ଭୁବନେଶ୍ବର: ରାଜଧାନୀରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି 13 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ 9 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି ।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ 8 ଜଣ ହୋମ କ୍ବାରେଣ୍ଟାଇନରେ ଥିବାବେଳେ 5 ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରେ ଖଣ୍ଡଗିରି ଅଞ୍ଚଳର ସରଧବାଲି ବସ୍ତି, ଓଲଡ ଟାଉନର ଭୀମଟାଙ୍ଗି ଅଞ୍ଚଳ, ସାଲିଆସାହି, ଓ ଜୟଦେବ ବିହାର ଅଞ୍ଚଳର ନୀଳଚକ୍ର ନଗର ଅଞ୍ଚଳରୁ ରହିଛନ୍ତି ।
8 ଜଣ ହୋମକ୍ବାରେଣ୍ଟାଇନ ଆକ୍ରାନ୍ତଙ୍କ ମଧ୍ୟରେ 3 ଜଣ ଟଙ୍କପାଣି ଅଞ୍ଚଳର ପୂର୍ବ ପଜେଟିଭ୍ଙ୍କ ସଂସ୍ପର୍ଶରେ ଆସିଥିବାବେଳେ 2 ଜଣ ବିଜୟଲକ୍ଷ୍ମୀ କଲୋନୀ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।
ସେହିପରି 2 ଜଣ ନୂଆଗାଁ ଅଞ୍ଚଳରୁ ଚିହ୍ନଟ ହୋଇଥିବାବେଳେ ଜଣେ ୟୁନିଟ୍ 1 ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ତେବେ 9 ଜଣ ସୁସ୍ଥଙ୍କ ମଧ୍ୟରେ 8 ଜଣ ଘରୋଇ ହସ୍ପିଟାଲରୁ ସୁସ୍ଥ ହୋଇଥିବାବେଳେ ଅନ୍ୟ ଜଣେ ଭରତପୁର ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।
ସୂଚନା ଥାଉକି, ଭୁବନେଶ୍ବରରେ ମୋଟ 345 ଜଣ ଆକ୍ରାନ୍ତ ହୋଇଥିବାବେଳେ 201 ସୁସ୍ଥ ଓ 4 ଜଣଙ୍କର ମୃତ୍ୟୁ ହୋଇଛି । 139ଟି ସକ୍ରିୟ ମାମଲା ରହିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ