ETV Bharat / city

ରାଜ୍ୟରେ ଅଣାୟତ୍ତ କୋରୋନା: ଦିନକରେ ପୁଣି 3543 ଆକ୍ରାନ୍ତ ଚିହ୍ନଟ - corona update

ରାଜ୍ୟରେ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ ପୁଣି 3543 ଆକ୍ରାନ୍ତ ଚିହ୍ନଟ । 7 ମୃତ । ଅଧିକ ପଢନ୍ତୁ...

ରାଜ୍ୟରେ ଅଣାୟତ୍ତ କୋରୋନା: ଦିନକରେ ପୁଣି 3543 ଆକ୍ରାନ୍ତ ଚିହ୍ନଟ

author img

By

Published : Sep 5, 2020, 12:00 PM IST

ଭୁବନେଶ୍ବର: ରାଜ୍ୟରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ ପୁଣି 3543 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 7 ଜଣଙ୍କ ମୃତ୍ୟୁ ଘଟିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ 2161 କ୍ବାରେଣ୍ଟାଇନ ସେଣ୍ଟରରୁ ଥିବାବେଳେ 1382 ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି ।

30 ଜିଲ୍ଲାରୁ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ 878 ଜଣ ରହିଛନ୍ତି । ସେହିପରି ଅନୁଗୋଳରୁ 68, ବାଲେଶ୍ବରରୁ 153, ବରଗଡରୁ 274, ଭଦ୍ରକରୁ 50, ବଲାଙ୍ଗୀରରୁ 37, ବୌଦ୍ଧରୁ 67, କଟକରୁ 295, ଦେବଗଡରୁ 4, ଢେଙ୍କାନାଳରୁ 69, ଗଜପତିରୁ29, ଗଞ୍ଜାମରୁ 102, ଜଗତସିଂହପୁରରୁ 85, ଯାଜପୁରରୁ 206, ଝାରସୁଗୁଡା 87, କଳାହାଣ୍ଡିରୁ 37, କନ୍ଧମାଳରୁ 37, କେନ୍ଦ୍ରାପଡାରୁ 48, କେନ୍ଦୁଝରରୁ 44, କୋରାପୁଟରୁ 90, ମାଲକାନଗିରିରୁ 25, ମୟୂରଭଞ୍ଜରୁ 326, ନବରଙ୍ଗପୁରରୁ 33, ନୟାଗଡରୁ 34, ନୂଆପଡାରୁ 98, ପୁରୀରୁ 61, ରାୟଗଡାରୁ 67, ସମ୍ବଲପୁରରୁ 83, ସୋନପୁରରୁ 99 ଓ ସୁନ୍ଦରଗଡରୁ 56 ଜଣ ରହିଛନ୍ତି ।

ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ 2, ବଲାଙ୍ଗୀରରୁ 1, ଗଞ୍ଜାମରୁ 1, ସୁନ୍ଦରଗଡରୁ 1, କଟକରୁ 1 ଓ ମାଲକାନଗିରିରୁ ଜଣେ ରହିଛନ୍ତି ।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 120221 ରହିଥିବାବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି 90331 ଜଣ । ସେହିପରି ମୃତ୍ୟୁ ସଂଖ୍ୟା 538ରେ ପହଞ୍ଚିଛି । ସେପଟେ 29299ଟି ସକ୍ରିୟ ମାମଲା ରହିଛି । ତେବେ ରାଜ୍ୟରେ ମୋଟ 2048008ଟି ଟେଷ୍ଟ କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.