ETV Bharat / city

ରାଜ୍ୟରେ 900 ରିପୋର୍ଟରୁ 5 ପଜେଟିଭ୍‌, ଦେଶରେ ମୃତକଙ୍କ ସଂଖ୍ୟା 50

author img

By

Published : Apr 3, 2020, 7:27 AM IST

Updated : Apr 3, 2020, 1:33 PM IST

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 900 ରକ୍ତ ନମୂନା ପରୀକ୍ଷା ହୋଇଥିବାବେଳେ 5 ଟି ପଜେଟିଭ୍‌ ଥିବା ଜଣାପଡିଛି । ଅଧିକ ପଢନ୍ତୁ...

5 positive in odisha
ରାଜ୍ୟରେ 900 ରିପୋର୍ଟରୁ 5 ପଜେଟିଭ୍‌, ଦେଶରେ ମୃତକଙ୍କ ସଂଖ୍ୟା 50

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 900 ରକ୍ତ ନମୂନା ପରୀକ୍ଷା ହୋଇଥିବାବେଳେ 5 ଟି ପଜେଟିଭ୍‌ ଥିବା ଜଣାପଡିଛି । ସେପଟେ ପ୍ରଥମ ଓ ଦ୍ବିତୀୟ କୋରୋନା ଆକ୍ରାନ୍ତଙ୍କ ସମ୍ପର୍କରେ 55ଜଣ, ତୃତୀୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ 112ଜଣ, ଚତୁର୍ଥ ଆକ୍ରାନ୍ତଙ୍କ ସଂସ୍ପର୍ଶରେ 33ଜଣ ଓ ପଞ୍ଚମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି 21 ଜଣ । ସେମାନଙ୍କ ସହ ଯୋଗାଯୋଗ କରାଯାଇଛି ବୋଲି କହିଛନ୍ତି ଆଇଇସି ମୁଖ୍ୟ ସୁବ୍ରତ୍‌ ବାଗଚୀ ।

ଏବେ 85ଜଣ ସନ୍ଦିଗ୍ଧଙ୍କୁ ଆଇସୋଲେସନରେ ରଖାଯାଇଛି । ସେହିପରି ଏଯାବତ 104 ଓ ୱେବସାଇଟ ଯୋଗେ 15895 ଜଣ ପଞ୍ଜିକୃତ ହୋଇଛନ୍ତି । ସେଥିମଧ୍ୟରୁ 4366ଜଣ ବିଦେଶରୁ ଆସିଛନ୍ତି ବୋଲି ସେ କହିଛନ୍ତି ।

ସେହିପରି ଦେଶରେ 1965ଜଣ ସଂକ୍ରମିତ ହୋଇଛନ୍ତି । ଏହାସହ 50 ଜଣଙ୍କ ମୃତ୍ୟୁ ଘଟିଛି । ବିଶ୍ବରେ 203ଟି ଦେଶ ସଂକ୍ରମିତ ଥିବାବେଳେ 9 ଲକ୍ଷ 37 ହଜାର 937 ଜଣ ସଂକ୍ରମିତ ହୋଇଛନ୍ତି । ଅନ୍ୟପଟେ 47279 ରେ ବିଶ୍ବବ୍ୟାପୀ ମୃତକଙ୍କ ସଂଖ୍ୟା ପହଞ୍ଚିଛି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Apr 3, 2020, 1:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.