୍ତମାନ ମୋଟ ପଜିଟିଭ ସଂଖ୍ୟା 1052 ରହିଥିବା ବେଳେ ସୁସ୍ଥ ହୋଇଛନ୍ତି 307 ଏବଂ ସକ୍ରିୟ ଅଛନ୍ତି 739 ।

ସେପଟେ ଢେଙ୍କାନାଳର ଦ୍ବିତୀୟ କୋରନା ପୋଜେଟିଭ ଚିହ୍ନଟ ହୋଇଛନ୍ତି । ସଦର ବ୍ଲକ ଅନ୍ତର୍ଗତ ତାଳବରକୋଟ କ୍ବାରେଣ୍ଟାଇନ ସେଣ୍ଟରରେ ରହିଛନ୍ତି ଏହି ପ୍ରବାସୀ ଓଡିଆ ଶ୍ରମିକ । କଙ୍କଡାହାଡ ବ୍ଲକ ଅଞ୍ଚଳର ଏହି ଶ୍ରମିକ ଚେନ୍ନାଇରୁ ଗତ ୧୩ ତାରିଖରେ ଫେରିଥିଲେ । ଗତ ୧୭ତାରିଖରେ ତାଙ୍କର ସ୍ବାବ ଟେଷ୍ଟ ପାଇଁ ଯାଇଥିଲା ।

ଭୁବନେଶ୍ବରୁ ବିକାଶ ଦାଶ ଏବଂ ଢେଙ୍କାନାଳରୁ ଉର୍ମିଳାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.