ଭୁବନେଶ୍ବର: ରାଜ୍ୟରେ ବେକାବୁ ହେଉଛି କୋରୋନା । ଯାହାର ମୁକାବିଲା ସହ ଅଧିକରୁ ଅଧିକ ପରୀକ୍ଷା ପାଇଁ ଆଉ 1ଲକ୍ଷ ଆଣ୍ଟିଜେନ କିଟ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଆଜି(ଶୁକ୍ରବାର) ଲୋକସେବା ଭବନରେ ବସିଥିବା ବୈଠକ ପରେ ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ।
ଏହାସହ ଆଣ୍ଟିଜେନ କିଟ ଆଣିବା ପରେ ପ୍ରତି ଜିଲ୍ଲାକୁ ଏହାକୁ ପଠାଯିବ । ଏହା ପରେ ପ୍ରତିଦିନ ୨ହଜାର ଆଣ୍ଟିଜେନ ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଛି । ପୂର୍ବରୁ ୩୦ ହଜାର ଆଣ୍ଟିଜେନ କିଟ ଆସିଥିବାବେଳେ ଏହାକୁ ଆହୁରି ୧ ଲକ୍ଷ କିଟ୍ ଆଣିବା ପାଇଁ ବୈଠକରେ ନିଷ୍ପତ୍ତି ନିଆହୋଇଛି ।
ଏନେଇ ଆଇଏଲଏସ ନିର୍ଦ୍ଦେଶକ କହିଛନ୍ତି ଯେ, ପ୍ରତିଦିନ ରାଜ୍ୟରେ 5ହଜାରରୁ ଅଧିକ ଟେଷ୍ଟ ହେଉଛି । ଆଗକୁ ପ୍ରତିଦିନ 6ହଜାରରୁ ଅଧିକ ଟେଷ୍ଟିଂ କରାଯିବାକୁ ଲଷ୍ୟ ରଖାଯାଇଛି ।
ଏହାସହ RT-PCR ଟେଷ୍ଟ କରିବାକୁ ମଧ୍ୟ ଲକ୍ଷ ରଖାଯାଇଛି । ସେପଟେ କଟକ ବଡ ମେଡିକାଲ ହେବ ପ୍ଳାଜମା ଥେରାପିର ହବ ହେବ । ଏହାକୁ ନେଇ ସରକାର ପ୍ରସ୍ତୁତ ଚଳାଇଥିବା ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ