ଭୁବନେଶ୍ବର: ରାଜ୍ୟର ଆହାର କେନ୍ଦ୍ରକୁ କରୋନା ଭୟ। ସ୍ଥିତି ଧୀରେ ଧୀରେ ସଙ୍ଗିନ ହେଉଥିବାବେଳେ ସବୁ ପୌରାଞ୍ଚଳର ଅଧିକାରୀଙ୍କୁ ଚିଠି ଲେଖି ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି ନଗର ଉନ୍ନୟନ ବିଭାଗ ସଚିବ ଜି ମାଥିବାଥନନ।

ବିଶେଷ କରି ଫୋକସରେ ରହିଛି ସହରାଞ୍ଚଳର ଆହାର କେନ୍ଦ୍ର। କେନ୍ଦ୍ରରେ ସ୍ବଚ୍ଛତା ଓ ପରିମଳକୁ ଅଧିକ ଗୁରୁତ୍ଵ ଦିଆଯାଇଛି। ସବୁ କେନ୍ଦ୍ରରେ ସାନିଟାଇଜର ରଖିବାକୁ କୁହାଯାଇଛି। ଅଧିକରୁ ଅଧିକ ଲୋକ ଆସୁଥିବାରୁ ଏଠାରେ ସଚେତନତା ବାର୍ତ୍ତା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତେ କିପରି ଖାଇବା ପୂର୍ବରୁ ହାତ ଭଲ କରି ଧୋଇବେ ସେଥିପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ